Russian Tourists Death Case: ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଆଲର୍ଟରେ ଗୁଇନ୍ଦା ବିଭାଗ; ରାଜ୍ୟର ଯେକୌଣସି ହୋଟେଲରେ ହୋଇପାରେ ଚଢ଼ାଉ, ଜାରି ହେଲା ନିର୍ଦ୍ଦେଶ
Advertisement
Article Detail0/zeeodisha/odisha1513739

Russian Tourists Death Case: ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଆଲର୍ଟରେ ଗୁଇନ୍ଦା ବିଭାଗ; ରାଜ୍ୟର ଯେକୌଣସି ହୋଟେଲରେ ହୋଇପାରେ ଚଢ଼ାଉ, ଜାରି ହେଲା ନିର୍ଦ୍ଦେଶ

Russian Tourists Death Case: ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବନ୍ସଲ ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରି ରାଜ୍ୟକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ଉପରେ କଡା ନଜର ରଖିବାକୁ କହିଛନ୍ତି । ବିଦେଶରୁ କେଉଁ ଲୋକମାନେ ଆସୁଛନ୍ତି, ତାହା ବିଷୟରେ ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି । ବିଶେଷକରି ପୋଲିସ ଡିଜି ହୋଟେଲ ମାଲିକ ଓ ଲଜ୍ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।

Russian Tourists Death Case: ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଆଲର୍ଟରେ ଗୁଇନ୍ଦା ବିଭାଗ; ରାଜ୍ୟର ଯେକୌଣସି ହୋଟେଲରେ ହୋଇପାରେ ଚଢ଼ାଉ, ଜାରି ହେଲା ନିର୍ଦ୍ଦେଶ

Russian Tourists Death Case: ଓଡିଶା (Odisha) ରେ ୩ ଋଷୀୟ ପର୍ଯ୍ୟଟକ (Russian Tourists) ଙ୍କ ମୃତ୍ୟୁ ପରେ ଗୁଇନ୍ଦା ବିଭାଗ (Intelligence Department) ର ସକ୍ରିୟତା ବୃଦ୍ଧି ପାଇଛି । ଏହା ସହିତ ଯେକୌଣସି ହୋଟେଲରେ ହଟାତ୍ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବନ୍ସଲ ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରି ରାଜ୍ୟକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ଉପରେ କଡା ନଜର ରଖିବାକୁ କହିଛନ୍ତି । ବିଦେଶରୁ କେଉଁ ଲୋକମାନେ ଆସୁଛନ୍ତି, ତାହା ବିଷୟରେ ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି । ବିଶେଷକରି ପୋଲିସ ଡିଜି ହୋଟେଲ ମାଲିକ ଓ ଲଜ୍ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସାଦା ପୋଷାକରେ ବୁଲୁଥିବା ଗୁଇନ୍ଦା ପୋଲିସକୁ ଅଧିକ ସକ୍ରିୟ ହେବାକୁ କୁହାଯାଇଛି ।

ହୋଟେଲକୁ ନିୟମିତ ଯାଞ୍ଚ କରିବା ପାଇଁ ଡିଜିପି କହିଛନ୍ତି । ସେ କହିଛନ୍ତି ଯେ କେଉଁ ହୋଟେଲରେ କେତେ ବିଦେଶୀ ପର୍ଯ୍ୟଟକ ଅଛନ୍ତି, ତାହାର ସୂଚନା ମୁଖ୍ୟାଳୟକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ଡିଜି ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି ବିଦେଶୀ ପର୍ଯ୍ୟଟକମାନେ ଏକ ହୋଟେଲରେ ରୁହନ୍ତି ଓ ହୋଟେଲ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇ ନାହିଁ, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ରାଜଧାନୀ ଭୁବନେଶ୍ୱରରେ ଗୁଇନ୍ଦା ବିଭାଗକୁ ସମ୍ପୂର୍ଣ୍ଣ ସକ୍ରିୟ ରହିବାକୁ କୁହାଯାଇଛି । ଏହା ପଛର କାରଣ ହେଉଛି ଯେ ଓଡିଶାକୁ ଆସୁଥିବା କୌଣସି ବିଦେଶୀ ପର୍ଯ୍ୟଟକ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବେ । ଏହି ବିଦେଶୀ ପର୍ଯ୍ୟଟକ ମାନେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବାକୁ ଯାଆନ୍ତି । କାରଣ ନିକଟ ଅତୀତରେ ମୃତ୍ୟୁବରଣ କରିଥିବା ଦୁଇ ଋଷୀୟ ପର୍ଯ୍ୟଟକ ଦିଲ୍ଲୀରୁ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଥିଲେ । ଏହା ପରେ ସେମାନେ ଏକ ପାଞ୍ଚ ତାରକା ହୋଟେଲରେ ରହି ସେଠାରୁ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବା ପରେ ଦାରିଙ୍ଗିବାଡି ଯାଇଥିଲେ ଏବଂ ପରେ ରାୟାଗଡା ଅଭିମୁଖେ ଯାତ୍ରା କରିଥିଲେ ।

ଅଧିକ ପଢ଼ନ୍ତୁ:-ଅକ୍ସର ପଟେଲଙ୍କୁ ଶେଷ ଓଭରରେ କାହିଁକି ବୋଲିଂ କରିବାକୁ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା? ଖୁଲାସା କଲେ ଅଧିନାୟକ

ଅଧିକ ପଢ଼ନ୍ତୁ:-ପାଣ୍ଡ୍ୟା ସେନା ମୁମ୍ବାଇରେ କଲା 'ଲଙ୍କା ଦହନ', ଡେବ୍ୟୁ ମ୍ୟାଚରେ ଏହି ଖେଳାଳି କଲେ ଦମଦାର ପ୍ରଦର୍ଶନ

ଅଧିକ ପଢ଼ନ୍ତୁ:-BCCI କଲା ବଡ଼ ଘୋଷଣା, ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆରେ ସାମିଲ ହେଲେ ଏହି ଖତରନାକ୍ ଖେଳାଳି

ଏଭଳି ପରିସ୍ଥିତିରେ ଭୁବନେଶ୍ୱରର ବିଭିନ୍ନ ତାରକା ହୋଟେଲ ସମ୍ମୁଖରେ ସକ୍ରିୟ ରହିବାକୁ ଡିଜି ପୋଲିସ ସୁନୀଲ ବନ୍ସଲ ସାଦା ପୋଷାକରେ ଗୁଇନ୍ଦା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ହଠାତ୍ କୌଣସି ହୋଟେଲ ଉପରେ ଚଢାଉ କରିବାକୁ ପୋଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି କୌଣସି ପୋଲିସ ଅଧିକାରୀ ଏହି କାର୍ଯ୍ୟରେ ଅବହେଳା କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।