Dr Shankar Ramchandani: 'ମୋ ଦରମାରୁ ୩୦% କମାଇ ଦିଅ, ସେହି ଟଙ୍କାରେ ହସ୍ପିଟାଲର ବିକାଶ କର'
Advertisement

Dr Shankar Ramchandani: 'ମୋ ଦରମାରୁ ୩୦% କମାଇ ଦିଅ, ସେହି ଟଙ୍କାରେ ହସ୍ପିଟାଲର ବିକାଶ କର'

 Vimsar Dr Shankar Ramchandani: ମାନ୍ୟବର ଜନ ପ୍ରତିନିଧି ମାନେ ତିନି ଲକ୍ଷ ଦରମା ଦାବି କରୁଛନ୍ତି କିନ୍ତୁ ମୁଁ ନିବେଦନ କରୁଛି ମୋର ବ୍ୟକ୍ତିଗତ ଦରମା 30 ପ୍ରତିସତ୍ କମେଇ ଦିଅ,ସେ ପଇସା ହସ୍ପିଟାଲ ର ବିକାଶ ରେ ଖର୍ଚ୍ଚ କର    

Dr Shankar Ramchandani: 'ମୋ ଦରମାରୁ ୩୦% କମାଇ ଦିଅ, ସେହି ଟଙ୍କାରେ ହସ୍ପିଟାଲର ବିକାଶ କର'

Odisha Doctor, ଭୁବନେଶ୍ୱର: ବର୍ତ୍ତମାନ ଦେଶରେ ଗୋଟିଏ ଖଟିଆ ଠାରୁ ଆରମ୍ଭ କରି ସରକାରୀ ଚାକିରିଆ ସମସ୍ତେ ମହଙ୍ଗା ମାଡରେ ଯୁଝୁଛନ୍ତି। ଯାହାକୁ ଦେଖି ମାସେ ତଳେ ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା। କିନ୍ତୁ ଦିନ ମଜୁରିଆଙ୍କୁ କୌଣସି ଆଶ୍ୱସ୍ତି ମିଳିଲା ନାହିଁ। ଏହାରି ଭିତରେ ଓଡିଶାର ବିଧାୟକମାନେ ସେମାନଙ୍କ ଦରମା ବୃଦ୍ଧି କରିବାକୁ ଦାବି କରିଛନ୍ତି। ଆସନ୍ତା ଶୀତ ଅଧିବେଶନରେ ଏହି ବିଲ୍ ଉପସ୍ଥାପନ କରାଯାଇପାରେ। ଏହି ଖବର ଆସିବା ମାତ୍ରେ ଡାକ୍ତର ଶଙ୍କର ରାମଚନ୍ଦାନୀ ନିଜର ପ୍ରତିକ୍ରିୟା ରଖିଛନ୍ତି, ଯାହାକୁ ଖୁବ ପ୍ରଶଂସା କରାଯାଉଛି।

ସାଧାରଣତଃ ଦରମା ବା ପ୍ରାପ୍ୟ ବଢାଇବାକୁ ସମସ୍ତେ ଦାବି କରନ୍ତି। କିନ୍ତୁ ରାଜ୍ୟରେ ଟଙ୍କିକିଆ ଡାକ୍ତର ଭାବେ ପରିଚିତ Dr Shankar Ramchandani ନିଜ ଦରମା କାଟିବାକୁ ସରକାରଙ୍କୁ ଅପିଲ କରିଛନ୍ତି। ଶନିବାର ଡାକ୍ତର ଶଙ୍କର ତାଙ୍କ ଫେସବୁକରେ ଲାଇଫ୍ ଆସି କହିଥିଲେ ଯେ, ମାନ୍ୟବର ଜନ ପ୍ରତିନିଧିମାନେ ତିନି ଲକ୍ଷ ଦରମା ଦାବି କରୁଛନ୍ତି କିନ୍ତୁ ସେ ନିବେଦନ କରୁଛନ୍ତି କି ତାଙ୍କ ବ୍ୟକ୍ତିଗତ ଦରମା ୩୦ ପ୍ରତିଶତ କମେଇ ଦିଆଯାଉ। ତାଙ୍କର ସେହି କଟା ଯାଇଥିବା ଟଙ୍କାରେ ହସ୍ପିଟାଲର ବିକାଶ ପାଇଁ ସରକାର ଖର୍ଚ୍ଚ କରନ୍ତି। କେବଳ ଫେସବୁକ ନୁହଁ ଟ୍ୱିଟରରେ ମଧ୍ୟ ଡାକ୍ତର ଏହି କଥା କହିଛନ୍ତି। ନିଜ ଦରମା କାଟିବାକୁ ପ୍ରସ୍ତାବ ଦେବାରେ ଡାକ୍ତର ଶଙ୍କର ପ୍ରଥମ ଭାରତୀୟ ସରକାରୀ ଅଧିକାରୀ ହୋଇପାରନ୍ତି ବୋଲି କୁହାଯାଉଛି।

Also Read: Viral Video: ବିଡିଓଙ୍କ ଉପରେ କୁକୁର ଭଳି ଭୁକିଲେ ହିତାଧିକାରୀ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ଯ!

Dr Shankar Ramchandani କହିଛନ୍ତି ଯେ, ତାଙ୍କୁ ଭଗବାନ ଆବଶ୍ୟକ ଅନୁସାରେ ଅର୍ଥ ଯୋଗାଇ ଦେଇଛନ୍ତି। ସରକାର ତାଙ୍କୁ ଯେଉଁ ଦରମା ଦେଉଛନ୍ତି ସେଥିରେ ସେ ସନ୍ତୁଷ୍ଟ। ଅନ୍ୟ ସରକାରୀ କର୍ମଚାରୀ କିମ୍ବା ନେତା ମନ୍ତ୍ରୀଙ୍କୁ ଅଧିକ ଟଙ୍କାର ଆବଶ୍ୟକ ଥିବ, ସେଥିପାଇଁ ସେମାନେ ଦରମା ବଢାଇବାକୁ ଦାବି କରୁଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ତାଙ୍କ ଦରମାରୁ ୨୦ରୁ ୩୦ ପ୍ରତିଶତ କାଟି ତାକୁ ହସ୍ପିଟାଲର ବିକାଶ କିମ୍ବା ଲୋକଙ୍କ କାମରେ ଲଗାଯାଉ। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ମଧ୍ୟ ଲେଖିବେ ବୋଲି କହିଛନ୍ତି। ଡାକ୍ତର ଶଙ୍କରଙ୍କ କହିବା ହେଲା, ସମସ୍ତ ସରକାରୀ କର୍ମଚାରୀ ଦୁର୍ନୀତିଗ୍ରସ୍ତ ନୁହଁନ୍ତି। ଆଉ ସେ କେବେ ଦୁର୍ନୀତି କରିନାହାନ୍ତି। 

 

ବୁର୍ଲା ଭିମସାରରେ Asst Professor ଭାବେ ଡାକ୍ତର ଶଙ୍କର କାର୍ଯ୍ୟରତ। ସେ ବରଗଡର ପଦ୍ମପୁର ବାସିନ୍ଦା। ଗରିବଙ୍କୁ ସାହାଯ୍ୟ କରିବା ମାତ୍ର ଏକ ଟଙ୍କାରେ ଲୋକଙ୍କୁ ଚିକିତ୍ସା କରିବାକୁ ନେଇ ଡାକ୍ତର ଶଙ୍କର ପଶ୍ଚିମ ଓଡିଶା ତଥା ରାଜ୍ୟରେ ପ୍ରସିଦ୍ଧ। ଗରିବଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଡାକ୍ତର ଏବେ ଭିକ୍ଷୁକଙ୍କ ପାଇଁ ମାଗଣା କ୍ଲିନିକ ଖୋଲିବାକୁ ଯାଉଛନ୍ତି। ମାସକୁ ଦୁଇ ଦିନ ସେ ଚିକିତ୍ସା ସେବା ଯୋଗାଇ ଦେବେ। ଦିନେ ଭିମସାରରେ ଭିକ୍ଷୁକମାନଙ୍କୁ ମାଗଣା ଚିକିତ୍ସା ଓ ଆଉ ଦିନ ନିଜ ଜନ୍ମମାଟି ପଦ୍ମପୁରରେ ଏହି ଚିକିତ୍ସା କରିବେ। ଡାକ୍ତର ଶଙ୍କରଙ୍କ କ୍ଲିନିକରେ ମାଗଣା ଔଷଧ ଦିଆଯିବା ସହ ମାଗଣାରେ ଇସିଜି ଓ ମଧୂମେହ ପରୀକ୍ଷା କରାଯିବ। କୋରୋନା ସମୟରେ ନିଜର ଇନସେନଟିଭ୍ ଟଙ୍କାକୁ କୋଭିଡ୍ ମୃତକଙ୍କ ପରିବାରକୁ ବାଣ୍ଟି ଚର୍ଚ୍ଚାକୁ ଆସିଥିଲେ।

Also Read: Dharmagarh News: ଜୋର୍ ଧରିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି: ରାଜ୍ୟ ସରକାରଙ୍କୁ

ଆସନ୍ତା ବିଧାନସଭା ଅଧିବେଶନରେ ବିଧାୟକମାନଙ୍କର ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗରେ ବୃଦ୍ଧି ନେଇ ବିଲ୍ ପାରିତ ହେବାର ସମ୍ଭାବନା ରହିଛି। ଏନେଇ ଗଠିତ କମିଟି ଆସନ୍ତା ୨୪ ତାରିଖରେ ହେବାକୁ ଥିବା ଶୀତ ଅଧିବେଶନରେ ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରିବ। କମିଟି ଓଡ଼ିଶାରେ ବିଧାୟକମାନଙ୍କ ଦରମା ଓ ଅନ୍ୟାନ୍ୟ ସୁବିଧାରେ ବୃଦ୍ଧି ହେବା ସପକ୍ଷରେ ମତ ଦେଇଛି। ଦଳଗତ ନିର୍ବିଶେଷରେ ବିଧାୟକମାନେ ସେମାନଙ୍କର ଦରମା ଓ ଅନ୍ୟାନ୍ୟ ଭତ୍ତା ବୃଦ୍ଧି କରିବାକୁ ବିଧାନସଭାରେ ବହୁବାର ଦାବି କରିଛନ୍ତି। ବର୍ତ୍ତମାନ ଓଡିଶାର ବିଧାୟକଙ୍କୁ ମାସିକ ପ୍ରାୟ ଲକ୍ଷେ ଟଙ୍କା ଦରମା ସହ ଅନ୍ୟାନ୍ୟ ସୁବିଧା ମିଳୁଛି।