Propose Day: ପ୍ରପୋଜ ଡେ'ରେ ପ୍ରେମିକକୁ ଭେଟିବାକୁ ଯାଇ ପ୍ରେମିକା ହଟହଟା, ଯୁବତୀଙ୍କୁ ନିର୍ଦ୍ଧୁମ ଛେଚିଲେ ଲୋକେ
Advertisement

Propose Day: ପ୍ରପୋଜ ଡେ'ରେ ପ୍ରେମିକକୁ ଭେଟିବାକୁ ଯାଇ ପ୍ରେମିକା ହଟହଟା, ଯୁବତୀଙ୍କୁ ନିର୍ଦ୍ଧୁମ ଛେଚିଲେ ଲୋକେ

Kangaroo Court: ଆରମ୍ଭ ହୋଇଛି ପ୍ରେମ ସପ୍ତାହ । ଏ-ହି ଦିନଟିକୁ ବେଶ ଉତ୍ସାହର ସହ ଅପେକ୍ଷା କରିଥାନ୍ତି ପ୍ରେମୀ ଯୁଗଳ। ଫେବୃୟାରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ ହେଉଥିବାବେଳେ ୭ତାରିଖ ଅର୍ଥାତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମ ସପ୍ତାହ। ପ୍ରେମ ସପ୍ତାହର ପୂର୍ବ ଦିନ ସଂନ୍ଧ୍ୟାରେ ନିଜ ପ୍ରେମିକକୁ ଦେଖା କରିବାକୁ ଆସିଥିଲା ପ୍ରେମିକା ।

ସୌଜନ୍ୟ- ସୋସିଆଲ ମିଡିଆ

Kangaroo Court: ଆରମ୍ଭ ହୋଇଛି ପ୍ରେମ ସପ୍ତାହ । ଏ-ହି ଦିନଟିକୁ ବେଶ ଉତ୍ସାହର ସହ ଅପେକ୍ଷା କରିଥାନ୍ତି ପ୍ରେମୀ ଯୁଗଳ। ଫେବୃୟାରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ ହେଉଥିବାବେଳେ ୭ତାରିଖ ଅର୍ଥାତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମ ସପ୍ତାହ। ପ୍ରେମ ସପ୍ତାହର ପୂର୍ବ ଦିନ ସଂନ୍ଧ୍ୟାରେ ନିଜ ପ୍ରେମିକକୁ ଦେଖା କରିବାକୁ ଆସିଥିଲା ପ୍ରେମିକା । କିନ୍ତୁ ଜାଣିନ ଥିଲା ତାସହ ଏପରି କିଛି କାଣ୍ତ ଘଟିବ । ଘଟଣାଟି ହେଉଛି ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ଲେପ୍ରୋସି କଲୋନୀର । ଲେପସ୍ରି କଲୋନୀରୁ ରୁହନ୍ତି ଜଣେ ପ୍ରେମିକ ପ୍ରବର । ଆଉ ପ୍ରେମିକଙ୍କୁ ଦେଖା କରିବାକୁ ଏଠାକୁ ଅଧିକାଂଶ ସମୟରେ ଆସନ୍ତି ତାଙ୍କ ପ୍ରେମିକା ।

ସୂଚନା ଅନୁଯାୟୀ, ଯୁବତୀ ଜଣକ ନିଜ ପ୍ରେମିକକୁ ଭେଟିବା ପାଇଁ ବାରମ୍ବାର ଏହି ବସ୍ତିକୁ ଆସୁଥିଲେ।  ଏ-ନେଇ ଯୁବତୀଙ୍କୁ ପୂର୍ବରୁ ଅନେକ ଥର ବାରଣ ମଧ୍ୟ କରାଯାଇଥିଲା। ହେଲେ ସମ୍ପୃକ୍ତ ଯୁବତୀ କାହାକୁ ଖାତିର୍‌ ନକରି ସୋମବାର ସନ୍ଧ୍ୟାରେ ପ୍ରେମିକକୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ଗୋଟିଏ ଘରେ ଯୁବକ ଓ ଯୁବତୀଙ୍କୁ ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଘେରି ଯାଇଥିଲେ। ଏହାପରେ ବସ୍ତିର କିଛି ମହିଳା ଘର ଭିତରୁ ଯୁବତୀଙ୍କୁ ଘୋଷାଡ଼ି ଆଣି ବାହାରେ ବାନ୍ଧିକି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ। ପରେ ଘଟଣାସ୍ଥଳରୁ ଯୁବତୀ ଜଣକ ପଳାଇଥିଲେ। ଖୁଣ୍ଟରେ ବନ୍ଧାଯାଇ ଯୁବତୀଙ୍କୁ ମାଡ ମରାଯାଇଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ, ଏନେଇ ଯୁବତୀଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଜି ଘଟଣାସ୍ଥଳକୁ ମଞ୍ଚେଶ୍ୱର ପୋଲିସ ଯାଇ ତଦନ୍ତ କରିଛି।

Also Read : Valentine Day: ପ୍ରେମ ସପ୍ତାହ ଆରମ୍ଭ ହେବା ପୂର୍ବରୁ ଏହି ସରକାର ନେଲେ ବଡ ନିଷ୍ପତ୍ତି, ରାଜ୍ୟରେ ବାଣ୍ଟିବେ ମାଗଣା କଣ୍ତୋମ

Also Read : Propose Day 2023: ପ୍ରପୋଜ ଡେ'ରେ ମନର ମଣିଷକୁ କିପରି କରିବେ ପ୍ରେମ ନିବେଦନ? ଜାଣି ରଖନ୍ତୁ କିଛି ଟିପ୍ସ

ନିକଟରେ ଏଭଳି ଏକ ଘଟଣା ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଚାନ୍ଦବାଲି ବ୍ଲକ୍ ବାଂଶଡା ଥାନା ଜଶୀପୁର  ପଞ୍ଚାୟତ ସୁବଦିଆ ଗାଁରେ ଏଭଳି ଏକ ଘଟଣା ଘଟିଥିଲା । ପ୍ରେମିକାକୁ ଦେଖା କରିବାକୁ ଆସିଥିବା ବେଳେ ଧରାପଡି ପ୍ରେମିକା ଘରେ ବନ୍ଧା ହୋଇଥିଲା ପ୍ରେମିକ ।  ପ୍ରେମିକାଙ୍କ ପରିବାର ପକ୍ଷରୁ  ଯୁବକଙ୍କୁ ଘରେ ପ୍ରଥମେ ଜୋତା ମାଳ ପିନ୍ଧାଇଥିବା ବେଳେ ରାଶିରେ ବାନ୍ଧି ଗାଁ ଦାଣ୍ତରେ ଆଣି ବାନ୍ଧି ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲା । ସମ୍ପୃକ୍ତ ଯୁବକ ଜଣକ ସେହି ଅଞ୍ଚଳର ହୋଇଥିବା ଜଣାପଡିଛି । ସେହି ଗାଁର ଜଣେ ଯୁବତୀଙ୍କୁ ସେ ଦିର୍ଘ ଦିନ ଧରି ପ୍ରେମ କରୁଥିଲେ। ଯୁବତୀ ଜଣକ ଘରେ ଏକାଥିବା ଜାଣି ତାଙ୍କୁ ଦେଖା କରିବାକୁ ଆସିଥିଲା ଯୁବକ । ଆଉ ପ୍ରେମିକାର ପରିବାର ଲୋକଙ୍କ ହାବୁଡରେ ପଡିଯାଇଥିଲା। ଆଉ ପରେ ଉତ୍ତମ ମଧ୍ୟମ ମଧ୍ୟ ଖାଇଥିଲା। ଘଟଣା ଥାନାକୁ ଯିବା ପରେ ପୋଲିସ ଉଭୟ ଘର ଲୋକଙ୍କୁ ଥାନାକୁ ଡାକିଥିଲା।