Odisha Education Calender: ଜାଣନ୍ତୁ କେତେ ଦିନ ହେବ ପାଠପଢା , କେତେ ଦିନ ରହିବ ସ୍କୁଲ୍ ଛୁଟି?
Advertisement
Article Detail0/zeeodisha/odisha1648186

Odisha Education Calender: ଜାଣନ୍ତୁ କେତେ ଦିନ ହେବ ପାଠପଢା , କେତେ ଦିନ ରହିବ ସ୍କୁଲ୍ ଛୁଟି?

Odisha Education Calender News In Odia: ନୂଆ ଶିକ୍ଷାବର୍ଷ (୨୦୨୩-୨୪) ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ (Department of School and Mass Education) ପକ୍ଷରୁ ଶିକ୍ଷା କ୍ୟାଲେଣ୍ଡର (Education Calender) ପ୍ରକାଶ ପାଇଛି। ମେ ୫ ତାରିଖରୁ ଜୁନ୍‌ ୧୭ ତାରିଖ ଯାଏ ଖରା ଛୁଟି ଘୋଷଣା କରାଯାଇଛି (summer vacation)। ସେହିପରି ରାଜ୍ୟରେ ତାତି ବଢୁଥିବାରୁ ଆଜିଠାରୁ ରାଜ୍ୟରେ ଆରମ୍ଭ ହେଇଛି ସକାଳୁଆ ସ୍କୁଲ (Morning School)। 

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha Education Calender News In Odia: ନୂଆ ଶିକ୍ଷାବର୍ଷ (୨୦୨୩-୨୪) ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ (Department of School and Mass Education) ପକ୍ଷରୁ ଶିକ୍ଷା କ୍ୟାଲେଣ୍ଡର (Education Calender) ପ୍ରକାଶ ପାଇଛି। ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୩୨ ଦିନ ପାଠପଢ଼ା ହେବାକୁ ଥିବା ବେଳେ ୮୦ଟି ଛୁଟି ଦିବସ (vacation) ଏବଂ ୫୩ଟି ରବିବାର ରହିଛି।  ମେ ୫ ତାରିଖରୁ ଜୁନ୍‌ ୧୭ ତାରିଖ ଯାଏ ଖରା ଛୁଟି (vacation) ଘୋଷଣା କରାଯାଇଛି (summer vacation)।

ମୋଟ ଉପରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ଚଳିତ ଶିକ୍ଷାବର୍ଷରେ ୧୩୩ ଦିନ ଛୁଟି ପାଇବେ (vacation)। ଏପ୍ରିଲ ୧ରୁ ପିଲାଙ୍କର ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଜୁଲାଇ ଶେଷ ସପ୍ତାହରେ ପ୍ରଥମରୁ ଅଷ୍ଟମ ଫରମେଟିଭ -୧ ପରୀକ୍ଷା, ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ସମ୍ମେଟିଭ -୧ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓସେପା କ୍ୟାଲେଣ୍ଡରରେ ଦର୍ଶାଇଛି। ସେହିପରି ଜାନୁଆରୀ ୨୦୨୪ ପ୍ରଥମ ସପ୍ତାହରେ ପିଲାଙ୍କ ଫରମେଟିଭ -୨ ଏବଂ ମାର୍ଚ୍ଚ ତୃତୀୟ ସପ୍ତାହରେ ସମ୍ମେଟିଭ-୨ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନବମ ଶ୍ରେଣୀରୁ ୧୦ମ ଶ୍ରେଣୀ ଲାଗି ଚଳିତ ଶିକ୍ଷାବର୍ଷ ଲାଗି ସମାନ ୨୩୨ଟି ଶିକ୍ଷା ଦିବସ ରହିଥିବା ବେଳେ ୧୩୩ ଦିନ (ରବିବାରକୁ ମିଶାଇ)ଛୁଟି ଦିବସ ରହିଛି (vacation) ।

fallback

Also Read : Weather Update: ଆଜିଠୁ ଆହୁରି ବଢିବ ତାତି, ପଣା ସଂକ୍ରାନ୍ତିରେ ୪୨ ଡିଗ୍ରୀରୁ ଅଧିକ ରହିପାରେ ପାରଦ

Also Read : Papaya Disadvantages: ଏହି ଲୋକଙ୍କ ପାଇଁ ବିଷ ସଦୃଷ ହୋଇଥାଏ ଅମୃତଭଣ୍ତା, ଭୁଲରେ ବି ଖାଆନ୍ତୁନି

ଏହି କ୍ୟାଲେଣ୍ଡରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। ଉଚ୍ଚ ଶିକ୍ଷାର ଲକ୍ଷ୍ୟ କେବେ ଅନ୍ତ ହୁଏ ନାହିଁ। ଶିକ୍ଷା ଏକ ନିରନ୍ତର ପ୍ରକ୍ରିୟା । ଅଧିକ ଶିଖିବାର ଇଚ୍ଛାଶକ୍ତି ସକାରାତ୍ମକ କରିବ। ଜୀବନର ବିଭିନ୍ନ ବାଧାବିଘ୍ନକୁ ସମ୍ମୁଖୀନ ହେବାରେ ଶିକ୍ଷା ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ରାଜ୍ୟରେ ତାତି ବଢୁଥିବାରୁ ଆଜିଠାରୁ ରାଜ୍ୟରେ ଆରମ୍ଭ ହେଇଛି ସକାଳୁଆ ସ୍କୁଲ (Morning School)। ରାଜ୍ୟର ଗ୍ରୀଷ୍ମ ପ୍ରବାହ ବଢୁଥିବା କାରଣରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ସକାଳ ୭ଟାରୁ ସାଢେ ୧୧ ଯାଏ ହେବ ମର୍ଣ୍ଣିଂ କ୍ଲାସ୍ । ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ସକାଳୁଆ କ୍ଲାସ୍ ଆରମ୍ଭ ହୋଇଛି । ସେହିପରି ଜଳ ସହ ଓଆରଏସ୍ ଏବଂ ଫ୍ୟାନର ବ୍ୟବସ୍ଥା କରାଯାଇଛି । ସୂଚନାଥାଉ ଯେ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ସ୍କୁଲ ଟାଇମ ଟେବୁଲ ବଦଳାଯାଇଛି । ସକାଳ ୭ଟାରୁ ସାଢେ ୧୧ଟା ଯାଏଁ ସ୍କୁଲରେ ଚାଲିବ ପାଠପଢା (Department of School and Mass Education)  । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ସକାଳୁଆ ହେବ (Morning School) । ସେହିପରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ନିଜ ଜିଲ୍ଲାର ସ୍କୁଲଗୁ଼ଡ଼ିକର ସମୟ ବଦଳାଇ ପାରିବେ (Morning School)। 

Also Read : Salman Khan Death Threat: ବିପଦରେ ଭାଇଜାନଙ୍କ ଜୀବନ! ୩୦ ଏପ୍ରିଲ ଲାଷ୍ଟ ଡେଟ୍

Also Read : Preity Zinta Behaviour: ଦିବ୍ୟାଙ୍ଗଙ୍କୁ ଡିମ୍ପର୍ଲ ଗର୍ଲଙ୍କ ଏ କି ବ୍ୟବହାର ? ଫ୍ୟାନ୍ସ କହିଲେ ଛି ଛି...