Weather Update: ଆଗକୁ ଆହୁରୀ କଲବଲ କରିବ ତାତି, ସେପଟେ ଭୀଷଣ ରୂପ ନେଲା ବାତ୍ୟା “ମୋକା”
Advertisement
Article Detail0/zeeodisha/odisha1693527

Weather Update: ଆଗକୁ ଆହୁରୀ କଲବଲ କରିବ ତାତି, ସେପଟେ ଭୀଷଣ ରୂପ ନେଲା ବାତ୍ୟା “ମୋକା”

Weather Update: ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛି ସାରା ଓଡିଶା । ଅସହ୍ୟ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ। ଅତି ଜରୁରୀ ନ ହେଲେ ଲୋକେ ବାହାରକୁ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ସୂଚନାଯୋଗ୍ୟ, ଆସନ୍ତା ୧୪ ତାରିଖରୁ ତାତି ଆହୁରି ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । 

ସୌ(ସୋସିଆଲ ମିଡିଆ)

Weather Update: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା “ମୋକା” ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଶୁକ୍ରବାର ଦିନ ପାଗ ମେଘୁଆ ରହିଥିଲା । ଆଜି ମଧ୍ଯ ପାଗ ଭଲ ରହିବ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଗତ କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିଛି (Heat Wave) । ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛି ସାରା ଓଡିଶା । ଅସହ୍ୟ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ସ୍ଥିତି ଏମିତି ହେଉଛି ଯେ, ଦିନ ୧୦ ପରେ ଘରୁ ବାହାରିବା ମୁସ୍କକିଲ ହୋଇପଡୁଛି । ଖାଲି ଏତିକି ନୁହେଁ ୧୨ଟା ବେଳକୁ ରାସ୍ତାଘାଟ ମଧ୍ଯ ଶୂନଶାନ ହୋଇପଡୁଛି । ଅତି ଜରୁରୀ ନ ହେଲେ ଲୋକେ ବାହାରକୁ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ସୂଚନାଯୋଗ୍ୟ, ଆସନ୍ତା ୧୪ ତାରିଖରୁ ତାତି ଆହୁରି ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହୁଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ପ୍ରକାଶ ଥାଉ କି, ୧୫ ତାରିଖ ବେଳକୁ ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବଖରାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି । ସେହିପରି ୧୬ ତାରିଖ ଲାଗି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାକୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି । ଏହି ସମୟରେ ଶିଶୁ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଖରାକୁ ନ ବାହାରିବା ଓ ଅଧିକ ପାଣି ପରିମାଣର ପାଣି ପିଇବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । କୃଷକମାନଙ୍କୁ ଚାଷ ଜମିରେ ଜଳସେଚନ ଜାରି ରଖିବା ଓ ବିଶେଷ କରି ଆଖୁ, ମକା, ମୁଗ ଓ ଡ଼ାଲ ଜାତୀୟ ଫସଲ ତଥା ପନିପରିବା ଓ ଫସଲକୁ ଜଳସେଚନ ଚାଲୁ ରଖିବାକୁ ପରାରର୍ଶ ଦିଆଯାଇଛି । ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ସୁନ୍ଦରଗଡ଼ରେ ୪୧.୨ ଡିଗ୍ରୀ, ବୌଦ୍ଧରେ ୪୦.୦ ଡିଗ୍ରୀ, ରାଉଲକେଲାରେ ୪୦.୪ ଡିଗ୍ରୀ ଓ ବଲାଙ୍ଗୀରରେ ୪୦ ଡିଗ୍ରୀ ତାପମାତ୍ରା ରେର୍କଡ଼ ହୋଇଛି । ପାଗ ମେଘୁଆ ଥିବା ହେତୁ ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୭.୨ ଡିଗ୍ରୀ ଓ କଟକରେ ୩୭ ଡ଼ିଗ୍ରୀ ତାପମାତ୍ରା ରେର୍କଡ଼ କରାଯାଇଛି ।

ଅନ୍ୟପଟେ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ (Bay of Bengal) ବାତ୍ୟା “ମୋକା” ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତି କରି ପୋର୍ଟବ୍ଲେୟାରର ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରୁ ୫୩୦ କିମି, ବାଂଲାଦେଶର ଦକ୍ଷିଣ- ଦକ୍ଷିଣ ପଶ୍ଚିମରୁ ୯୫୦ କିମି ଓ ମିଆଁମାରର ଦକ୍ଷିଣ- ଦକ୍ଷିଣ ପଶ୍ଚିମରୁ ୮୭୦ କିମି ଦୂରରେ ରହିଛି । ଏହା ଧୀରେ ଧୀରେ ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇ ପୂର୍ବ- କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରୁଛି । ଅଧିକ ଘନୀଭୂତ ହୋଇ ହୋଇ ଆଜି ରାତିରେ ଅତି ଭୀଷଣ ବାତ୍ୟା (Cyclone) ରୂପ ନେବା ସହ ଏହାର ଗତି ଜାରି ରଖିଛି । ୧୪ ତାରିଖ ମଧ୍ୟାହ୍ନ ସୁଦ୍ଧା ଦକ୍ଷିଣ ପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ଅତିକ୍ରମ କରିବ ବାତ୍ୟା “ମୋକା” (Cyclone mocha) । ଏହି ସମୟରେ ଘଣ୍ଟାପ୍ରତି ୧୫୦ରୁ ୧୬୦ କିମି ତଥା ସ୍ଥଳ ବିଶେଷରେ ପବନରେ ବେଗ ୧୭୫ କିମି ଛୁଇଁବା ନେଇ ଆକଳନ କରାଯାଇଛି । ତେବେ ଏହାର କୌଣସି ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ନ ପଡିଲେ ମଧ୍ୟ ଶୁକ୍ରବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିଥିଲା ।

Also Read-Jharsuguda by-election 2023: ଆଜି ଝାରସୁଗୁଡ଼ା ନିର୍ବାଚନ ଭୋଟ ଗଣତି, କାହା ସପକ୍ଷରେ ଯିବ ଜନମତ?