BSE Odisha 10th Result 2022: ପ୍ରକାଶ ପାଇଲା ରାଜ୍ୟର ଦଶମ ଶ୍ରେଣୀ ଫଳାଫଳ; ପୁଣି ବାଜି ମାରିଲେ ଛାତ୍ରୀ
Advertisement
Article Detail0/zeeodisha/odisha1246471

BSE Odisha 10th Result 2022: ପ୍ରକାଶ ପାଇଲା ରାଜ୍ୟର ଦଶମ ଶ୍ରେଣୀ ଫଳାଫଳ; ପୁଣି ବାଜି ମାରିଲେ ଛାତ୍ରୀ

​Odisha 10th Result 2022: ରେଜଲ୍ଟ ଚେକ୍ କରିବାକୁ ଛାତ୍ର-ଛାତ୍ରୀ ବୋର୍ଡର ଅଫିସିଆଲ୍ ସାଇଟ୍ ଭିଜିଟ୍ କରନ୍ତୁ । ଏଠାରେ ଦିଆଯାଇଥିବା ସହଜ ଷ୍ଟେପ ଗୁଡ଼ିକ ଫଲୋ କରି ମଧ୍ୟ ରେଜଲ୍ଟ ଦେଖି ପାରିବେ ।

ସୌ: ସୋସିଆଲ ମିଡିଆ

​Odisha 10th Result 2022: ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ) ଓଡିଶା  Board of Secondary Education Odisha) ଦଶମ ଶ୍ରେଣୀର ଫଳାଫଳ ଘୋଷଣା କରିଛି, ଯାହାକୁ ଛାତ୍ର-ଛାତ୍ରୀ ମାନେ ବୋର୍ଡର ଅଫିସିଆଲ୍ ୱେବସାଇଟରେ bseodisha.nic.in ଓ bseodishaac.in. ରେ ଭିଜିଟ୍ କରି ଦେଖି ପାରିବେ ।

ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଓ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଫଳାଫଳ ଘୋଷଣା କରିଛନ୍ତି । ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ କରିଛନ୍ତି । ଏଥିମଧ୍ୟରେ ମାଟ୍ରିକ ପରୀକ୍ଷାରେ ଛାତ୍ରଙ୍କ ପାସ୍ ହାର ୮୮.୭୭ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୨.୩୭ ରହିଛି । A1 ଗ୍ରେଡରେ ୮ ହଜାର ୧୧୯ ପିଲା ଉତୀର୍ଣ୍ଣ ହୋଇଛନ୍ତି । ତିନୋଟି ସ୍କୁଲରେ ରେଜଲ୍ଟ ଜିରୋ ମଧ୍ୟ ରହିଛି । ୧୧୭୦ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ଆସିଛି । ମୋଟ ୫ଲକ୍ଷ ୧୭ହଜାର ୮୪୭ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

ଛାତ୍ରଙ୍କ ପାସ ହାର ୮୮.୭୭% 
ଛାତ୍ରୀଙ୍କ ପାସ ହାର ୯୨.୩୭% 
 
ଆସନ୍ତା ୧୧ ତାରିଖରୁ ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ଥିବା ପିଲା ରି-ଚେକିଂ କରାଇ ପାରିବେ । ରି-ଚେକିଂ ପାଇଁ ଜୁଲାଇ ୧୧ ରୁ ଅନଲାଇନରେ ଆବେଦନ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

​Odisha 10th Result 2022: ପୂର୍ବ ବର୍ଷ ଗୁଡିକରେ କେତେ ଥିଲା ପାସ୍ ପ୍ରତିଶତ

୨୦୨୨ - ୯୦.୫୫% 
୨୦୨୧ - ୯୭.୮୯%
୨୦୨୦ - ୭୮.୭୬%
୨୦୧୯ - ୭୦.୭୮%
୨୦୧୮ - ୯୨.୪୭% 
୨୦୧୭ - ୯୩%  

ଏହିପରି ଦେଖନ୍ତୁ ରେଜଲ୍ଟ:
ଦଶମ ପରୀକ୍ଷା ଫଳ ଦେଖିବାର ପ୍ରକ୍ରିୟା

ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ: bseodisha.ac କିମ୍ବା orissaresults.nic.in ।

ମେନପେଜରେ ଲେଖା ହୋଇଥିବା ‘Odisha 10th result 2022 HSC'  ଉପରେ କ୍ଲିକ୍ କରନ୍ତୁ ।

ସେଠାରେ 10th result 2022 ପେଜ୍ ଦେଖାଯିବ ।

ଏବେ ସଠିକ୍ ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ଲେଖି ଲଗଇନ୍ କରନ୍ତୁ ।

ତା'ପରେ 'Submit' ଉପରେ କ୍ଲିକ୍ କରନ୍ତୁ। ଏବେ ଆପଣଙ୍କ ଦଶମ ଫଳାଫଳ ଦେଖାଯିବ ।

ଭିବିଷ୍ୟତର ଆବଶ୍ୟକତା ପାଇଁ ଏହାକୁ ଡାଉନଲୋଡ କରି ଗୋଟିଏ କପି ପ୍ରିଣ୍ଟ୍ କରିନିଅନ୍ତୁ ।