Puri News: ପୁରୀରେ ପୁଣି ଲାଗିଲା ନିଆଁ , ହୁତହୁତ୍ ହୋଇ ଜଳିଲା ରେଳ ଷ୍ଟେସନର...
Advertisement
Article Detail0/zeeodisha/odisha1604878

Puri News: ପୁରୀରେ ପୁଣି ଲାଗିଲା ନିଆଁ , ହୁତହୁତ୍ ହୋଇ ଜଳିଲା ରେଳ ଷ୍ଟେସନର...

Puri News: ପୁରୀରେ ପୁଣି ଲାଗିଲା ନିଆଁ (Fire Breaks Out)। ଜଳି ଉଠିଲା ରେଲଓ୍ବେ ଟ୍ରାକ୍ । ପୁରୀ ରେଳ ଷ୍ଟେସନର ୱାନ-ଏ ଟ୍ରାକରେ (Puri Railway Station) ନିଆଁ (Fire)ଲାଗିଛି । ଏହାପରେ ତୁରନ୍ତ ଟ୍ରାକକୁ ଖାଲି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଟ୍ରାକରେ ବର୍ତ୍ତମାନ ଟ୍ରେନ ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ଷ୍ଟେସନ ମ୍ୟାନେଜର ଓ ରେଳବାଈ ଅଧିକାରୀ ଉପସ୍ଥିତ ଅଛନ୍ତି । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ସେନେଇ ଛାନଭିନ୍ କରୁଛନ୍ତି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Puri News: ପୁରୀରେ ପୁଣି ଲାଗିଲା ନିଆଁ (Fire Breaks Out)। ଜଳି ଉଠିଲା ରେଲଓ୍ବେ ଟ୍ରାକ୍ । ପୁରୀ ରେଳ ଷ୍ଟେସନର ୱାନ-ଏ ଟ୍ରାକରେ (Puri Railway Station)  ନିଆଁ (Fire)ଲାଗିଛି । ଏହାପରେ ତୁରନ୍ତ ଟ୍ରାକକୁ ଖାଲି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଟ୍ରାକରେ ବର୍ତ୍ତମାନ ଟ୍ରେନ ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ଷ୍ଟେସନ ମ୍ୟାନେଜର ଓ ରେଳବାଈ ଅଧିକାରୀ ଉପସ୍ଥିତ ଅଛନ୍ତି । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ସେନେଇ ଛାନଭିନ୍ କରୁଛନ୍ତି । ଗତ ୪୮ ଘଣ୍ଟା ଭିତରେ ଦୁଇ ଦୁଇଟି କମ୍ପ୍ଲେକ୍ସରେ ନିଆଁ ଲାଗିଥିବା ଘଟଣା ମନରୁ ଲିଭିନଥିବା ବେଳେ ଷ୍ଟେସନର ଟ୍ରାକ ନିକଟରେ ନିଆଁ ଲାଗିବାରୁ ଗୋଟିଏ ଭୟଭୀତ ବାତାବରଣ ସୃଷ୍ଟି ହୋଇଛି। 

ଗତ ବୁଧବାର ଦିନ ବିଳମ୍ବିତ ରାତିରେ,  ପୁରୀ ମରିଚିକୋଟ ଛକରେ ଥିବା ଲକ୍ଷ୍ମୀ ମାର୍କେଟ କଂପ୍ଲେସରେ ନିଆଁ ଲାଗିଥିଲା । ଏ-ଥିରେ ୪୩ଟି ଦୋକାନ ଘର ସମେତ ହୋଟେଲ ଓ ଫ୍ୟାସନ ସେଣ୍ଟର ଜଳି ଛାରଖାର ହୋଇଯାଇଛି । ଏଥିରେ ପ୍ରାୟ ୭ କୋଟିର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଶ୍ରୀ ମନ୍ଦିର ମରିଚିକୋଟ ଛକରେ ଥିବା ଲକ୍ଷ୍ମୀ ମାର୍କେଟ କଂପ୍ଲେସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ଏଭଳି ବଡ଼ ଧରଣର ଅଗ୍ନିକାଣ୍ତ ଘଟିଥିଲା । ଦିର୍ଘ ୩୬ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ ।  ହୋଲି ଦିନ ଅର୍ଥାତ୍ ବୁଧବାର ରାତି ପ୍ରାୟ ୮ଟା ସମୟରେ ଏଠାରେ ନିଆଁ ଲାଗିଥିଲା। 

Also Read : Btech Panipuri Wali: ଜାଣନ୍ତୁ କିଏ ଏହି B-Tech ଗୁପ୍ଚୁପ ବାଲି? ବୁଲେଟରେ ଧରି ବୁଲନ୍ତି ପୁଚକା ଷ୍ଟଲ୍, ସମସ୍ତେ କରୁଛନ୍ତି ସଲ୍ୟୁଟ୍!

Also Read : Payal Ghosh: 'ମୁଁ ସୁଶାନ୍ତ ସିଂ ରାଜପୁତ ନୁହେଁ, ଯଦି ମରିବି ସମସ୍ତଙ୍କୁ ଫେସେଇବି'

ତେବେ ପ୍ରଥମେ ଯାତ୍ରୀ ମାନଙ୍କ ଜୀବନ ବଞ୍ଚାଇବାକୁ ପ୍ରାଥମିକତା ଦିଆଯାଇଥଲା, ପରେ ନିଆଁ ଲିଭାଇବାରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ଦିନରାତି ଏକ କରିଦେଇଥିଲେ ଅଗ୍ନିଶମ ବାହୀନି ।  ତେବେ ଆଗକୁ ଯେପରି ଏମିତି ଘଟଣାର ପୁନରାବୃତ୍ତି ନହୁ୍ଏ ଘର, ହୋଟେଲ ଓ ଦୋକାନ ଘର ତିଆରି କଲେ ଅଗ୍ନି ନିରାପତ୍ତା ଉପରେ ବିଶେଷ ଧ୍ୟାନ ଦେବାକୁ ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।  ଆଗକୁ ସବୁ ମାର୍କେଟ କଂପ୍ଲେସ, ମଲ ଓ ହୋଟେଲ ମାନଙ୍କରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ଯାଞ୍ଚ ସହ ପିକେଡ଼ିଏ ପ୍ଲାନିଂ ବ୍ୟବସ୍ଥା ମଧ୍ଯ ଯାଞ୍ଚ କରାଯିବ ବୋଲି ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି ।

Also Read : Road Accident: କାର୍ ଉପରେ ଚଢିଗଲା ଲୁହା ପଥର ବୋଝେଇ ଟ୍ରକ୍, ଘଟଣାସ୍ଥଳରେ ୫ ମୃତ

Also Read : Puri Market Complex Fire: ଦୀର୍ଘ ୩୬ ଘଣ୍ଚା ପରେ କାବୁ ହେଲା ନିଆଁ, ଛାରଖାର କୋଟି କୋଟି ଟଙ୍କାର ସମ୍ପତ୍ତି