ଶ୍ରୀମନ୍ଦିର ପରିଚାଳନା କମିଟିର ସିନ୍ଦୁକରେ ରତ୍ନଭଣ୍ଡାର ପ୍ରସଙ୍ଗ! ଜାଣନ୍ତୁ, କ'ଣ କହିଲେ ଗଜପତି ମହାରାଜ
Advertisement
Article Detail0/zeeodisha/odisha1370142

ଶ୍ରୀମନ୍ଦିର ପରିଚାଳନା କମିଟିର ସିନ୍ଦୁକରେ ରତ୍ନଭଣ୍ଡାର ପ୍ରସଙ୍ଗ! ଜାଣନ୍ତୁ, କ'ଣ କହିଲେ ଗଜପତି ମହାରାଜ

Puri Jagannath Temple: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେଲା। କିନ୍ତୁ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରସ୍ତାବ ଓ ଗଜପତି ମହାରାଜଙ୍କ ସହମତି ପରେ ମଧ୍ୟ ରତ୍ନଭଣ୍ଡାର ପ୍ରସଙ୍ଗକୁ ଏଡାଇ ଦିଆଗଲା। ବୈଠକ ଶେଷରେ ପୁରୀ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି ଯେ, ରତ୍ନଭଣ୍ଡାର ପ୍ରସଙ୍ଗ କମିଟିର ଏଜେଣ୍ଡାରେ ନଥିଲା। ତେଣୁ ଏହି ପ୍ରସଙ୍ଗରେ ଆଲୋଚନା ହୋଇ ନାହିଁ। 

ଶ୍ରୀମନ୍ଦିର ପରିଚାଳନା କମିଟିର ସିନ୍ଦୁକରେ ରତ୍ନଭଣ୍ଡାର ପ୍ରସଙ୍ଗ! ଜାଣନ୍ତୁ, କ'ଣ କହିଲେ ଗଜପତି ମହାରାଜ

Puri Jagannath Temple, ପୁରୀ: ମଙ୍ଗଳବାର ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଛି। ଏଥିରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଗଜପତିଙ୍କ ଅଧ୍ଯକ୍ଷତାରେ ବସିଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବୈଠକରେ ବହୁପ୍ରତିକ୍ଷୀତ ରତ୍ନଭଣ୍ଡାର ପ୍ରସଙ୍ଗ ମଧ୍ୟ ଉଠିଥିଲା। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ପ୍ରସଙ୍ଗ ଉଠାଇଥିଲେ।

ମଙ୍ଗଳବାର ମଧ୍ୟାହ୍ନରେ ଗଜପତି ମହାରାଜା ଦିବ୍ଯସିଂହ ଦେବଙ୍କ ଅଧ୍ଯକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରତ୍ନଭଣ୍ଡାର ଖୋଲିବା ପାଇଁ ଯେଉଁ ଦାବି ହୋଇ ଆସୁଛି ସେ ନେଇ ଆଲୋଚନା ହୋଇଛି। ପରିଚାଳନା କମିଟି ସଦସ୍ଯ ତଥା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରତ୍ନଭଣ୍ଡାର ପ୍ରସଙ୍ଗ ଏବଂ ଏଏସଆଇର କାର୍ଯ୍ୟ ଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ତେବେ ଏହି ପ୍ରସଙ୍ଗରେ ବୈଠକ ପରେ ଆଲୋଚନା ହେବ ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଥିଲେ।

Also Read: Anjana Mishra: ବିବାଦ ଘେରରେ ‘ବାରଙ୍ଗ-୧୯୯୯’ ଫିଲ୍ମ, ଅଞ୍ଜନା ମିଶ୍ର ରାଗିକି ଖପ୍ପା

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେଲା। କିନ୍ତୁ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରସ୍ତାବ ଓ ଗଜପତି ମହାରାଜଙ୍କ ସହମତି ପରେ ମଧ୍ୟ ରତ୍ନଭଣ୍ଡାର ପ୍ରସଙ୍ଗକୁ ଏଡାଇ ଦିଆଗଲା। ବୈଠକ ଶେଷରେ ପୁରୀ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି ଯେ, ରତ୍ନଭଣ୍ଡାର ପ୍ରସଙ୍ଗ କମିଟିର ଏଜେଣ୍ଡାରେ ନଥିଲା। ତେଣୁ ଏହି ପ୍ରସଙ୍ଗରେ ଆଲୋଚନା ହୋଇ ନାହିଁ। ଯେବେ ଆଲୋଚନା ହେବ, ଜଣାଇ ଦିଆଯିବ ବୋଲି ସେ କହିଛନ୍ତି। ତେବେ ରତ୍ନଭଣ୍ଡାର ପ୍ରସଙ୍ଗ ଉପରେ ଆଲୋଚନା ହେବ ତାହା ମହାପ୍ରଭୁ ହିଁ ଜାଣିଛନ୍ତି। ମୁଖ୍ୟ ପ୍ରଶାସକଙ୍କ ଏପରି ମନ୍ତବ୍ୟ ପରେ ରତ୍ନଭଣ୍ଡାର ସରୁକ୍ଷାକୁ ନେଇ ପ୍ରଶ୍ନ ଦୃଢିଭୂତ ହୋଇଛି।

ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି କହିଛନ୍ତି ଯେ, ବୈଠକରେ ୬ ଅଗଷ୍ଟ ୨୦୨୨ର ବିବରଣୀ ଦୃଢ଼ିକରଣ କରାଗଲା। ନୀତି ସବ କମିଟି ବୈଠକ ନିଷ୍ପତି ଅନୁଯାୟୀ କାର୍ତ୍ତିକ ନୀତି ନିର୍ଘଣ୍ଟକୁ  ପରିଚାଳନା କମିଟି ଗ୍ରହଣ କଲେ। ବିର୍ଲା ଫାଉଣ୍ଡେସନ ସହ ମିଶି ତିଆରି ହେବାକୁ ଥିବା ଗୁରୁକୁଳ ପ୍ରତିଷ୍ଠା ବିଷୟରେ ଆଲୋଚନା ହୋଇଛି। ସୋସାଇଟି ରେଜିଷ୍ଟ୍ରସନ ପାଇଁ ବିର୍ଲା ସହ MOU ପାଇଁ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିର ଡିଜିଟାଇଜେସନ ହେବ। ORSEC ମାଧ୍ୟମରେ ଜଗନ୍ନାଥ ଜମିର ସ୍ଥିତାବସ୍ଥା ଜଣାଇବା ପ୍ରସ୍ତାବକୁ ଗୃହୀତ ହୋଇଛି। ହରଚଣ୍ଡୀ ସାହିରେ ୩ ଏକର ଜମି ଉପରେ ସେବକ ବାସଗୃହ ହେବ।

Also Read: Congress Crisis: କଂଗ୍ରେସ ହାତରୁ କେମିତି ଖସିଲା ସାତ ରାଜ୍ୟ? ବିଜେପିଠୁ କିଛି ଶିଖିପାରିଲାନି ହାଇକମାଣ୍ଡ

ଉଲ୍ଲେଖଥାଉ, ଶ୍ରୀମନ୍ଦିର ଆଇନ ଓ ରେକର୍ଡ ଅଫ ରାଇଟ ଅନୁଯାୟୀ ପ୍ରତି ୩ ବର୍ଷରେ ଥରେ ରତ୍ନଭଣ୍ଡାର ଖୋଲାଯାଇ ସ୍ୱର୍ଣ୍ଣ ଅଳଙ୍କାର ଯାଞ୍ଚ ହେବା କଥା। ଶେଷ ଥର ପାଇଁ ୧୯୮୫ ମସିହାରେ ରତ୍ନଭଣ୍ଡାର ଖୋଲାଯାଇ ଇନଭେଣ୍ଟରି କରାଯାଇଥିଲା। ୨୦୧୮ ମସିହାରେ ହଠାତ ରତ୍ନଭଣ୍ଡାର ଚାବି ହଜିବା ନେଇ ଖବର ଆସିଲା। ଘଟଣାର ତଦନ୍ତ ପାଇଁ ଜଷ୍ଟିସ ରଘୁବୀର ଦାସ କମିଶନ ବସାଇଗଲା। ଏଥିପାଇଁ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦ ମାସ ତଳୁ କମିଶନ ୩୨୪ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ତଦନ୍ତ ରିପୋର୍ଟ ସର୍ବଜନୀନ କରାଯାଇନାହିଁ।