Kendujhar News: ରାକ୍ଷସୀ ରୂପୀ ମାଆ! ଦୁଇ ଶିଶୁଙ୍କୁ ହତ୍ୟା କଲା ନିଜେବି ରଶିରେ ଝୁଲିଗଲା
Advertisement
Article Detail0/zeeodisha/odisha1571061

Kendujhar News: ରାକ୍ଷସୀ ରୂପୀ ମାଆ! ଦୁଇ ଶିଶୁଙ୍କୁ ହତ୍ୟା କଲା ନିଜେବି ରଶିରେ ଝୁଲିଗଲା

Kendujhar News: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଡୁରୁକୁଳିଆ ଗାଁରେ ଅଭାବନୀୟ ଘଟଣା । ନିଜର ଦୁଇ ଶିଶୁପୁତ୍ରଙ୍କୁ ପ୍ରଥମେ ହତ୍ୟା କରି ଘର ଭିତରେ ବେକରେ ଫାସି ଲଗାଇ ଆତ୍ମହତ୍ୟା (Suicide case)କରିଛି ମାଆ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ମୃତ ମହିଳା ହେଉଛନ୍ତି ଭୀମସେନ ନାୟକଙ୍କ ସ୍ତ୍ରୀ କ୍ଷଣପ୍ରଭା ନାୟକ । କ୍ଷଣପ୍ରଭା ନିଜର ସାଢ଼େ ୩ ବର୍ଷର ଶିଶୁପୁତ୍ର ଓ ଅନ୍ୟଜଣେ ୨ ବର୍ଷର ଶିଶୁପୁତ୍ରଙ୍କର ତଣ୍ଟିଚିପି ହତ୍ୟା (killing two children) କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ସୌଜନ୍ୟ- ସୋସିଆଲ ମିଡିଆ

ସୂଚନା ଅନୁସାରେ, କ୍ଷଣପ୍ରଭାଙ୍କର ବଡ଼ଝିଅ  ସ୍କୁଲରୁ ଫେରି ଘରର କବାଟ ବନ୍ଦ ଥିବା ଦେଖିଥିଲେ । ଅନେକ ବାଡ଼େଇବା ପରେ କବାଟ ନଖୋଲିବାରୁ ପଡ଼ୋଶୀମାନେ ଘରର ଟାଇଲ୍ ଖୋଲିବା ପରେ ଏହା ଜଣାପଡ଼ିଥିଲା । ଘଟଣା ସମୟରେ କ୍ଷଣପ୍ରଭାଙ୍କ ସ୍ଵାମୀ ଭୀମସେନ ହଳ କରିବାକୁ ଯାଇଥିବା ବେଳେ,ଶ୍ୱଶୁର କେନ୍ଦୁଝର ଯାଇଥିଲେ ଓ ଶାଶୁ ଛେଳି ଚରାଇବାକୁ ଯାଇଥିଲେ । ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ । ଖବର ପାଇ ଘଟଣାସ୍ଥଳରେ ଚମ୍ପୁଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Also Read : Puri Accident: ଶ୍ରୀକ୍ଷେତ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା, ଅଧା ରହିଲା ଜଗା ଦର୍ଶନ

Also Read : Valentines Day 2023: ୧୪ ଫେବୃଆରୀକୁ କହିଁକି ଭାଲେଣ୍ଟାଇନ୍ସ ଡେ'ଭାବେ ପାଳନ କରାଯାଏ, ଜାଣନ୍ତୁ କିଛି ରୋଚକ କଥା

ନିକଟରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ୧୪ ମାସର କୁନି ଛୁଆକୁ ମାରି ରଶି ଲଗାଇ ଝୁଲି ପଡିଥିଲେ ବାପା,ମାଆ । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଏହି ଘଟଣା ଘଟିଥିଲା । ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା।  ଗତ କିଛି ଦିନ ହେବେ ଚିନ୍ତାମଣିଶ୍ୱର ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ ମହାରାଷ୍ଟ୍ର ଭଦିଗ୍ରାମର ଏହି ପରିବାର । ଏହି ମୃତ୍ୟୁ ଘଟଣା ରହସ୍ୟ ଘେରରେ ରହିଥିବା ବେଳେ ସମ୍ପତି ବିବାଦକୁ କେନ୍ଦ୍ର କରି ଏହି ଘଟଣା ଘଟିଛି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ତୁଷାର ରାଜେନ୍ଦ୍ର ଜଗତପ, ସ୍ତ୍ରୀ ନୀଳାତୁଷାର ଜଗତପ ଆଉ ୧୪ ମାସର ଝିଅ ଶିବନ୍ୟା । ତିନି ଜଣଙ୍କୁ ନେଇ ହସ ଖୁସିର ପରିବାର ଥିଲା । ଭଦିଗ୍ରାମ ମହାରାଷ୍ଟ୍ରର ଏହି ପରିବାର କିଛି ଦିନ ହେବ ଭୁବନେଶ୍ୱରର ଚିନ୍ତାମଣିଶ୍ୱର ଅଞ୍ଚଳରେ ରହି ଆସୁଥିଲେ । ହଠାତ ସବୁ କିଛି ଓଲଟ ପାଲଟ ହୋଇଗଲା ।ହଠାତ ଏହି ପରିବାରରେ ଏକ ଏମିତି ଦିନ ଆସିଲା, ଯେତେବେଳେ ପୁରା ପରିବାର ବେକରେ ରଶି ଲଗାଇ ଝୁଲୁଥିବାର ଦୃଶ୍ୟ ସାମ୍ନାକୁ ଆସିଲା । ପୋଲିସ ଯେତେ ବେଳେ କବାଟ ଭାଙ୍ଗିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ବାପା-ମାଆ ସମେତ କୁନି ଛୁଆ ସମସ୍ତେ ରଶିରେ ଝୁଲୁଥିଲେ । କୁନି ଝିଅ ବେକରେ ବି ରଶି ଲାଗିଥିଲା । କାହିଁକି, କଣ ପାଇଁ, ଏମିତି ଅନେକ ପ୍ରଶ୍ନ ଭିତରେ ସେହି ଚିତ୍ର ଯେତିକି ରହସ୍ୟମୟ ସେତିକି ହୃଦୟ ବିଦାରକ ବି ଥିଲା । କଅଁଳ ଶିଶୁକୁ କିଏ କେମିତି ମାରି ପାରିବ? ଆଉ ବନ୍ଦ ଘର ଭିତରୁ କେମିତ ପୁରା ପରିବାରର ଶବ ମିଳିବ? ସନ୍ଦେହ ଘେରରେ ଥିବା ଏହି ଘଟଣାକୁ ନେଇ ତନାଘନା ଆରମ୍ଭ କରିଥିଲା କମିସନରେଟ ପୋଲିସ ।