ଅପରେସନ୍ ଗଜରାଜ: ୭୨ ଘଣ୍ଟା ପରେ ପୋଖରୀ ପଙ୍କରୁ ଦନ୍ତା ଉଦ୍ଧାର, ବନ ବିଭାଗର ଦକ୍ଷତା ଉପରେ '?' ଚିହ୍ନ
Advertisement
Article Detail0/zeeodisha/odisha1225471

ଅପରେସନ୍ ଗଜରାଜ: ୭୨ ଘଣ୍ଟା ପରେ ପୋଖରୀ ପଙ୍କରୁ ଦନ୍ତା ଉଦ୍ଧାର, ବନ ବିଭାଗର ଦକ୍ଷତା ଉପରେ '?' ଚିହ୍ନ

ହାତୀକୁ କାଢ଼ିବା ପାଇଁ ବନ ବିଭାଗର କର୍ମଚାରୀ ପୋଖରୀ ଭିତରକୁ ପଶି ଘଣ୍ଟା ଘଣ୍ଟା ଚେଷ୍ଟା କରିଥିଲେ ବି ଅପରେସନ ଗଜରାଜ ଫଳପ୍ରଦ ହୋଇପାରିନଥିଲା । ହାତୀଟି କେତେବେଳେ କୂଳକୁ ଆସୁଥିଲା ତ ଆଉ କେତେବେଳେ ପାଣି ମଝିରେ ଶୋଇପଡୁଥିଲା ।

ସୌ- ସୋସିଆଲ ମିଡିଆ

ସମ୍ବଲପୁର: ସାପଲହରା ଗାଁ ନିକଟ ପୋଖରୀ ପଙ୍କରେ ଫସି ରହିଥିବା ହାତୀକୁ କୂଳକୁ ଅଣାଯାଇଛି । ସାତକୋଶିଆ ବିଶେଷଜ୍ଞ ଟିମ୍ ଏବଂ OUAT ଡାକ୍ତରୀ ଟିମ୍ ଚିକିତ୍ସା ଆରମ୍ଭ କରିଛିନ୍ତି । ହାତୀକୁ ଇଞ୍ଜେକ୍ସନ ଓ ଔଷଧ ଦେଇ ଟିମ୍ ଚିକିତ୍ସା ଜାରି ରଖିଛି । ୩ ଦିନ ହେଲା ଆହତ ହାତୀ ପଙ୍କରେ ଫସି ରହିଥିଲା । ଚିକିତ୍ସା ସତ୍ତ୍ୱେ ସୁସ୍ଥ ହୋଇପାରିନଥିଲା । ଶେଷରେ ରବିବାର ସକାଳୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇ ପୋଖରୀ କୂଳକୁ ଅଣାଯାଇଛି ।

୭୨ ଘଣ୍ଟା ପରେ ମଧ୍ୟ ଅପରେସନ ଗଜରାଜ ସଫଳ ହୋଇନଥିଲା । ଦିନ ପରେ ରାତି ଏପରି ତିନି ଦିନ ବିତିଗଲା ହେଲେ ପୋଖରୀ ପଙ୍କରୁ ଦନ୍ତାହାତୀ ବାହାରି ପାରିଲାନାହିଁ । ସମ୍ବଲପୁର ବନଖଣ୍ଡର ପଡିଆବାହାଲ ରେଞ୍ଜର ସାପଲହରା ନିକଟରେ ଥିବା ଏକ ପୋଖରୀ ପଙ୍କରେ ଦନ୍ତାଟି ରବିବାର ସକାଳ ପର୍ଯ୍ୟନ୍ତ ଘାଣ୍ଟି ହେଉଥିଲା । ହାତୀକୁ ପୋଖରୀ ଭିତରୁ କାଢ଼ିବା ପାଇଁ ବନ ବିଭାଗର ସବୁ ଫର୍ମୁଲା ଫେଲ ମାରିଥିଲା । 

Also Read: କୁବେର BDOଙ୍କ ଅମାପ ସମ୍ପତ୍ତି! ୨୪ ପ୍ଲଟ ଓ ୨ କୋଟିର କୋଠା ଠାବ

ହାତୀକୁ କାଢ଼ିବା ପାଇଁ ବନ ବିଭାଗର କର୍ମଚାରୀ ପୋଖରୀ ଭିତରକୁ ପଶି ଘଣ୍ଟା ଘଣ୍ଟା ଚେଷ୍ଟା କରିଥିଲେ ବି ଅପରେସନ ଗଜରାଜ ଫଳପ୍ରଦ ହୋଇପାରିନଥିଲା । ହାତୀଟି କେତେବେଳେ କୂଳକୁ ଆସୁଥିଲା ତ ଆଉ କେତେବେଳେ ପାଣି ମଝିରେ ଶୋଇପଡୁଥିଲା । ଦନ୍ତାହାତୀଟି କିଛିଦିନ ହେବ ଅସୁସ୍ଥ ଥିବାବେଳେ ଏହି ଅଞ୍ଚଳରେ ବୁଲାବୁଲି କରୁଥିଲା । ଦନ୍ତାହାତୀର ଆଗ ପଟର ଗୋଟିଏ ଗୋଡ ଠିକ ନଥିବାରୁ ସେ ହାତୀପଲ ସହ ବୁଲାବୁଲି କରିପାରିନଥିଲା । ତେବେ ପାଣି ପିଇବା ପାଇଁ ଆସି ଗୁରୁବାର ପୋଖରୀରେ ଥିବା ପଙ୍କରେ ଫସି ଯାଇଥିଲା ।  

 

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଦନ୍ତାଟି ଦୀର୍ଘ ୭୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେବ ଭୋକରେ ଥିଲା । ଘଟଣାସ୍ଥଳରେ ସମ୍ବଲପୁର ବନବିଭାଗର ହାଇ ଲେବଲ ଟିମ ଦନ୍ତାହାତୀକୁ ପଙ୍କ ମଧ୍ୟରୁ ଉଦ୍ଧାର କରିବା କାଯ୍ୟ ଆରମ୍ଭ କରିଥିଲେ । ବନ ବିଭାଗର କିଛି କର୍ମଚାରୀ ପୋଖରୀ ପାଣିରେ ପଶି ହାତୀକୁ ଘଉଡାଇବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ବହୁ ପରିଶ୍ରମ ପରେ ବି ଦନ୍ତାକୁ ଉଦ୍ଧାର କରାଯାଇପାରିନଥିଲା । ରାତି ସୁଦ୍ଧା ହାତୀଟି ନିଜେ ନିଜେ ପୋଖରୀ ରୁ ବାହାରି ଯିବ ବୋଲି DFO ବିଶ୍ଵନାଥ ନିଳାମ୍ବର କହିଥିଲେ ହେଲେ ତିନି ଦିନ ତିନି ରାତି ବିତିଗଲା ପରେ ବି ହାତୀ ସେଭଳି ପଙ୍କରେ ଫସି ରହିଥିଲା ।

Also Read: Plane Got Fire: ପାଟନାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସ୍ପାଇସଜେଟ ବିମାନରେ ଲାଗିଲା ନିଆଁ

ସାତକୋଶିଆରୁ ଏକ୍ସପର୍ଟ ଟିମ ଆସିବା ପରେ ଗଜରାଜ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା । ଆଉ ଶେଷରେ ରସି ସାହାଯ୍ୟରେ ହାତୀକୁ ଟାଣି କୂଳକୁ ଅଣାଯାଇଛି । ସେପଟେ ଓୟୁଏଟିର ଏକ ଡାକ୍ତରୀ ଦଳ ମଧ୍ୟ ଘଟଣାସ୍ଥଳରେ ରହି ହାତୀର ଚିକିତ୍ସା ଚଳାଇଛନ୍ତି । ଦନ୍ତାକୁ ଚିକିତ୍ସା କରାଯାଇ ଅବଜାରଭେସନରେ ରଖା ଯାଇଥିବାର ସୂଚନା ଦିଆଯାଇଛି । ହାତୀର ଗୋଡ ଉଠୁ ନାହିଁ । ଏବେ ମଧ୍ୟ ହାତୀର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି ।  ତେବେ ପୂର୍ବରୁ ହାତୀକୁ ଉଦ୍ଧାର ପାଇଁ ବନ ବିଭାଗ କୌଣସି ବିକଳ୍ପ ବ୍ୟବସ୍ଥା କରିନଥିବା ଅଭିଯୋଗ ହେଉଛି । 

ଅନ୍ୟପଟେ ଗଜ ଉଦ୍ଧାର ନେଇ ବନ ବିଭାଗର ଦକ୍ଷତା ଉପରେ ପ୍ରଶ୍ନ ଉଠୁଛି । ହାତୀଟି ପୋଖରୀ ପଙ୍କରେ ଫସି ରହିଥିବା ବେଳେ ତାକୁ ଉଦ୍ଧାର କରିବାକୁ ଦୀର୍ଘ ତିନି ଦିନ କିପରି ଲାଗିଲା ? ହାତୀ ଉଦ୍ଧାର କରିବାର କୌଶଳ ବନ ବିଭାଗ କର୍ମଚାରୀଙ୍କୁ ଶିଖାଯାଇନାହିଁ କି ? ପାଣିରେ ବୁଡି କିମ୍ବା ଭୋକରେ ହାତୀ ମଲେ କିଏ ଦାୟୀ ହୋଇଥାନ୍ତେ ? ଗତବର୍ଷ ସେପ୍ଟମ୍ବରରେ ଏହି ଭଳି ଏକ ଦନ୍ତା କଟକ ମୁଣ୍ଡଳୀରେ ପସିଥିଲା । ଦୀର୍ଘ ଦୁଇ ଦିନ ପରେ ମଧ୍ୟ ବନ ବିଭାଗ ତାକୁ ଉଦ୍ଧାର ପାରିଲା ନାହିଁ ।  ଶେଷରେ ସେ ମୃତ୍ୟୁ ବରଣ କଲା ।