Weather Update: ଆକାଶରୁ ନିଆଁ ବର୍ଷା; ୧୬ ଯାଏଁ ନାହିଁ ନିସ୍ତାର, ଏସଓପି ଜାରି କଲେ ଏସଆରସି
Advertisement
Article Detail0/zeeodisha/odisha1649292

Weather Update: ଆକାଶରୁ ନିଆଁ ବର୍ଷା; ୧୬ ଯାଏଁ ନାହିଁ ନିସ୍ତାର, ଏସଓପି ଜାରି କଲେ ଏସଆରସି

Heat waves: ପ୍ରବଳ ଗରମରେ କଲବଲ ରାଜ୍ୟବାସୀ । ଆଗକୁ ଆହୁରୀ ବଢିବ ତାତି । ସେପଟେ ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ଏସଓପି ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

ସୌ(ସୋସିଆଲ ମିଡିଆ)

Heat waves: କମିଛି କାଳବୈଶାଖୀର ପ୍ରଭାବ ବଢିଛି ତାପମାତ୍ରା (Temperature) । ଭୀଷଣ ଗରମରେ କଲବଲ ହେଉଛନ୍ତି ଲୋକେ । ଦିନ ଯେତିକି ବଢୁଛି ସେତିକି ଅସମ୍ଭାଳ ହେଉଛି ପରିସ୍ଥିତି । ଦିନ ୧୦ ପରେ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇପଡ଼ିଲାଣି । ପ୍ରବଳ ତାତି ସାଙ୍ଗକୁ ଭୀଷଣ ଖରରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଟଣା ଖରାରେ କଲବଲ ହେଉଛନ୍ତି ରାଜ୍ୟବାସୀ । ୧୨ଟା ବେଳକୁ ଆକାଶରୁ ନିଆଁ ବର୍ଷା ହେଉଥିବା ନେଇ ଅନୁଭୂତ ହେଉଛି । ଆଜି ରାଜଧାନୀ ଭୁବନେଶ୍ବରରେ ସକାଳ ସମୟରେ ତାପମାତ୍ରା ୩୨ ଡ଼ିଗ୍ରୀ ରହିଥିବା ବେଳେ ଦିନ ୧୧ଟା ବେଳକୁ ତାପମାତ୍ରା ୩୯ ଡ଼ିଗ୍ରୀରେ ପହଁଞ୍ଚିଥିଲା । ତେବେ ବୁଧବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୬ ଡ଼ିଗ୍ରୀ ନେଇ ରେକର୍ଡ଼ କରାଯାଇଛି । ତେବେ ଆସନ୍ତା ୪ ଦିନରେ ରାଜ୍ୟର ତାପମାତ୍ରା ଆହୁରୀ ବଢିବା ନେଇ ପାଣିପାଗ ବିଭାଗ (Bhubanewswr Mathology Department) ପକ୍ଷରୁ ପର୍ବାନୁମାନ କରାଯାଇଛି ।  ଆସନ୍ତା ୧୩ରୁ ୧୫ ତାରିଖ ଯାଏଁ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ପାଇଁ ୱାର୍ଣ୍ଣିଂ (Alert) ଜାରି କରି ଆଞ୍ଚଳିକ ପାଣିପାଗ ବିଭାଗ ।  ତେବେ ଆସନ୍ତା ୧୩ ତାରିଖ ବେଳକୁ ବାଲେଶ୍ବର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ୧୪ ତାରିଖ ବେଳକୁ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବାଲେଶ୍ବର ଓ ୧୫ ତାରିଖ ବେଳକୁ ଅନୁଗୁଳ, ବୌଦ୍ଧ, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ଗ୍ରୀଷ୍ମ ପ୍ରବାହର (Heat waves) ମୁକାବିଲା ପାଇଁ ଏସଓପି (SOP) ଜାରି କିରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର (Special Relief Commissioner) । ସମସ୍ତ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ଜିଲ୍ଲାପାଳଙ୍କୁ (collector) ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ଖରା ଯୋଗୁଁ ରାଜ୍ୟବାସୀଙ୍କୁ ସର୍ତକ କରିବା ସହ ସଚେତନ କରାଇବା ନେଇ ନିର୍ଦ୍ଦେଶ ରହିଛି । ଖରାପ ନଳକୂଳର ମରାମତି, ପ୍ରତ୍ୟେକ ଗାଁରେ ପାନୀୟ ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, କେନାଲରେ ପାଣି ଛାଡିବା, ପାନୀୟ ଜଳସେବା କେନ୍ଦ୍ର ଖୋଲାଯିବ, ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ରଖିବାକୁ ନିର୍ଦ୍ଦେଶ, ସ୍କୁଲ, କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାରେ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା, ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବା ଲାଗି ବାରଣ, ପଡ଼ିଆରେ ଖେଳକୁଦ ବନ୍ଦ କରିବାକୁ ନିର୍ଦ୍ଦେଶ, ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ପିଲାଙ୍କୁ ସତେନ କରାଯିବ, ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ସାଲାଇନ୍ ଓ ଓଆରଏସ୍ ରଖାଯିବା ନେଇ ବ୍ୟବସ୍ଥା ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶ ଥାଉ କି, ଗ୍ରୀଷ୍ମ ପ୍ରବାହ (Heat waves) ପାଇଁ ଆଜିଠାରୁ ୧୬ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ତେବେ ଗତ ଦୁଇ ଦିନ ତାପମାତ୍ରାରେ ବୃଦ୍ଧିକୁ ଯୋଗୁଁ ରାଜ୍ୟ ସରକାର ଏଇ ନିଷ୍ପତ୍ତି ନେଇଛନ୍ତି ।

ଏହା ବି ପଢନ୍ତୁ-Kendujhar News: ଝିମିଟ ଖେଳରୁ ଚାଲିଗଲା ଏକ ନୀରିହ ଜୀବନ

ଏହା ବି ପଢନ୍ତୁ-Khorda Power Cut Video: ଅଘୋଷିତ ବିଦ୍ୟୁତକାଟକୁ ନେଇ ବଢୁଛି ଅସନ୍ତୋଷ

ଏହା ବି ପଢନ୍ତୁ-Gold-Silver Price Today: ପୁଣି ରେକର୍ଡ ସ୍ତରରେ ପହଞ୍ଚିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ନୂଆ ରେଟ୍