Rayagada: ଯୌବନରେ ରାୟଗଡ଼ା, ବିକାଶ ରାସ୍ତାରେ କେତେ ଆଗେଇଛି ଜିଲ୍ଲା
Advertisement
Article Detail0/zeeodisha/odisha1377556

Rayagada: ଯୌବନରେ ରାୟଗଡ଼ା, ବିକାଶ ରାସ୍ତାରେ କେତେ ଆଗେଇଛି ଜିଲ୍ଲା

ରାୟଗଡ଼ା (ତୁଷାର ରଞ୍ଜନ ସାହୁ): ସମଗ୍ର ଦେଶ ଆଜି ମହାନ ଜନନାୟକ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ (Mahatma Gandhi) ଜୟନ୍ତି ଉଲ୍ସାସରେ ପାଳନ କରୁଛି । ଏହି ପୂଣ୍ୟତିଥୀରେ ରାୟଗଡା (Rayagada) ଜିଲ୍ଲାକୁ ପୂରିଛି ୩୦ବର୍ଷ । ଆଜିଠାରୁ ଜିଲ୍ଲା ଗଠନକୁ ୩୧ବର୍ଷରେ ପାଦ ଥାପିଛି ରାୟଗଡା (Rayagada)। 

Rayagada: ଯୌବନରେ ରାୟଗଡ଼ା, ବିକାଶ ରାସ୍ତାରେ କେତେ ଆଗେଇଛି ଜିଲ୍ଲା

Rayagada: ରାୟଗଡ଼ା (ତୁଷାର ରଞ୍ଜନ ସାହୁ): ସମଗ୍ର ଦେଶ ଆଜି ମହାନ ଜନନାୟକ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ (Mahatma Gandhi) ଜୟନ୍ତି ଉଲ୍ସାସରେ ପାଳନ କରୁଛି । ଏହି ପୂଣ୍ୟତିଥୀରେ ରାୟଗଡା (Rayagada) ଜିଲ୍ଲାକୁ ପୂରିଛି ୩୦ବର୍ଷ । ଆଜିଠାରୁ ଜିଲ୍ଲା ଗଠନକୁ ୩୧ବର୍ଷରେ ପାଦ ଥାପିଛି ରାୟଗଡା (Rayagada)।

ପ୍ରଶାସନ ଓ ଶାସନ ବ୍ୟବସ୍ଥାକୁ ଆହୁରି ସୁଦୂରପ୍ରସାରି ଓ ଜନମଙ୍ଗଳ ହେବା ଲକ୍ଷ୍ୟରେ ରାୟଗଡାକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ଗଠନ ନିମନ୍ତେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ (Biju Patnaik) ପରିକଳ୍ପନା କରିଥିଲେ । ଏଥିଯୋଗୁଁ ଗତ ୧୯୯୨ ମସିହା ଅକ୍ଟୋବର ୨ ତାରିଖ ଦିନ ରାୟଗଡାକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ମିଳିଥିଲା । ଜିଲ୍ଲା ଗଠନ ପରେ ୧୧ଗୋଟି ବ୍ଲକ ଗୋଟିଏ ପୌରପରିଷଦ ଓ ଦୁଇଟି ବିଜ୍ଞପିତ ଅଞ୍ଚଳ ପରିଷଦ ଏବଂ ୧୮୨ଟି ଗ୍ରାମପଞ୍ଚାୟତର ମିଶ୍ରଣ ପରେ ରାୟଗଡା ଜିଲ୍ଲା ସୃଷ୍ଟି ହୋଇଥିଲା। ନିର୍ବାଚନୀ କ୍ଷେତ୍ରରେ ଏହି ଜିଲ୍ଲାରେ ୩ଟି ନିର୍ବାଚନ ମଣ୍ଡଳୀ ରହିଛି । ଗତ ୨୦୧୧ ଜନଗଣନା ଅନୁଯାୟୀ ଜିଲ୍ଲାର ଜନସଂଖ୍ୟା ୯, ୬୭ ଲକ୍ଷରୁ ଊର୍ଦ୍ଧ୍ବ, ଶିକ୍ଷାହାର ଜିଲ୍ଲାରେ ମାତ୍ର ୫୦ପ୍ରତିଶତ । ଜିଲ୍ଲା ଗଠନ ପରେ ଭିତ୍ତିଭୂମି ର ବିକାଶ ତଥା ଜିଲ୍ଲାବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଅନ୍ୟାନ୍ୟ ମୌଳିକ ସମସ୍ୟାର ଅନ୍ତଃ ଘଟିବା ନେଇ ଅଞ୍ଚଳବାସୀଙ୍କ ମନରେ ଆଶା ସଞ୍ଚାର ହୋଇଥିଲା।

ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଅନେକ ଆଦିବାସୀ ବସବାସ କରୁଥିବା ବେଳେ ସେମାନଙ୍କ ଉନ୍ନତି ଦିଗରେ ସମାଜ ର ମୁଖ୍ୟସ୍ୱର୍ତ୍ତରେ ସାମିଲ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରୀରହିଛ। ଜିଲ୍ଲାକୁ ତ୍ୱରିତ ବେଗରେ ବିକାଶ ମାନଦଣ୍ଡ ହାସଲ ନିମନ୍ତେ ଗତ ୨୦୧୮ମସିହାରେ ଆକାଂକ୍ଷୀ ଜିଲ୍ଲା ଭାବେ ରାୟଗଡାକୁ ନୀତି ଆୟୋଗ ଦ୍ୱାରା ମନୋନୀତ କରାଯାଇଥିଲା । ଯଦ୍ୱାରା କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ସିଧାସଳଖ ଜିଲ୍ଲା ପ୍ରଶାସନ ମାଧ୍ୟମରେ କାର୍ଯ୍ୟକାରୀ ହେବା ସହ ବିକାଶ କାର୍ଯ୍ୟ ତ୍ୱାରାନ୍ୱିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଏଦିଗରେ ଗୁରୁ ଦାୟିତ୍ୱ ରହିଥିବାବେଳେ ଜିଲ୍ଲାବାସୀଙ୍କ ସମସ୍ୟା ଦୃଢ ଭାବେ ଉପସ୍ଥାପନା କରି ଅଞ୍ଚଳର ବିକାଶ ପାଇଁ କାମ କଲେ ରାୟଗଡା ମଧ୍ୟ ବିକାଶ ର ମାନଚିତ୍ରରେ ଯୋଡିହେବା ନେଇ ଜିଲ୍ଲାବାସୀ ଆଶାବାନ୍ଧିଛନ୍ତି ।

ଗ୍ରାମାଞ୍ଚଳରେ ରାସ୍ତାଘାଟ, ପାନୀୟ ଜଳ ଓ ରାସନ ସାମଗ୍ରୀ ଭୋଲି ଅନେକ ମୌଳିକ ସୁବିଧା ଲୋକଙ୍କ ନିକଟରେ ପହଞ୍ଚିଛି । ରାଜନୀତି, ଅର୍ଥନୀତି ଓ ପର୍ଯ୍ୟଟନ କ୍ଷେତ୍ରରେ ଜିଲ୍ଲାରେ ଅନେକ ପରିବର୍ତ୍ତନ ହୋଇଛି, ଆଉ କିଛି ବାକି ରହିଛି। ଜିଲ୍ଲା କୁ ବିକାଶ ର ଧାରାରେ ଆଗେଇ ନେବା ପାଇଁ ସମସ୍ତ ଉଦ୍ୟମ ଜାରୀ ରହିଛ ।

ଅଧିକ ପଢନ୍ତୁ: Congress President Election: ଗେହଲୋତ ମୁଁହ ବୁଲାଇ ମାରିଲେ ବାଣ, କଂଗ୍ରେସ ଭବିଷ୍ୟତ ହେବ କଣ

ଅଧିକ ପଢନ୍ତୁ: Congres President Election: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ଖଡ଼ଗେ ଓ ଥରୁରଙ୍କ ମଧ୍ୟରେ ତୁତୁ ମେଁମେ