Weather Update: ପଶ୍ଚିମା ଝଡ଼ର ପ୍ରଭାବରେ ଉଡ଼ିଲା ଆଜବେଷ୍ଟସ ୨ ଆହତ, ଆଜି ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା
Advertisement

Weather Update: ପଶ୍ଚିମା ଝଡ଼ର ପ୍ରଭାବରେ ଉଡ଼ିଲା ଆଜବେଷ୍ଟସ ୨ ଆହତ, ଆଜି ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା

Weather Update: ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୨୦ ତାରିଖ ଦିନ ପଶ୍ଚିମା ଝଡ଼ର ପ୍ରଭାବ କମ ରହିବ। ଏହାର ପ୍ରଭାବରେ ବାଲେଶ୍ବର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ସ୍ବଳ୍ପରୁ ମଧ୍ଯମ ଧରଣର ବର୍ଷା ହୋଇପାରେ । ଆଜି ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳରେ ପାଗ ମେଘୁଆ ରହିବା ସହ ବର୍ଷା ହେବ । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା 

ସୌ(ସୋସିଆଲ ମିଡିଆ)

Weather Update: ଆଜିଠୁ ରାଜ୍ୟରେ ବର୍ଷା କମିବାକୁ ଥିବା ବେଳେ ଉପକୂଳ ତଥା ସଂଲଗ୍ନ ଓଡ଼ିଶାରେ କାଳବୈଶାଖୀ ବର୍ଷା(Rain Fall) ହେବା ନେଇ ସମ୍ଭବନା ରହିଛି । ତେବେ ଏହି ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ(Bhubaneswar Metrology Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବିଶେଷ କରି, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଯାଜପୁର, ବାଲେଶ୍ବର, ଭଦ୍ରକ, ଅନୁଗୁଳ ଆଦି ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୨୦ ତାରିଖ ଦିନ ପଶ୍ଚିମା ଝଡ଼ର ପ୍ରଭାବ କମ ରହିବ। ଏହାର ପ୍ରଭାବରେ ବାଲେଶ୍ବର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ସ୍ବଳ୍ପରୁ ମଧ୍ଯମ ଧରଣର ବର୍ଷା ହୋଇପାରେ । ଆଜି ରାଜଧାନୀ(Bhubaneswar) ସମେତ ଏହାର ଆଖପାଖ ଅଞ୍ଚଳରେ ପାଗ ମେଘୁଆ ରହିବା ସହ ବର୍ଷା ହେବ । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା । ଖାସ କରି ଉପକୂଳ ଓଡ଼ିଶାରେ(Coastal Odisha ବର୍ଷାର ପରିମାଣ ଅଧିକ ରହିଥିଲା । ବର୍ଷା ଫଳରେ ଅନେକ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ରହିଛି । କୋରାପୁଟ ପଟାଙ୍ଗି ଚନ୍ଦକା ଗ୍ରାମପଞ୍ଚାୟତର ତଳକରାଢାବା ଗ୍ରାମରେ ୫ଟି ଘର ସୂମ୍ପର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ନୀଳଗିରି ଅଯୋଧ୍ଯା ପଞ୍ଚାୟତରେ ବଜ୍ରପାତ ଫଳରେ ୧୬ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ କଟକର ୧୭ନଂ ୱାର୍ଡ଼ରେ ବର୍ଷା, ପବନ ଯୋଗୁଁ ନଡ଼ିଆ ଗଛ ପଡ଼ି ଜଣେ ଦିବ୍ୟାଙ୍ଗ ଘର ଭାଙ୍ଗିଥିବା ସୂଚନା ମିଳିଛି ।ରାୟଗଡ଼ା ଜିଲ୍ଲା କଲ୍ଯାଣସିଂହପୁରରେ ଝଡ଼ ତୋଫାନ ବର୍ଷା ଯୋଗୁଁ ଆଜବେଷ୍ଟସ ଉଡ଼ିବା ସହ ୨ ଜଣ ମହିଳା ଆହତ ହୋଇଛନ୍ତି । ଚିକିତ୍ସା ଲାଗି ସେମାନଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

 ଏହା ମଧ୍ଯ ପଢନ୍ତୁ-Amritpal singh: ପୋଲିସକୁ ଚକମା ଦେଇ ଖସିଗଲା ଅମୃତପାଲ ସିଂ, ପଞ୍ଜାବରେ ହାଇ ଆଲର୍ଟ

ଏହା ମଧ୍ଯ ପଢନ୍ତୁ-DJ Azex Death: ଲୋକପ୍ରିୟ ଓଡ଼ିଆ DJ Azexଙ୍କ ନିଧନ, ରହସ୍ୟ ଘେରରେ ମୃତ୍ୟୁ

ବର୍ଷା ଯୋଗୁଁ  ରାଜ୍ୟରେ ତାପମାତ୍ରା ଥଣ୍ତା ରହିଥିବା ବେଳେ ଆଗାମୀ ୨ରୁ ୩ ଦିନ ଯାଏଁ ଏଭଳି ପାଗ ରହିବ । ଏହାପରେ ତାପମାତ୍ରା ୩ରୁ ୪ ଡ଼ିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପଶ୍ଚିମା ଝଡ଼ର ପ୍ରଭାବରେ ବର୍ଷା ଯୋଗୁଁ ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।

ଏହା ମଧ୍ଯ ପଢନ୍ତୁ-Ecuador Earthquake: ଜୋରଦାର ଭୂକମ୍ପ ଝଟକାରେ ଥରିଲା ଇକ୍ୟୁଏଡର୍, ୧୩ ମୃତ