Bus Accident: ରାସ୍ତା ଉପରେ ଜଳିଗଲା ବସ, ଏଭଳି ଅବସ୍ଥାରେ ନଜର ଆସିଲେ ରୋଗୀ
Advertisement
Article Detail0/zeeodisha/odisha1550171

Bus Accident: ରାସ୍ତା ଉପରେ ଜଳିଗଲା ବସ, ଏଭଳି ଅବସ୍ଥାରେ ନଜର ଆସିଲେ ରୋଗୀ

Bus Accident: ଡିଭାଇଡରରେ ପିଟି ହେବା ପରେ ଘଟଣାସ୍ଥଳରେ ହିଁ ବସରେ ନିଆଁ ଲାଗିଯାଇଥିଲା। ଫଳରେ ରାଜରାସ୍ତା ଉପରେ ହୁତୁହୁତୁ ଜଳିଯାଇଥିଲା। ଘଟଣାସ୍ଥଳରୁ ବସର ଡ୍ରାଇଭର ଫେରାର ରହିଥିବା ସୂଚନା ରହିଛି। 

Bus Accident: ରାସ୍ତା ଉପରେ ଜଳିଗଲା ବସ, ଏଭଳି ଅବସ୍ଥାରେ ନଜର ଆସିଲେ ରୋଗୀ

Bus Accident: ନୟାଗଡ଼: ନୟାଗଡ଼ରେ (Nayagarh) ଆଜି ଏକ ବଡଧରଣର ଦୁର୍ଘଟଣା ଘଟିଛି। ଡିଭାଇଡ଼ରେ ପିଟି ହୋଇ ଏକ ଘରୋଇ ବସ (BUS) ଜଳିଯାଇଥିବା ଜଣାପଡ଼ିଛି। ଘଟଣାଟି ନୟାଗଡ଼ (Nayagarh) ଜିଲ୍ଲା ବାଣିଗୋଚ୍ଛା (Banigochha) ଅନ୍ତର୍ଗତ ଫାଲପାଦୁ (Phalupada) ନିକଟରେ ଘଟିଥିବା ନେଇ ଜଣାପଡ଼ିଛି। ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ରହିଛି। ଦୁର୍ଘଟଣା ସମୟରେ ଏହି ବସରେ ପ୍ରାୟ ୨୦ ଜଣ ରୋଗୀ ରହିଥିଲେ ବୋଲି ସୂଚନା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କୁହୁଡ଼ିରେ ଥିବା ସାଇସେବା ସଦନ ହସ୍ପିଟାଲରୁ ପ୍ରାୟ ୨୦ ଜଣ ରୋଗୀଙ୍କୁ ଧରି ବସଟି ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଭିମୁଖେ ଗସ୍ତ କରିଥିଲା। ମାତ୍ର ଫାଲପାଦୁ ଠାରୁ ଅଳ୍ପ ଦୂରରେ ବସଟି ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇଥିଲା। 

ଡିଭାଇଡରରେ ପିଟି ହେବା ପରେ ଘଟଣାସ୍ଥଳରେ ହିଁ ବସରେ ନିଆଁ ଲାଗିଯାଇଥିଲା। ଫଳରେ ରାଜରାସ୍ତା ଉପରେ ହୁତୁହୁତୁ ଜଳିଯାଇଥିଲା। ଘଟଣାସ୍ଥଳରୁ ବସର ଡ୍ରାଇଭର ଫେରାର ରହିଥିବା ସୂଚନା ରହିଛି। ଏହି ଖବର ପାଇବା ପରେ ବାଣିଗୋଛା ପୋଲିସ ଓ ଦଶପଲ୍ଲା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଓ ଅଗ୍ନିଶମ ବିଭାଗ ରୋଗୀମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ଅଘଟଣ ପରେ ଘଟଣାସ୍ଥଳରୁ ବସ୍‌ ଡ୍ରାଇଭର ଫେରାର ଥିବାବେଳେ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି।