ଚିନ୍ମୟୀ ସାହୁ ମୃତ୍ୟୁ ମାମଲା: ଅଟକ ଅଭିଯୁକ୍ତଙ୍କୁ ଛାଡ଼ିବ ପୋଲିସ, କାହିଁକି ପଢନ୍ତୁ
Advertisement
Article Detail0/zeeodisha/odisha1599447

ଚିନ୍ମୟୀ ସାହୁ ମୃତ୍ୟୁ ମାମଲା: ଅଟକ ଅଭିଯୁକ୍ତଙ୍କୁ ଛାଡ଼ିବ ପୋଲିସ, କାହିଁକି ପଢନ୍ତୁ

Chinmayi Priyadarshini Sahu Death Case: ଗୁରୁବାର ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି। ତଦନ୍ତ ପାଇଁ ଦୁଇଟି ଟିମ୍‌ ଗଠନ କରାଯାଇଛି। ଗୋଟିଏ ଟିମ୍‌ ଭୁବନେଶ୍ୱର ଯାଇ ତଦନ୍ତ କରିବେ ବୋଲି ପୋଲିସ ପକ୍ଷରୁ ଜଣାପଡିଛି। ଅନ୍ୟପଟେ ପାଣିରେ ବୁଡିଯିବାରୁ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ପୋଲିସ କହୁଛି।

ଚିନ୍ମୟୀ ସାହୁ ମୃତ୍ୟୁ ମାମଲା: ଅଟକ ଅଭିଯୁକ୍ତଙ୍କୁ ଛାଡ଼ିବ ପୋଲିସ, କାହିଁକି ପଢନ୍ତୁ

ସମ୍ବଲପୁର: ଭିସୁଟ (VSSUT) ଛାତ୍ରୀ ଘଟଣା ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପରିବାର ଲୋକେ ଏହାକୁ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଦାବି କରୁଥିବା ବେଳେ ପୋଲିସ ଏହା ଉପରେ ତଦନ୍ତ ଜାରି ରଖିଛି। ସେପଟେ ଏହି ମାମଲାରେ ଚିନ୍ମୟୀଙ୍କ (Chinmayi Priyadarshini Sahu)  ଦୁଇ ବନ୍ଧୁ ପ୍ରୀତିମାନ ଦେ (Pritiman Dey) ଓ ମାନସ ଟୁଡୁଙ୍କୁ (Manas Tudu) ପୋଲିସ ଅଟକ ରଖିଛି। ଶୁଣିବାକୁ ମିଳୁଛି ଯେ ଏହି ଦୁଇ ଜଣଙ୍କୁ ନେଇ ସିନ ରିକ୍ରିଏସନ କରିଛି ପୋଲିସ। ରାତି ଅଧିଆ ସିନ ରିକ୍ରିଏସନ କରିଥିବା ନେଇ ସୂଚନା ରହିଛି। କିଭଳି ଘଟଣା ଘଟିଥିଲା ସେନେଇ ଡେମୋ ଦେଖାଇଛନ୍ତି । ଚିନ୍ମୟୀ ପିସି ବ୍ରିଜକୁ କିପରି ଆସିଲେ, ବ୍ରିଜ୍‌କୁ ଆସିବା ପୂର୍ବରୁ କେଉଁଠୁ ଖାଇଲେ ?

ମାନସ ଟୁଡୁଙ୍କ କୋଠରୀରେ କଣ କରିଥିଲେ । ପୋଲିସକୁ ଡେମୋ ଦେଖାଇଛନ୍ତି ପ୍ରୀତିମାନ ଦେ ଓ ମାନସ ଟୁଡୁ । ଦରକାର ପଡ଼ିଲେ ନାର୍କୋ ଟେଷ୍ଟ ମଧ୍ୟ କରାଯିବ ବୋଲି କହିଛନ୍ତି ସମ୍ବଲପୁର ଏସ୍ପି । ଅନ୍ୟପଟେ ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟରୁ ଜଣାପଡ଼ିଛି ବୋଲି ରବିବାର କହିଥିଲେ ଏସ୍ପି ।ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ଜବତ ହୋଇଥିବା ବେଳେ ତଦନ୍ତ ଚାଲିଛି। ତଦନ୍ତର ଅଗ୍ରଗତି ନେଇ ପରିବାର ଲୋକଙ୍କୁ ଅବଗତ କରାଯାଇଛି। ଏଯାଏ ଘଟଣାରେ ୩୧ ଜଣଙ୍କୁ ଜେରା କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫ଜଣ ଦୋକାନୀ ଓ ଜଣେ ଢାବା ମାଲିକ ସମେତ ଅନେକ ଛାତ୍ରଛାତ୍ରୀ ଥିବା କହିଛନ୍ତି ସମ୍ବଲପୁର ଏସପି।

ସମ୍ବଲପୁର ଏସପି କହିଛନ୍ତି କି ଉଭୟଙ୍କୁ ୧୬୦ ବଣ୍ଡରେ ତାଙ୍କୁ ଛଡ଼ାଯିବ। ଯେଉଁସମୟରେ ତାଙ୍କର ଆବଶ୍ୟକତା ପଡ଼ିବ ସେମାନେ ଥାନାରେ ହାଜତ ହେବେ। ତଦନ୍ତ ଜାରି ରହିଛି। ଏହାକୁ ଆମେ ସିଧାସଳଖ ହତ୍ୟାକାଣ୍ଡ ବୋଲି କହିପାରିବା ନାହିଁ। ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି। ଖୁବଶୀଘ୍ର ଏହି ମାମଲା ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଏସପି ବି. ଗଙ୍ଗାଧର ସୂଚନା ଦେଇ କହିଥିଲେ। 

ସୂଚନାଯୋଗ୍ୟ ଚିନ୍ମୟୀଙ୍କ ମୃତ୍ୟୁକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା କରାଯାଉଛି। ଝିଅକୁ କେହି ହତ୍ୟା କରି ପାଓ୍ବାର ଚ୍ୟାନେଲକୁ ଠେଲି ଦେଇଥିବା ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । କିନ୍ତୁ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଚ ହୋଇ ନାହିଁ । ସେପଟେ, ଏହି ଘଟଣା ନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ସେ କହିଥିଲେ ଯଦି ଉପଯୁକ୍ତ ତଦନ୍ତ ନ ହେବ ତା ହେଲେ ପାୱାର ଚ୍ୟାନେଲ ଚିନ୍ମୟୀ ମୃତ୍ୟୁଘଟଣା କଥା ବିଧାନସଭାରେ ଉଠିବ । ରାଜ୍ୟର ଜଣେ ପ୍ରତିପତ୍ତିଶାଳୀ ଅଧିକାରୀଙ୍କର ପୁଅଙ୍କ ସମୃକ୍ତି ଏହି ଘଟଣାରେ ରହିଛି , ସେହି ପ୍ରଭାବଶାଳୀ ବ୍ୟକ୍ତି ପ୍ରଭାବ ପକାଇ ତଦନ୍ତକୁ ବାଟବଣା କରୁଛନ୍ତି । ଆଜି ପର୍ଯ୍ୟନ୍ତ ଚିନ୍ମୟୀର ପୋଷ୍ଟ ମର୍ଟମ ରିପୋର୍ଟ ପୋଲିସ ପାଖରେ ପହଞ୍ଚି ସାରିଥିବା ବେଳେ ତଦନ୍ତ ସମ୍ପୂର୍ଣ ହୋଇ ନ ଥିବା କୁହାଯାଇଛି । ଏହି ଘଟଣାକୁ ତିନି ଦିନ ବିତି ଯାଇଥିବା ବେଳେ ପୋଲିସର ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ଖୋଜି ପାଇନି। 

ଗୁରୁବାର ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି। ତଦନ୍ତ ପାଇଁ ଦୁଇଟି ଟିମ୍‌ ଗଠନ କରାଯାଇଛି। ଗୋଟିଏ ଟିମ୍‌ ଭୁବନେଶ୍ୱର ଯାଇ ତଦନ୍ତ କରିବେ ବୋଲି ପୋଲିସ ପକ୍ଷରୁ ଜଣାପଡିଛି। ଅନ୍ୟପଟେ ପାଣିରେ ବୁଡିଯିବାରୁ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ପୋଲିସ କହୁଛି। ଏହା ଯଦି ସତ୍ୟ, ତା’ହେଲେ ଚିନ୍ମୟୀ ରାତି ପ୍ରାୟ ସାଢେ ୯ଟାରେ ପିସି ବ୍ରିଜ୍‌କୁ କାହା ସାଥିରେ ଓ କ’ଣ ପାଇଁ ଯାଇଥିଲେ। ତାଙ୍କ ସହିତ ଝିଅ ସାଙ୍ଗ ରହିଥିଲେ ନା କେବଳ ପୁରୁଷବନ୍ଧୁ ପ୍ରତିମାନ ଦେ ଥିଲେ। ଚିନ୍ମୟୀ ପାୱାର ଚ୍ୟାନେଲକୁ (chinmayi priyadarshani)ନିଜ ଇଚ୍ଛାରେ ଡେଇଁଥିଲେ ନା ଅଚେତ ଅବସ୍ଥାରେ କିଏ ପାଣିକୁ ଫିଙ୍ଗି ଦେଇଥିଲା। ଏଭଳି ଅନେକ ପ୍ରଶ୍ନ ଏବେ ଜନସାଧାରଣଙ୍କ ମନରେ ଉଙ୍କି ମାରୁଛି।

ଚିନ୍ମୟୀଙ୍କ ମାଆ ଲବଙ୍ଗ ସାହୁ ପୁଣି ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ଯେ,ଚିନ୍ମୟୀର ଦୃଢ ମନୋବଳ ଥିଲା। ସେ ଆତ୍ମହତ୍ୟା କରିନାହିଁ। ପୋଲିସ ତଦନ୍ତ ଉପରେ ସନ୍ଦେହ ହେଉଛି। କାରଣ ପ୍ରତିମାନଙ୍କ ବାପା ପ୍ରଣବ ଦେ ଗୃହ ବିଭାଗର ଯୁଗ୍ମ ସଚିବ ଅଛନ୍ତି। ସେ ବ୍ୟବଚ୍ଛେଦ କେନ୍ଦ୍ରକୁ ମଧ୍ୟ ଯାଇଥିଲେ। ତେଣୁ ବ୍ୟବଚ୍ଛେଦ ରିପୋର୍ଟରେ ବ୍ୟତିକ୍ରମ ଦେଖାଦେବା ସମ୍ଭାବନା ରହିଛି। ଚିନ୍ମୟୀଙ୍କ ବାପା ଜଣେ ଡାକ୍ତର। ବ୍ୟବଚ୍ଛେଦ ଉପରେ ତାଙ୍କର ଅଭିଜ୍ଞତା ରହିଛି। ମୋ ଝିଅ ବଲାଙ୍ଗୀର ଘରକୁ ଆସିବାକୁ କହିଥିଲା। ହେଲେ ସନ୍ଧ୍ୟା ୬ଟାରେ ତା’ ସହ କ’ଣ ଘଟିଲା ଯେ ସେ ଘରକୁ ଆସିବାକୁ ମନା କରିଦେଇଥିଲା। ମୋ ଝିଅକୁ ଷଡଯନ୍ତ୍ର କରି ହତ୍ୟା କରିଦେଲେ। ଆମ ପରିବାରକୁ ନ୍ୟାୟ ଦରକାର ବୋଲି ସେ କହିଛନ୍ତି। ଅନ୍ୟପଟେ ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇ କହିଛି, ତଦନ୍ତ ଚାଲିଛି।