Rozgar Mela: ବମ୍ପର ଚାକିରି! ୭୦,୦୦୦ ଯୁବ ବର୍ଗଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ କେନ୍ଦ୍ର ସରକାର
Advertisement
Article Detail0/zeeodisha/odisha1836567

Rozgar Mela: ବମ୍ପର ଚାକିରି! ୭୦,୦୦୦ ଯୁବ ବର୍ଗଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ କେନ୍ଦ୍ର ସରକାର

Rozgar Mela: ୨୮ ଅଗଷ୍ଟରେ କେନ୍ଦ୍ର ସରକାର ଅଷ୍ଟମ ନିଯୁକ୍ତି ମେଳା ଆୟୋଜନ କରିବେ । ଏଥିରେ ପ୍ରାୟ ୭୦୦୦୦ ଯୁବ ବର୍ଗଙ୍କୁ ଭାରତ ସରକାରଙ୍କ ବିଭିନ୍ନ ବିଭାଗର ନିଯୁକ୍ତି ପତ୍ର ପ୍ରଦାନ କରାଯିବ ।

 

ସୌ: ସୋସିଆଲ ମିଡିଆ

8th Rozgar Mela: ଅଗଷ୍ଟ ୨୮ ତାରିଖରେ କେନ୍ଦ୍ର ସରକାର ଅଷ୍ଟମ ନିଯୁକ୍ତି ମେଳା (Rozgar Mela) ଆୟୋଜନ କରିବେ । ଏଥିରେ ପ୍ରାୟ ୭୦୦୦୦ ଯୁବ ବର୍ଗଙ୍କୁ ଭାରତ ସରକାରଙ୍କ ବିଭିନ୍ନ ବିଭାଗର ନିଯୁକ୍ତି ପତ୍ର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ପିଏମ ମୋଦି (PM Modi) ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହା ସହିତ ସେ ନିଯୁକ୍ତି ପତ୍ର ଗ୍ରହଣ କରିଥିବା ଯୁବ ବର୍ଗଙ୍କୁ ମଧ୍ୟ ସମ୍ବୋଧିତ କରିବେ । ଏହି ସମୟରେ ସମସ୍ତ କାର୍ଯ୍ୟକ୍ରମ କେନ୍ଦ୍ରରେ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ ।

ଏହି ସ୍ଥାନଗୁଡ଼ିକରେ ହେବ ଆୟୋଜନ
ମିଳିଥିବା ସୂଚନା ଅନୁଯାୟୀ, ଭାରତର ୨୫ ରୁ ଅଧିକ ରାଜ୍ୟର ୪୪ ଟି ସ୍ଥାନରେ ଏହି ଚାକିରି ମେଳା ଆୟୋଜିତ ହେବ । ଏଥିରେ କେନ୍ଦ୍ର ସରକାରଙ୍କ ବିଭାଗ ସମେତ ରାଜ୍ୟ ସରକାର / କେନ୍ଦ୍ରଶାସିତ ଅଞ୍ଚଳକୁ ନିଯୁକ୍ତି ପତ୍ର ବଣ୍ଟନ କରାଯିବ । ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ନୂଆ କର୍ମଚାରୀଙ୍କୁ ରାଜସ୍ୱ ବିଭାଗ, ଆର୍ଥିକ ସେବା ବିଭାଗ, ପୋଷ୍ଟ ବିଭାଗ, ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, କେନ୍ଦ୍ରୀୟ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ, ଜଳ ସମ୍ପଦ ବିଭାଗ, କର୍ମଚାରୀ ଓ ତାଲିମ ବିଭାଗ ଏବଂ ଗୃହ ମନ୍ତ୍ରଣାଳୟ ସମେତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ / ବିଭାଗରେ ନିଯୁକ୍ତ ହେବେ ।

ଏପର୍ଯ୍ୟନ୍ତ କେତେ ଦିଆଯାଇଛି ନିଯୁକ୍ତି ପତ୍ର ?
ଆପଣଙ୍କୁ କହିରଖୁଛୁ ଯେ ମୋଦି ସରକାରଙ୍କ ବିରୋଧରେ ଅନେକ ବିରୋଧୀ ଦଳ ବେକାରୀ ସମସ୍ୟାକୁ ନେଇ ଅନେକ ପ୍ରଶ୍ନ ଉଠାଉଛନ୍ତି । ଏହାକୁ ସମ୍ଭାଳିବା ପାଇଁ ଗତ ବର୍ଷ ଅକ୍ଟୋବର ୨୨ ରେ, ଦେଶର ଯୁବକମାନଙ୍କୁ ୨୦୨୩ ଶେଷ ସୁଦ୍ଧା ୧୦ ଲକ୍ଷ ସରକାରୀ ଚାକିରୀ ଯୋଗାଇବା ପାଇଁ ସରକାର ନିଯୁକ୍ତି ମେଳାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ସରକାର ଏପର୍ଯ୍ୟନ୍ତ ୩୬୨୦୦୦ ରୁ ଅଧିକ ଯୁବ ବର୍ଗଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।

ଏହା ବି ପଢ଼ନ୍ତୁ: Post Office Recruitment 2023: ଦଶମ ପାସ୍ କରିିଥିବା ପ୍ରାର୍ଥୀଙ୍କ ପୋଷ୍ଟ ଅଫିସରେ ବମ୍ଫର ନିଯୁକ୍ତି, ଜାଣନ୍ତୁ ରାଜ୍ୟରେ କେତେ ପଦବୀ ରହିଛି ଖାଲି?

ଏହା ବି ପଢ଼ନ୍ତୁ: Indian Railway: ଭାରତରେ ଏହା ଏକମାତ୍ର ରେଳ ଷ୍ଟେସନ ଯେଉଁଠାରେ ଭିସା-ପାସପୋର୍ଟ ବିନା ମିଳେ ନାହିଁ ଏଣ୍ଟ୍ରି, ଜାଣନ୍ତୁ କାରଣ