Berhampur Omfed Video: ବ୍ରହ୍ମପୁର ଓମଫେଡ଼ ଡିପୋରୁ ବୋହିଗଲା ୫ ହଜାର ଲିଟର କ୍ଷୀର, ସାମ୍ନାକୁ ଆସିଲା ଅଭାବନୀୟ ଦୃଶ୍ୟ
Advertisement
Article Detail0/zeeodisha/odisha1603642

Berhampur Omfed Video: ବ୍ରହ୍ମପୁର ଓମଫେଡ଼ ଡିପୋରୁ ବୋହିଗଲା ୫ ହଜାର ଲିଟର କ୍ଷୀର, ସାମ୍ନାକୁ ଆସିଲା ଅଭାବନୀୟ ଦୃଶ୍ୟ

Berhampur Omfed Video: ବ୍ରହ୍ମପୁର ଓମଫେଡ଼ ଡିପୋରୁ ଏକ ସାଙ୍ଘାତିକ ଦୃଶ୍ୟ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ହଜାର ହଜାର ଲିଟର କ୍ଷୀର ନାଳ ମଧ୍ଯକୁ ବୋହି ଯାଉଛି । ଏହି ଭିଡିଓ ଭାଇରାଲ ହେବା ପରେ ହରଡଘଣାରେ ପଡ଼ଛନ୍ତି ଓମଫେଡ଼ ପ୍ଲାଣ୍ଟ କର୍ତ୍ତୃପକ୍ଷ। 

Berhampur Omfed Video: ବ୍ରହ୍ମପୁର ଓମଫେଡ଼ ଡିପୋରୁ ବୋହିଗଲା ୫ ହଜାର ଲିଟର କ୍ଷୀର, ସାମ୍ନାକୁ ଆସିଲା ଅଭାବନୀୟ ଦୃଶ୍ୟ

Berhampur Omfed Video: ବ୍ରହ୍ମପୁର ଓମଫେଡ଼ ଡିପୋରୁ ଏକ ସାଙ୍ଘାତିକ ଦୃଶ୍ୟ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ହଜାର ହଜାର ଲିଟର କ୍ଷୀର ନାଳ ମଧ୍ଯକୁ ବୋହି ଯାଉଛି । ଏହି ଭିଡିଓ ଭାଇରାଲ ହେବା ପରେ ହରଡଘଣାରେ ପଡ଼ଛନ୍ତି ଓମଫେଡ଼ ପ୍ଲାଣ୍ଟ କର୍ତ୍ତୃପକ୍ଷ। ଏଥିରୁ କର୍ତ୍ତୃପକ୍ଷଙ୍କ ଅବେହଳା ସ୍ବଷ୍ଟ ବାରି ହୋଇପଡୁ଼ଛି । ଘଟଣାର ସତ୍ୟତା ଅନୁସନ୍ଧାନ କରିବା ଲାଗି ଭୁବନେଶ୍ୱର ଏକ ଟିମ୍ ବ୍ରହ୍ମପୁରରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ରାତି ପାହିଲେ ଖୋଜା ପଡ଼ିଥାଏ ଓମଫେଡ଼( Omfed ) । ଘର, ବାହାରି ଏଭଳି କି ହସ୍ପିଟାଲରେ ମଧ୍ଯ ଲୋକେ ଏହି ଓମଫେଡ଼ କ୍ଷୀର ବ୍ୟବହାର କରାଯାଇଥାଏ । ଛୋଟ ପିଲାଠାରୁ ଆରମ୍ଭ କରି ଗର୍ଭବତୀ, ରୋଗୀ ସମସ୍ତ ଏହି ଓମଫେଡ଼ କ୍ଷୀର ଉପରେ ନିର୍ଭର କରିଥାଆନ୍ତି । କିନ୍ତୁ ନିକଟରେ ଭାଇରାଲ ହେଉଥିବା ଏକ ଭିଡ଼ିକୁ ଦେଖିଲେ ହୁଏତ ଆପଣଙ୍କ ମନରେ ମଧ୍ୟ ଓମଫେଡ଼ କ୍ଷୀରକୁ ନେଇ ବିଶ୍ବାସ ଉଠିପାରେ । ଭାଇରାଲ ଭିଡିଓଟି ବ୍ରହ୍ମପୁର ଓମଫେଡ଼ ଡିପୋର ଅଟେ । ଏଥିରେ ଦେଖିବାକୁ ମିଳିଛି ଯେ ହଜାର ହଜାର ଲିଟର କ୍ଷୀର ବୋହି ଯାଇ ସିଧା ଡ୍ରେନ ମଧ୍ଯରୁ ଯାଉଛି । ଏଥିରୁ ଓମଫେଡ଼ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ଅପରାଗତା ଓ ଦାୟିତ୍ବ ହୀନତା ସ୍ପଷ୍ଟ ବାରି ହୋଇପଡୁ଼ଛି । ଚାଷୀମାନଙ୍କ ଠାରୁ ସଂଗୃହୀତ କ୍ଷୀରକୁ କେତେ ଯତ୍ନର ସହ ରଖାଯାଉଛି ତାହା ଏହି ଭିଡ଼ିଓରୁ ଆପଣ ଜାଣିପାରୁଥିବେ । ଗତ କିଛି ଦିନ ମଧ୍ୟରେ ଟ୍ୟାଙ୍କରୁ କ୍ଷୀର ବୋହି ଚାଲିଥିବା ବେଳେ ଏନେଇ ନୀରବଦ୍ରଷ୍ଟା ସାଜିଛି ପ୍ରସାଶନ। ସେପଟେ ବୋହି ଯାଇ ନଷ୍ଟ ହୋଇଯାଇଥିବା ୫ ହଜାର ଲିଟର କ୍ଷୀରକୁ ଏଡଜଷ୍ଟ କରିବା ପାଇଁ କ୍ଷୀରର ମାନ କମାଯାଇ ପାଣି ମିଶ୍ରଣ କରି ମାର୍କେଟକୁ ଓମଫେଡ଼ ପ୍ୟାକେଟ ପଠାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ଯ ଆସିଛି । କିଛି କର୍ମଚାରୀ ନିଜ ଦୋଷ ଲୁଚାଇବାକୁ ଯାଇ ଏଭଳି ପନ୍ଥା ଆପଣାଛନ୍ତି । ଜନସାଧାରଣ ଏହି ଓମଫେଡ଼ କ୍ଷୀର ଉପରେ ନିର୍ଭର କରୁଥିବା ବେଳେ ପ୍ଲାଣ୍ଟ କର୍ମଚାରୀଙ୍କ ଏଭଳି ମନମାନୀ ଯୋଗୁଁ ଓମଫେଡ୍ ନିଜସ୍ବ ବିସ୍ବଶନୀୟତା ହରାଇବାକୁ ବସିଛି । ଏଭଳି ପରିସ୍ଥିତିରେ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି । ସେପଟେ ଘଟଣାକୁ ଚାପିବା ପାଇଁ ଓମଫେଡ଼ କର୍ତ୍ତୃପକ୍ଷ ଜୋରସୋରରେ ଉଦ୍ୟମ କରୁଥିବା ଖବର ପ୍ରଘଟ ହେବା ପରେ ଓମଫେଡ଼ ମୁଖ୍ୟ କାର୍ଯ୍ୟାଳୟରୁ ଏକ ଟିମ୍ ବ୍ରହ୍ମପୁର ପ୍ଲାଣ୍ଟରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି । ଭାଇରଲ ହେବା ଭିଡିଓ କେତେ ଦିନ ତଳର ଓ କେତେ ମାତ୍ରାରେ କ୍ଷୀର ଏଭଳି ନଷ୍ଟ ହୋଇଛି ? କାହାର ଦାୟ୍ବିତହୀନତା ଯୋଗୁଁ ଏଭଲି କ୍ଷୀର ନଷ୍ଟ ହେଲା ସେ ନେଇ ତଦନ୍ତ ଚାଲିଛି । ଏନେଇ ବ୍ରହ୍ମପୁର ଓମଫେଡ଼ କର୍ତ୍ତୃପକ୍ଷ କୌଣସି ସୂଚନା ଦେବାକୁ ମନା କରି ଦେଇଛନ୍ତି ।

 

Also Read-Extra Marital Affairs: ବିବାହ ପରେ ଅଧିକ ପରକୀୟା ସମ୍ପର୍କ ରଖୁଛନ୍ତି ଭୁବନେଶ୍ୱରର ମହିଳା, ଏହି ସହର ଆଗରେ...

ସୁଚନା ମୁତାବକ, ଏକ ଲକ୍ଷ କ୍ଷମତା ବିଶିଷ୍ଟ ବ୍ରହ୍ମପୁର ଓମଫେଡ଼ ପ୍ଲାଣ୍ଟରେ ଦୈନିକ ମାତ୍ର ୪୦ ହଜାର ଲିଟର କ୍ଷୀର ବଜାରକୁ ବିକ୍ରି ପାଇଁ ଛଡ଼ାଯାଉଥିବା ନଜର ରହିଛି । ତେବେ ଏହି ଘଟଣା ପରେ ବଜାରରେ ଓମଫେଡ଼ର ଅଭାବୀ ବିକ୍ରି ନେଇ ଆଶଙ୍କା ସୃଷ୍ଚି ହୋଇଛି । ଯାହା ଫଳରେ ପଡୋ଼ଶୀ ରାଜ୍ୟର କ୍ଷୀର କମ୍ପାନୀ ଏହାର ସୁଯୋଗ ଉଠାଇପାରନ୍ତି । ନଷ୍ଟ ହୋଇଥିବା କ୍ଷୀରକୁ ଏର୍ଜେଷ୍ଟ କରି ନିମ୍ନମାନର କ୍ଷୀର ବଜାର ଆସିଲେ ଆଗକୁ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି। ଏଭଳି ପରିସ୍ଥିତିରେ ଉଚ୍ଚ ସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।