CBSE 12th Result 2022: ପୁଣି ଛାତ୍ରୀମାନେ ମାରିନେଲେ ବାଜି; ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭୁବନେଶ୍ୱର
Advertisement
Article Detail0/zeeodisha/odisha1268819

CBSE 12th Result 2022: ପୁଣି ଛାତ୍ରୀମାନେ ମାରିନେଲେ ବାଜି; ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭୁବନେଶ୍ୱର

CBSE 12th Result 2022: ତ୍ରିବେନ୍ଦ୍ରମ ଜୋନ୍ ଚଳିତ ବର୍ଷ ୯୮.୮୩ ପ୍ରତିଶତ ମାର୍କ ସହିତ ଦ୍ୱାଦଶ ପରୀକ୍ଷାରେ ଶୀର୍ଷରେ ରହିଛି । ଏଥି ସହିତ, ପ୍ରୟାଗରାଜ ଜୋନ୍ ୮୩.୭୧% ସହିତ ଶେଷ ସ୍ଥାନରେ ରହିଛି ।

ସୌ: ସୋସିଆଲ ମିଡିଆ

CBSE 12th Result 2022: CBSE ବୋର୍ଡ ଆଜି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳ ପ୍ରକାଶ କରିଛି । ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ ଭିଜିଟ କରି ପରୀକ୍ଷା ଫଳ ଚେକ୍ କରିପାରିବେ । ଚଳିତ ବର୍ଷ ମୋଟ ୯୨.୭୧ ପ୍ରତିଶତ ଛାତ୍ରଛାତ୍ରୀ CBSE ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଚଳିତ ବର୍ଷ ୧୪ ଲକ୍ଷ ୪୪ ହଜାର ୩୪୧ ଜଣ ଛାତ୍ରଛାତ୍ରୀ CBSE ବୋର୍ଡର ଦ୍ୱାଦଶ ପରୀକ୍ଷାରେ ଦ୍ୱାଦଶ ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିଲେ । ସେଥିମଧ୍ୟରୁ କେବଳ ୧୪ ଲକ୍ଷ ୩୫ ହଜାର ୩୬୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏହି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୧୩ ଲକ୍ଷ ୩୦ ହଜାର ୬୬୨ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ସିବିଏସ୍ଇର ଦ୍ୱାଦଶ ବୋର୍ଡ ପରୀକ୍ଷାରେ ତ୍ରିବେନ୍ଦ୍ରମ ଜୋନ୍ ୯୮.୮୩ ପ୍ରତିଶତ ସହ ପ୍ରଥମ ସ୍ଥାନ ଅଧିକାର କରିଛି । ଯେଉଁଠାରେ ପ୍ରୟାଗରାଜ ଅଞ୍ଚଳ ୮୩.୭୧ ପ୍ରତିଶତ ସହିତ ଶେଷ ସ୍ଥାନରେ ରହିଛି ।

ଜୋନ୍ ଅନୁସାରେ CBSE ଦ୍ୱାଦଶ ଫଳାଫଳ 

ଥିରୁବନନ୍ତପୁରମ୍ / ତ୍ରିବେନ୍ଦ୍ରମ - ୯୮.୮୩%ବେଙ୍ଗାଲୁରୁ - ୯୮.୧୬%
ଚେନ୍ନାଇ - ୯୭.୭୯%
ଦିଲ୍ଲୀ ପୂର୍ବ - ୯୬.୨୯%
ଦିଲ୍ଲୀ ପଶ୍ଚିମ - ୯୬.୨୯% 
ଅଜମେର୍ - ୯୬.୦୧% 
ଚଣ୍ଡିଗଡ଼ - ୯୫.୯୮%
ପଞ୍ଚକୁଲା - ୯୪.୦୮%
ଗୁଆହାଟି - ୯୨.୦୬% 
ପାଟନା - ୯୧.୨୦%
ଭୋପାଳ - ୯୦.୭୪%
ପୁଣେ- ୯୦.୪୮% 
ଭୁବନେଶ୍ୱର- ୯୦.୩୭%
ନୋଏଡା - ୯୦.୨୭% 
ଦେହରାଡୁନ୍ - ୮୫.୩୯%
ପ୍ରୟାଗରାଜ - ୮୩.୭୧%

ଏହିପରି ଦେଖିପାରିବେ ରେଜଲ୍ଟ

ପ୍ରଥମେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbse.gov.in, cbresults.nic.in ରେ ଭିଜିଟ୍ କରନ୍ତୁ ।

ଏହା ପରେ CBSE ଦଶମ / ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଲିଙ୍କରେ କ୍ଲିକ୍ କରନ୍ତୁ ।

ବର୍ତ୍ତମାନ ଆପଣଙ୍କର ରେଜିଷ୍ଟ୍ରେସନ ନମ୍ବର / ରୋଲ୍ ନମ୍ବର ଏଣ୍ଟ୍ରି କରନ୍ତୁ ।

ଏହା ପରେ ଦଶମ ଓ ଦ୍ୱାଦଶ ୨୦୨୨ ର ରେଜଲ୍ଟ ସ୍କିନରେ ଦେଖାଯିବ ।

ଏହା ପରେ ନିଜର ସ୍କୋରକାର୍ଡ ଡାଉନଲୋଡ୍ କରନ୍ତୁ ।

ଶେଷରେ ରେଜଲ୍ଟରୁ ଏକ ପ୍ରିଣ୍ଟ୍ ବାହାର କରିନିଅନ୍ତୁ ।

ଏହା ବି ପଢ଼ନ୍ତୁ: ଦେଶର ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି ଓ ତୃତୀୟରେ ପିଏମ, ତେବେ ଜାଣନ୍ତୁ ଆପଣଙ୍କ ନମ୍ବର

ଏହା ବି ପଢ଼ନ୍ତୁ: ମମତାଙ୍କ ଭବିଷ୍ୟବାଣୀ - ୨୦୨୪ ରେ ଜିତିପାରିବ ନାହିଁ ବିଜେପି, କହିଲେ କିଏ କରିବ ସରକାର