Sambalpur: ଜିଲ୍ଲାରେ ଉପରମୁହାଁ ଗଞ୍ଜେଇ ଚୋରାଚାଲାଣ, କିଙ୍ଗପିନଙ୍କ ଟେର ପାଉନି ପୋଲିସ
Advertisement

Sambalpur: ଜିଲ୍ଲାରେ ଉପରମୁହାଁ ଗଞ୍ଜେଇ ଚୋରାଚାଲାଣ, କିଙ୍ଗପିନଙ୍କ ଟେର ପାଉନି ପୋଲିସ

Sambalpur: ବାରମ୍ବାର ଧରପଗଡ଼ କାରଣରୁ ଗଞ୍ଜେଇ ଚୋରା ଚାଲାଣକାରୀ ଧରାପଡୁଛନ୍ତି ହେଲେ କିଙ୍ଗପିନ୍ ପାଖରେ ପହଁଞ୍ଚି ପାରୁନି ପୋଲିସ । ଗଞ୍ଜେଇ ଚୋରା ଚାଲାଣକାରୀ ନେଇ ସମସ୍ତ ତଥ୍ୟ ପୋଲିସ ପାଖରେ ରହିଥିବା ବେଳେ ପଡୋ଼ଶୀ ଜିଲ୍ଲାରେ ଥିବା ବଡ଼ କିଙ୍ଗପିନ୍ ମାନଙ୍କ ନିକଟକୁ ପହଁଞ୍ଚି ପାରୁନି ସମ୍ବଲପୁର ଜିଲ୍ଲା ଅବକାରୀ ଗୁଇନ୍ଦା ବିଭାଗ । ବୌଦ୍ଧ, ସୋନପୁର, କନ୍ଧମାଳ, ଅଞ୍ଚଳରୁ ଗଞ୍ଜେଇ ଆସୁଥିବା ବେଳେ ଏହା ବିହାର ଛତିଶଗଡ଼, ଉତ୍ତରପ୍ରଦେଶ ଅଞ୍ଚଳକୁ ଚାଲାଣ ହୋଇଥାଏ । 

Sambalpur: ଜିଲ୍ଲାରେ ଉପରମୁହାଁ ଗଞ୍ଜେଇ ଚୋରାଚାଲାଣ, କିଙ୍ଗପିନଙ୍କ ଟେର ପାଉନି ପୋଲିସ

Sambalpur News: ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଆବାଦ୍ଧ ଗଂଜେଇ ଚୋରାଚାଲାଣ । ଦୁଇ ଚାରି ଦିନ ପରେ ସମ୍ବଲପୁର ବିଜୁ ଏକ୍ସପ୍ରେସ ହାଇୱେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ସେମାନଙ୍କଠାରୁ ଗଞ୍ଜେଇ ସହ ଚାରି ଚକିଆ ଯାନ ମଧ୍ୟ ଜବତ କରାଯାଇଛି । କିନ୍ତୁ ଯେତେ ପରିମାଣର ଗଞ୍ଜେଇ ଜବତ ହେଉଛି ତାଠାରୁ ଅଧିକ ପରିମାଣର ଗଞ୍ଜେଇ ପୁଣି ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳିଛି ।

ସେପଟେ ବାରମ୍ବାର ଧରପଗଡ଼ କାରଣରୁ ଗଞ୍ଜେଇ ଚୋରା ଚାଲାଣକାରୀ ଧରାପଡୁଛନ୍ତି ହେଲେ କିଙ୍ଗପିନ୍ ପାଖରେ ପହଁଞ୍ଚି ପାରୁନି ପୋଲିସ । ଗଞ୍ଜେଇ ଚୋରା ଚାଲାଣକାରୀ ନେଇ ସମସ୍ତ ତଥ୍ୟ ପୋଲିସ ପାଖରେ ରହିଥିବା ବେଳେ ପଡୋ଼ଶୀ ଜିଲ୍ଲାରେ ଥିବା ବଡ଼ କିଙ୍ଗପିନ୍ ମାନଙ୍କ ନିକଟକୁ ପହଁଞ୍ଚି ପାରୁନି ସମ୍ବଲପୁର ଜିଲ୍ଲା ଅବକାରୀ ଗୁଇନ୍ଦା ବିଭାଗ । ବୌଦ୍ଧ, ସୋନପୁର, କନ୍ଧମାଳ, ଅଞ୍ଚଳରୁ ଗଞ୍ଜେଇ ଆସୁଥିବା ବେଳେ ଏହା ବିହାର ଛତିଶଗଡ଼, ଉତ୍ତରପ୍ରଦେଶ ଅଞ୍ଚଳକୁ ଚାଲାଣ ହୋଇଥାଏ । ନାମୀ ଦାମୀ ଗାଡ଼ିରେ କୁଇଣ୍ଟାଲ କୁଇଣ୍ଟାଲ ଗଂଜେଇ ଆବାଧରେ ବିହାର, ଛତିଶଗଡ଼, କୋଲକାତା, ଝାଡଖଣ୍ଡ, ଉତ୍ତରପ୍ରଦେଶ ଆଦି ଜିଲ୍ଲାକୁ ଚୋରା ଚାଲାଣ ହେଉଛି । ଗୋଟାଏ ପରେ ଗୋଟାଏ ଗଞ୍ଜେଇ ଚୋରା ଚାଲାଣକାରୀ ଅବକାରୀ ବିଭାଗ ହାତରେ ଧରାପଡୁ଼ଛନ୍ତି, ମାଳ ମାଳ ଗାଡି଼ ଜବତ ହେଉଛି ।  ହେଲେ ଗଂଜେଇ କେଉଁ ସ୍ଥାନକୁ କାହା ପାଖକୁ ଯାଉଛି ଓ କେଉଁ ସ୍ଥାନରୁ କାହା ପାଖରୁ ଆସୁଛି ସେ ନେଇ ଟେର ପାଉନି ପୋଲିସ ।  ଯଦି ଜଣାପଡୁ଼ଛି, ତାହେଲେ  ଅବକାରୀ ବିଭାଗ ବଡ଼ ବଡ଼ ଗଞ୍ଜେଇ ମାଫିଆ ମାନଙ୍କ ପାଖରେ ପହଂଚି ପାରୁନାହାନ୍ତି କେମିତି ?  ଜିଲ୍ଲାର ସୀମା ଡେଇଁବାକୁ ଡ଼ରୁଛି କି ଅବକାରୀ ବିଭାଗ ? ଗତ ଏକ ବର୍ଷରେ ଜିଲ୍ଲା ଅବକାରୀ ଗୁଇନ୍ଦା ବିଭାଗ ୧୭ କୁଇଣ୍ଟାଲ ୩୩ କେଜି ଗଂଜେଇ ଜବତ କରାଯାଇଥିବା ବେଳେ । ପ୍ରାୟ ୩୩ଟି ମୂଲ୍ୟବାନ ଗାଡି଼  ଜବତ ହୋଇଥିଲା । ମୋଟ ୫୦ଟି ମାମଲାରେ ୮୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ଯ କରାଯାଇଛି । ଏହି ସମସ୍ତ ଗଞ୍ଜେଇ ଓ ଜବତ ମୂଲ୍ୟବାନ ଗାଡି଼ର ଆନୁମାନିକ ମୂଲ୍ୟ ପ୍ରାୟ ୩ କୋଟି ୩୮ ଲକ୍ଷ ୩୦ ହଜାର ଟଙ୍କା ହେଵ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।ସମସ୍ତ ଗଞ୍ଜେଇ କନ୍ଧମାଳ, ବୌଦ୍ଧ, ସୋନପୁର ଓ ସମ୍ବଲପୁରର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚୋରା ଚାଲାଣ ହେଉଥିବା ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି,  ହେଲେ ସେହି ମାଫିଆଙ୍କ ନିକଟକୁ କେମିତି ପହଂଚି ପାରୁନି ଅବକାରୀ ବିଭାଗ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହିଁ କେଉଁ ଦିନରୁ କନ୍ଧମାଳ, ବୌଦ୍ଧ, ସୋନପୁର ଆଦି ଜିଲ୍ଲାରୁ ସମ୍ବଲପୁର ଦେଇ ବାହାର ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ ହେଉଛି । ସେପଟେ ଅସଲ ମାଫିଆଙ୍କୁ ଧରିବା ଲାଗି ପୋଲିସ ଆନ୍ତରିକତା ଦେଖାଉନଥିବା କହିଛନ୍ତି ବୁଦ୍ଧିଜୀବୀ ।

ଏହାମଧ୍ଯ ପଢନ୍ତୁ-Odisha News: ଏଣିକି ପୋଷା କୁକୁରଙ୍କ ପାଇଁ ଆସିବ ନୂଆ ନିୟମ, ବାହାରେ ମଳତ୍ୟାଗ କଲେ ଏତିକି ଟଙ୍କାର ଜରିମାନା ଗଣିବେ ମାଲିକ

ରାଜ୍ୟରୁ ଗଂଜେଇ ଚୋରା ଚାଲାଣ ରୋକିବା ଦିଗରେ ଅବକାରୀ ବିଭାଗ ବିଭିନ୍ନ ପଦକ୍ଷେପ ନେଉଥିଲେ ବି ଅସଲ ମାଫିଆ ଧରା ନ ପଡିବା ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପଡୋ଼ଶୀ ଜିଲ୍ଲାର ସମସ୍ତ ଅବକାରୀ ବିଭାଗ ସହ ଯୋଗସୂତ୍ର ରଖି ନିକଟ ଭବିଷ୍ୟତରେ ଏହି ବଡ଼ ମାଫିଆ ମାନଙ୍କ ନିକଟରେ ପହଂଞ୍ଚିବା ପାଇଁ ଉଦ୍ୟମ ହେଉଥିବା କହିଛନ୍ତି ସମ୍ବଲପୁର ଅବକାରୀ ବିଭାଗ ଗୁଇନ୍ଦା ଡ଼ିଆଜି।