CBSE 10th Result 2022: ପ୍ରକାଶ ପାଇଲା ଦଶମ ଶ୍ରେଣୀ ଫଳାଫଳ; ଏପରି ଦେଖନ୍ତୁ ରେଜଲ୍ଟ
Advertisement
Article Detail0/zeeodisha/odisha1269094

CBSE 10th Result 2022: ପ୍ରକାଶ ପାଇଲା ଦଶମ ଶ୍ରେଣୀ ଫଳାଫଳ; ଏପରି ଦେଖନ୍ତୁ ରେଜଲ୍ଟ

CBSE 10th Result 2022: CBSE ତରଫରୁ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଯାହାକୁ ଛାତ୍ରଛାତ୍ରୀ ମାନେ ଅଫିସିଆଲ୍ ୱେବସାଇଟରେ ଦେଖିପାରିବେ ।

ସାଙ୍କେତିକ ଫଟୋ

CBSE 10th Result 2022:  ସିବିଏସଇ ବୋର୍ଡ ଦଶମ ଶ୍ରେଣୀର ରେଜଲ୍ଟ (CBSE 10th Result) ପ୍ରକାଶ କରିଛି । ଯାହାକୁ ଛାତ୍ରଛାତ୍ରୀ ମାନେ ଏହାର ଅଫିସିଆଲ୍ ୱେବସାଇଟ୍ cbse.nic.in, cbse.gov.in, cbseacademic.nic.in ଭିଜିଟ କରି ଯାଞ୍ଚ କରିପାରିବେ । ଛାତ୍-ଛାତ୍ରୀ ମାନେ ମଧ୍ୟ parikshasangam.cbse.gov.in ୱେବସାଇଟ୍ ମାଧ୍ୟମରେ ସେମାନଙ୍କର ରେଜଲ୍ଟ ଚେକ୍ କରିପାରିବେ । ଏହା ପୂର୍ବରୁ ବୋର୍ଡ (CBSE board) ଆଜି ସକାଳେ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳାଫଳ ପ୍ରକାଶ କରିଥିଲା ।

CBSE ୨୬ ଏପ୍ରିଲରୁ ୨୪ ମଇ ୨୦୨୨ ପର୍ଯ୍ୟନ୍ତ ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ପରୀକ୍ଷା କରିଥିଲା । କୋଭିଡ-୧୯ ରୁ ରକ୍ଷା ପାଇବା ପାଇଁ ସମସ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରି ଏହି ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାରେ ୯୪.୪୦ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ କରିବାରେ ସଫଳ ହୋଇଛନ୍ତି ।

ଏହିପରି ଚେକ୍ କରିପାରିବେ ରେଜଲ୍ଟ

ସର୍ବପ୍ରଥମେ, ଛାତ୍ରଛାତ୍ରୀମାନେ CBSE ର ଅଫିସିଆଲ୍ ସାଇଟ୍, cbse.gov.in ଭିଜିଟ କରନ୍ତୁ ।
ବର୍ତ୍ତମାନ ରେଜଲ୍ଟ ବିଭାଗରେ କ୍ଲିକ୍ କରନ୍ତୁ ଓ ଏକ ନୂତନ ପେଜ ଖୋଲିବ ।
ଏହା ପରେ ହୋମ୍ ପେଜରେ ଉପଲବ୍ଧ ଦଶମ ଶ୍ରେଣୀ ରେଜଲ୍ଟ ଲିଙ୍କରେ କ୍ଲିକ୍ କରନ୍ତୁ ।
ବର୍ତ୍ତମାନ ଲଗଇନ୍ ବିବରଣୀ ଏଣ୍ଟ୍ରି କରନ୍ତୁ ଓ ସବମିଟ ଉପରେ କ୍ଲିକ୍ କରନ୍ତୁ ।
ଏହା ପରେ ରେଜଲ୍ଟ ସ୍କ୍ରିନରେ ପ୍ରଦର୍ଶିତ ହେବ ।
ବର୍ତ୍ତମାନ ରେଜଲ୍ଟ ଚେକ୍ କରନ୍ତୁ ଓ ପେଜ୍ ଡାଉନଲୋଡ୍ କରନ୍ତୁ ।
ଶେଷରେ, ଭବିଷ୍ୟତ ପାଇଁ ରେଜଲ୍ଟର ଏକ ହାର୍ଡ କପି ପାଖରେ ରଖି ନିଅନ୍ତୁ ।

ଏହା ବି ପଢ଼ନ୍ତୁ: CBSE 12th Result 2022: ପୁଣି ଛାତ୍ରୀମାନେ ମାରିନେଲେ ବାଜି; ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭୁବନେଶ୍ୱର

ଏହା ବି ପଢ଼ନ୍ତୁ: ଦେଶର ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି ଓ ତୃତୀୟରେ ପିଏମ, ତେବେ ଜାଣନ୍ତୁ ଆପଣଙ୍କ ନମ୍ବର