Boudh News: ଜେଲ ଶୌଚାଳୟ ଭିତରୁ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
Advertisement
Article Detail0/zeeodisha/odisha1644889

Boudh News: ଜେଲ ଶୌଚାଳୟ ଭିତରୁ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Boudh News: ବୌଦ୍ଧ ଉପ-କାରାଗାରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି କଏଦୀ । ଏନେଇ ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମୃତକ ହେଲେ ଜମଘାଟି ଗାଁର ରବୀନ୍ଦ୍ର ମେହେର । ରବୀନ୍ଦ୍ର ଜେଲ ଭିତରେ ଥିବା ଶୌଚାଳୟରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । 

ସୌ(ସୋସିଆଲ ମିଡିଆ)

Boudh News: ବୌଦ୍ଧ ଉପ-କାରାଗାରୁ (Boudh Special sub jail) ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଆଜୀବନ କାରାଦଣ୍ତ ଭୋଗୁଥିବା କଏଦୀ । ତେବେ କଏଦୀଙ୍କ (Prisoners) ଆତ୍ମହତ୍ୟା ନେଇ ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମୃତକ ହେଲେ ଜମଘାଟି ଗାଁର ରବୀନ୍ଦ୍ର ମେହେର । ରବୀନ୍ଦ୍ର ଜେଲ ଭିତରେ ଥିବା ଶୌଚାଳୟରେ (Toilet) ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସେ ଜଣେ ମାନସିକ ଚିକିତ୍ସକ ବୋଲି ଜେଲ କର୍ତ୍ତୃପକ୍ଷ କହିଛନ୍ତି ।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ବାଉଁଶୁନୀ ଥାନା ଅନ୍ତର୍ଗତ ଜମଘାଟି ଗାଁର ରବୀନ୍ଦ୍ର ମେହେରଙ୍କୁ ନିଜ ପରିବାରର ଦୁଇ ଜଣ ସଦସ୍ଯଙ୍କୁ ହତ୍ୟା କରିବା ଅଭିଯୋଗରେ ପୋଲିସ ଗତ ୨୦୦୫ ମସିହାରେ ଗିରଫ (Arrest) କରିଥିଲା । ଏହାପରେ ତାଙ୍କୁ ବୌଦ୍ଧ ଜେଲରେ ରଖାଯାଇଥିଲା । ୨୦୧୮ ମସିହାରେ ବୌଦ୍ଧ ଜିଲ୍ଲା କୋର୍ଟ ରବୀନ୍ଦ୍ରଙ୍କୁ ଆଜୀବନ କାରାଦଣ୍ତାଦେଶ (Life imprisonment) ଶୁଣାଇଥିଲେ। ତେବେ ଶନିବାର ଦିନ ରାତିରେ ସେ ରାତ୍ରୀ ଭୋଜନ କରିବା ପରେ ଶୌଚାଳୟକୁ ଯାଇଥିଲେ। ଶୌଚାଳୟ (Toilet) ଯିବାର କିଛି ସମୟ ପରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଏନେଇ ଖବର ମିଳିବା ପରେ ଜେଲ କର୍ତ୍ତୃପକ୍ଷ ପହଁଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଏନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ପରିବାର ସଦସ୍ୟ ଓ ମାଜିଷ୍ଟ୍ରେଟଙ୍କ (Magistrate) ଉପସ୍ଥିତିରେ ମୃତଦେହକୁ ଜବତ କରାଯାଇଥିଲା । ପରେ ବ୍ୟବଚ୍ଛେଦ ଲାଗି ମୃତଦେହକୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ପ୍ରକାଶ ଥାଉ କି, ରବୀନ୍ଦ୍ର ଜଣେ ମାନସିକ ରୋଗୀ ଥିଲେ । ୨୦୧୭ ମସିହାରୁ ତାଙ୍କର ଚିକିତ୍ସା ଚାଲିଥିବା ନେଇ ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।  ପ୍ରଥମେ ତାଙ୍କୁ ସମ୍ବଲପୁର ଜେଲକୁ ପଠାଯାଇ ବୁର୍ଲାରେ ତାଙ୍କ ଚିକିତ୍ସା କରାଯାଉଥିଲା । ଏହାପରେ ୨୦୧୯ ମସିହାରେ ଅଧିକ ଚିକିତ୍ସା ଲାଗୁ ତାଙ୍କୁ କଟକ ଚୌଦରା ଜେଲକୁ ପଠାଯାଇଥିଲା ।

ସେହିପରି, ବହୁ ଚର୍ଚ୍ଚିତ ମମିତା ମେହେର (Mamita meher case) ହତ୍ୟା ମାମଲାର ମୁଖ୍ୟ ଅଭିଯୁ୍କ୍ତ ଗୋବିନ୍ଦ ସାହୁ ମଧ୍ୟ ଜେଲ ଭିତରେ ଆତ୍ମହତ୍ୟା କରିଥିଲା । ଗୋବିନ୍ଦ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଚି ଜେଲରେ ସଜା କାଟୁଥିଲା । ଜେଲ ପରିସରରେ ଥିବା ରୋଷେଇ ଘର ପାଖ ଏକ ଗଛରେ ଟାୱେଲ ଲଗାଇ ସେ ଝୁଲି ପଡ଼ିଥିଲା । ଅନ୍ୟପଟେ  ୨୦୧୮ ମସିହାରେ ଭୁବନେଶ୍ବର ଝାରପଡ଼ା ଜେଲରେ (Special jail Bhubaneswar) ଜିତେନ୍ଦ୍ର ବିଶ୍ବାଳ ନାମକ ଜଣେ ବିଚାରଧୀନ କଏଦୀ (Prisoners) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।

ଏହା ବି ପଢନ୍ତୁ-Retirement Age Hike: କର୍ମଚାରୀଙ୍କ ପାଇଁ ବଡ଼ ଖବର; ମୁଖ୍ୟମନ୍ତ୍ରୀ ଦେଲେ ସଂକେତ, ଅବସର ବୟସରେ ହେବ ୨ ବର୍ଷର ବୃଦ୍ଧି!

ଏହା ବି ପଢନ୍ତୁ-Kendrapara News: ଠକିଦେଲା ଫେସବୁକ୍ ଭାଇ, ଠକେଇର ଶିକାର ହେବା ପରେ ମହିଳାଙ୍କୁ ତଲାକ୍ ଦେଲେ ସ୍ୱାମୀ

ଏହା ବି ପଢନ୍ତୁ-Cuttack News: ଅଷ୍ଟପ୍ରହରି ପ୍ରସାଦ ଖାଇ ୧୦୦ରୁ ଅଧିକ ଅସୁସ୍ଥ, ଏକାଧିକଙ୍କ ଅବସ୍ଥା ସଙ୍କଟାପନ୍ନ

ଏହା ବି ପଢନ୍ତୁ-7th Pay Commission: ମହଙ୍ଗା ଭତ୍ତାକୁ ନେଇ ଆସିଲା ବଡ଼ ଖବର; ଅର୍ଥ ମନ୍ତ୍ରଣାଳୟ ବଦଳାଇଲା ନିୟମ! ବର୍ତ୍ତମାନ ମିଳିବ ଏତେ ଲାଭ...

ଏହା ବି ପଢନ୍ତୁ-Pension News: ପେନସନଭୋଗୀଙ୍କ ପାଇଁ ବଡ଼ ଖବର; ସରକାର ବଢ଼ାଇଲେ ପେନସନ ରାଶି! ବର୍ତ୍ତମାନ ଏହି ଲୋକମାନେ ପାଇବେ ଅଧିକ ଟଙ୍କା