Odisha Matric Result 2023: ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଚ , ସଂକ୍ଷେପରେ ଜାଣନ୍ତୁ ଫଳାଫଳକୁ ନେଇ ସବିଶେଷ ଖବର
Advertisement
Article Detail0/zeeodisha/odisha1700631

Odisha Matric Result 2023: ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଚ , ସଂକ୍ଷେପରେ ଜାଣନ୍ତୁ ଫଳାଫଳକୁ ନେଇ ସବିଶେଷ ଖବର

Odisha Matric Result 2023: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ଚଳିତ ବର୍ଷ ମୋଟ ପାସ ହାର ୯୬.୧୯ ପ୍ରତିଶତ ରହିଛି । ରେଗୁଲାର ପାସ ହାର ରହିଛି ୯୬.୪୦% । ଏହି ବର୍ଷ ମୋଟ ୫୦୫୪୦୪ ଜଣ ଛାତ୍ରଛାତ୍ରୀ ପାସ କରିଥିବା ସୂଚନା ରହିଛି ।

ସୌ(ସୋସିଆଲ ମିଡିଆ)

Odisha Matric Result 2023: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । କଟକ ସ୍ଥିତ ବୋର୍ଡ଼ କାର୍ଯ୍ୟାଳୟରେ ଦିନ ୧୦ଟାରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସଚିବଙ୍କ ଉପସ୍ଥିତିରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ତେବେ ଚଳିତ ବର୍ଷ ମୋଟ ପାସ ହାର ୯୬.୧୯ ପ୍ରତିଶତ ରହିଛି । ରେଗୁଲାର ପାସ ହାର ରହିଛି ୯୬.୪୦% । ଏହି ବର୍ଷ ମୋଟ ୫୦୫୪୦୪ ଜଣ ଛାତ୍ରଛାତ୍ରୀ ପାସ କରିଥିବା ସୂଚନା ରହିଛି । ସେମାନଙ୍କ ମଧ୍ୟରୁ ୨୫୧୨୯୮ ଜଣ ଛାତ୍ର ରହିଥିବା ବେଳେ ୨୫୭୧୦୬ ଜଣ ଛାତ୍ରୀ ଥିବା ଜଣାପଡ଼ିଛନ୍ତି । ତେବେ ପୁଣି ଥରେ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ । ଏଥର ଛାତ୍ରୀଙ୍କ ପାସହାର ୯୭.୦୫% ରହିଥିବା ବେଳେ ଛାତ୍ରଙ୍କ ପାସ ହାର ରହିଛି ୯୫.୭୪% । ସେପଟେ କଟକ ଓ ଜଗତସଂହପୁର ଜିଲ୍ଲାରେ ମାଟ୍ରିକ ରେଜଲ୍ଟ ପାସ ହାର ସର୍ବାଧିକ ୯୭.୯୯ ପ୍ରତିଶତ ରହିଥିବାବେଳେ ମାଲାକାନଗିରିରେ ପାସହାର ସର୍ବନିମ୍ନ ୯୨.୬୮ ପ୍ରତିଶତ ରହିଛି । ଗତବର୍ଷ ତୁଳନାରେ ଏବର୍ଷ ପରୀକ୍ଷା ଫଳ ଭଲ ହୋଇଛି । ଆଜି ମାଟ୍ରିକ୍ ରେଜଲ୍ଟ ସହ ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ଯ ପ୍ରକାଶ ପାଇଛି ।

fallback

ଦିନ ୧୨ଟା ସୁଦ୍ଧା ୱେବସାଇଟ୍ ଓ ଏସଏମଏସ ଜରିଆରେ ପରୀକ୍ଷା ଫଳ ଉପଲବ୍ଧ ହେବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନେ www.bseodisha.ac.in  ୱେବସାଇଟରେ ପରୀକ୍ଷା ଫଳ ଜାଣିପାରିବେ । ସେହିପରି ଏସଏମଏସ ପାଇଁ ଓଆର୧୦ ଲେଖି ସ୍ପେସ ଦେଇ ରୋଲ୍ ନମ୍ବର ଦେବାକୁ ପଡ଼ିବ । ଏହାପରେ ୫୬୭୭୫୦କୁ ପଠାଇ ରେଜଲ୍ଟ ଦେଖିପାରିବେ । ଷ୍ଟେଟ ଓପନ ସ୍କୁଲ ଓ ମଧ୍ଯମା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ଼ ସଭାପତି ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ-Bhubaneswar News: ରେଜଲ୍ଟ ବାହାରିବା ପୂର୍ବରୁ ମାଟ୍ରିକ୍ ଛାତ୍ର ନିଖୋଜ

ସୂଚନାଯୋଗ୍ୟ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା (Odisha Matric Exam 2023) ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିଥିଲା। ମୋଟ୍ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥିପାଇଁ ପାଇଁ ୩୨୧୮ଟି କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ୩୧୬ଟି ନୋଡାଲ କେନ୍ଦ୍ର ଖୋଲାଯାଇଥିଲା  । ନକ୍ସଲ ପ୍ରବଣ ଅଂଚଳରେ ୨୨ଟି ଥାନାରେ ନୋଡାଲ କେନ୍ଦ୍ର କରାଯାଇଥିଲା । ସେହିପରି କପି ରୋକିବା ଲାଗି ମୋଟ୍ ୭୪ଟି ସ୍କ୍ୱାର୍ଡ ଗଠନ କରାଯାଇଥିଲା । ୫୭ଟି ସେଣ୍ଟାଲ ସ୍କ୍ୱାର୍ଡ ଅଚାନକ ପରୀକ୍ଷା କେନ୍ଦ୍ର ବୁଲିଥିଲେ ଓ ପରୀକ୍ଷା ସମ୍ପର୍କରେ ବୁଝିବାର ବ୍ୟବସ୍ଥା ହୋଇଥିଲା । ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା  ମଧ୍ୟ କରାଯାଇଥିଲା। କଡା ବ୍ୟବସ୍ଥା ସତ୍ତ୍ବେ, ନବରଙ୍ଗପୁରରେ ମାଟ୍ରିକ୍ ପରୀକ୍ଷାର ହିନ୍ଦୀ ଓ ସଂସ୍କୃତର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା । ଏପରିକି, ମୁଦ୍ରଣଜନିତ ତ୍ରୁଟି ଥିଲା । ପରୀକ୍ଷା ମାର୍ଚ୍ଚ ୨୦ରେ ଶେଷ ହେବା ପରେ, ଅପ୍ରିଲ ୩ଠାରୁ ଖାତାଦେଖା ଆରମ୍ଭ ହୋଇଥିଲା। ଏଥିରେ ୧୩ ହଜାରରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଖାତା ମୂଲ୍ୟାୟନ ପାଇଁ ନିୟୋଜିତ ହୋଇଥିଲେ। ଚଳିତ ବର୍ଷ ୫୬ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କରାଯାଇଥିଲା ।

ଏହା ବି ପଢନ୍ତୁ-ଆଜି ଓଡି଼ଶା ମାଟିରେ ପ୍ରଥମ ଥର ପାଇଁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ-https://zeenews.india.com/hindi/zeeodisha/live-updates/bse-odisha-10th-matric-hsc-results-2023-live-updates/1700461

ଏହା ବି ପଢନ୍ତୁ-Srimandir Rituals Delayed: ସମନ୍ୱୟ ଅଭାବରୁ ହୋଇପାରିଲା ନାହିଁ ରାତ୍ର ପହୁଡ଼ ନୀତି, ଅନିଦ୍ରା ରହିଲେ ମହାପ୍ରଭୁ