Weather Update: ପଶ୍ଟିମା ଝଡ଼ ପ୍ରଭାବରେ ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
Advertisement

Weather Update: ପଶ୍ଟିମା ଝଡ଼ ପ୍ରଭାବରେ ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Weather Update:  ଆଜି ଅଧିକ ସକ୍ରିୟ ହେବ ପଶ୍ଟିମା ଝଡ଼ । ଫଳରେ ଗତ ଦୁଇଦିନ ହେବ ରାଜ୍ୟରେ ଲାଗି ରହିଥିବା ବର୍ଷାର ପରିମାଣ ଆଜି ବଢିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଂ ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବୋହିପାରେ। ଅନ୍ୟପଟେ କଟକ, ଢେଙ୍କନାଳ ଓ ଯାଜପୁରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । 

ସୌ(ସୋସିଆଲ ମିଡିଆ)

Weather Update: ରାଜ୍ୟରେ ଆଜି ଅଧିକ ସକ୍ରିୟ ହେବ ପଶ୍ଟିମା ଝଡ଼ । ଫଳରେ ଗତ ଦୁଇ ଦିନ ହେବ ରାଜ୍ୟରେ ଲାଗି ରହିଥିବା ବର୍ଷାର ପରିମାଣ ଆଜି ବଢିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର(Bhubaneswar Metrology Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ୯ଟି ଜିଲ୍ଲା ଯଥା, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, ଯାଜପୁର, କଟକ, କେନ୍ଦୁଝର, ନୟାଗଡ଼, ଅନୁଗୁଳ, ଢେଙ୍କନାଳ ଓ ପୁରୀକୁ ଅରେଞ୍ଜ ୱାର୍ଣ୍ଣଂ(Orange Alert) ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବୋହିପାରେ। ଅନ୍ୟପଟେ କଟକ, ଢେଙ୍କନାଳ ଓ ଯାଜପୁରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । 

କଟକ, ଢେଙ୍କନାଳ ଓ ଯାଜପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା(Heavy rain alert) ହେବା ନେଇ ସମ୍ଭାବନା ରହିଛି । ସେହିପରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରପଡ଼ା, ଗଞ୍ଜାମ, ଗଜପତି, ଦେବଗଡ଼, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ମୟୂରଭଞ୍ଜ, ବୌଦ୍ଧ, କୋରାପୁଟ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ହେବ । ତେବେ ପଶ୍ଟିମା ଝଡ଼ ରାଜ୍ୟରେ ପାଗ କୋହଲା ରହିବ। ମାର୍ଚ୍ଚ ୨୦ ତାରିଖ ଯାଏଁ ଏହି ଭଳି ପାଗ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ବର୍ଷା ଯୋଗୁଁ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା(Temperature) ହ୍ରାସ ପାଇଛି। ରାଜ୍ୟରେ ଦିନ ତାପମାତ୍ରା ବର୍ତ୍ତମାନ ୩୪ ଡିଗ୍ରୀ ରହୁଥିବା ବେଳୋ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ଜାରି ରହିବ । ତେବେ ପଶ୍ଟିମା ଝଡ଼  ପ୍ରଭାବରେ ଲୋକଙ୍କୁ ଆଶ୍ବସ୍ତି ମିଳିଛି । ସେପଟେ କିଛିଦିନ ହେବ ରାଜ୍ୟରେ ପାଗ କୋହଲା ରହିଥିବା ବେଳେ କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି ।

ସେପଟେ ଖରା ଦିନେରେ ଦେଶ ସାରା ପାଗରେ ପରିବର୍ତ୍ତନ ଆସିଛି। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ସମେତ କେତେକ ରାଜ୍ୟରେ ବର୍ଷା ହେବା ଆରମ୍ଭ ହୋଇଛି । ଫଳରେ ଦିଲ୍ଲୀ, ୟୁପି ସମେତ କେତେକ ରାଜ୍ୟରେ ଲୋକଙ୍କୁ ଖରାରୁ ଆଶ୍ବସ୍ତି ମିଳିଛି। ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଚଣ୍ତିଗଡ଼ରେ ଆସନ୍ତା ୨୦ ତାରିଖ ଯାଏଁ ବର୍ଷା ହେବା ନେଇ ସମ୍ଭାବନା ରହିଛି । ପଶ୍ଚିମ ଓ ମଧ୍ୟ ଭାରତର କେତେକ ସ୍ଥାନରେ ପାଗ କୋହଲା ରହିବା ସାଙ୍ଗକୁ ବର୍ଷା ହେବ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Also Read-Shocking News: ଗର୍ଲଫ୍ରେଣ୍ଡ ଦେଲା ଧୋକା ତ ଯୁବକଙ୍କୁ ମିଳିଲା ଏତିକି ହଜାର ଟଙ୍କା, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

Also Read-Puri: ବଡଦାଣ୍ଡରେ ବୁଲିଲା ଖଣ୍ଡା, ୩ ଗୁରୁତର

Also Read-Weight Loss: ଆଶ୍ଚର୍ଯ୍ୟ! ଏହି ସହଜ ଡାଏଟ୍ ପ୍ଲାନ୍ ଅନୁସରଣ କରି ୧୨୯ କିଲୋ ଓଜନ କମାଇଲେ ବ୍ୟକ୍ତି