Odisha Flood Updates: ମତ୍ସ୍ୟଜୀବୀଙ୍କୁ ଆଉ ଦୁଇ ଦିନ ସମୁଦ୍ର ମନା, ସତର୍କ କଲା ପ୍ରଶାସନ
Advertisement
Article Detail0/zeeodisha/odisha1309985

Odisha Flood Updates: ମତ୍ସ୍ୟଜୀବୀଙ୍କୁ ଆଉ ଦୁଇ ଦିନ ସମୁଦ୍ର ମନା, ସତର୍କ କଲା ପ୍ରଶାସନ

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ବାଲେଶ୍ୱର ଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୨୦୦ କିମି ଏବଂ ଦିଘା ଠାରୁ ପୂର୍ବ-ଦକ୍ଷଣ ପୂର୍ବ ଦିଗରେ ୧୪୦କିମି ଦୂରରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର  ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି। ଓଡ଼ିଶାର ସମସ୍ତ ବନ୍ଦର ଗୁଡିକ ପାଇଁ ୩ ନମ୍ୱର ବିପଦ ସଂକେତ ଜାରି କରାଯାଇଛି। 

ପ୍ରତୀକାତ୍ମକ ଫଟୋ

Odisha Flood Updates, ବାଲେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ରାଜ୍ୟର ଉପକୂଳିଆ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଆଉ ୨ ଦିନ ସମୁଦ୍ର ଅଶାନ୍ତ ରହିବ। ଯେଉଥିପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଆଗୁଆ ସତର୍କ ସୂଚନା ଦିଆଯାଇଛି। ୨୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ପାଇଁ ଲୋକଙ୍କୁ ଅପିଲ କରିବା ସହ ମତ୍ସ୍ୟଜୀବୀଙ୍କୁ ନିଜ ନିଜ ଡଙ୍ଗାକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି।

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ବାଲେଶ୍ୱର ଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୨୦୦ କିମି ଏବଂ ଦିଘା ଠାରୁ ପୂର୍ବ-ଦକ୍ଷଣ ପୂର୍ବ ଦିଗରେ ୧୪୦କିମି ଦୂରରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର  ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି। ଓଡ଼ିଶାର ସମସ୍ତ ବନ୍ଦର ଗୁଡିକ ପାଇଁ ୩ ନମ୍ୱର ବିପଦ ସଂକେତ ଜାରି କରାଯାଇଛି। ବର୍ଷା ଜନିତ ସର୍ବାଧିକ ପ୍ରଭାବ ପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକକୁ ରେଡ ଆରର୍ଟ ଜାରି ହୋଇଛି। ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକରେ ପ୍ରବଳ ପବନ ବୋହିବାର ମଧ୍ୟ ସମ୍ଭାବନା ରହିଛି। ଝଡ ପବନ ଘଣ୍ଟା ପ୍ରତି ୫୦ରୁ ୬୦ କିମି ଓ ସର୍ବାଧିକ ୭୦କିମି ଅନୁଭୂତ ହେବାର ସମ୍ଭାବନା ଅଛି।

Also Read: ପୁଣି ଡରାଇଲାଣି ଲଘୁଚାପ; ରାଜ୍ୟରେ ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା! ବିଗିଡ଼ିପାରେ ସ୍ଥିତି

ଲଘୁଚାପ ପ୍ରଭାବରେ ବାଲେଶ୍ୱର ଭୋଗରାଇ ଅଞ୍ଚଳରେ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି ପରେ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସଗାଗ କରିଛି। ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସତର୍କ କରାଯାଉଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ ତେଣୁ ସତ୍ସ୍ୟଜୀବୀଙ୍କୁ ମାଛ ମାରିବାକୁ ନଯିବା ପାଇଁ ଅପିଲ କରାଯାଇଛି। ପବନ ଜୋରରେ ବୋହିବା ଆଶଙ୍କା ଥିବାରୁ ଡଙ୍ଗା ଗୁଡିକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସମୁଦ୍ରରେ ନ ଗାଧୋଇବାକୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ଅପିଲ କରାଯାଇଛି।

 

ବର୍ଷା ଋତୁରେ ପ୍ରବଳ ବର୍ଷା ଯୋଗୁଁ ଅନେକ ରାଜ୍ୟରେ ବନ୍ୟା (Odisha Flood) ପରିସ୍ଥିତି ଦେଖାଦେଇଛି । ସେହିପରି ଓଡିଶାରେ ବିଗତରେ ହୋଇଥିବା ପ୍ରବଳ ବର୍ଷା ଓ ଏହାପରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ଯୋଗୁଁ ଲୋକମାନେ ଚିନ୍ତିତ ଅଛନ୍ତି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାଜ୍ୟର ୧୨ଟି ଜିଲ୍ଲାର ୧,୫୭୫ଟି ଗାଁରେ ଏପର୍ଯ୍ୟନ୍ତ ୪.୬୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏଥି ସହିତ ଅଗଷ୍ଟ ୧୯ରୁ ୨୦ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Odisha Heavy Rain) ସତର୍କ ସୂଚନା ଜାରି କରାଯାଇଛି ।

Also Read: Airlines pilots fell asleep: ମଝି ଆକାଶରେ ଶୋଇ ପଡ଼ିଲେ ଦୁଇ ପାଇଲଟ୍

ଏଠାରେ କହି ରଖୁଛୁ ଯେ, ଆଗାମୀ ୨୪ ଘଣ୍ଟା ସୁଦୃଶଃ-ଲଘୁଚାପ କ୍ଷେତ୍ର ପ୍ରଭାବରେ  ଭଦ୍ରକ, ବାଲେଶ୍ୱର,ଯାଜପୁର,  କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କଟକ, କେନ୍ଦ୍ରାପଡା, ମୟୁରଭଞ୍ଜ ଏବଂ କେନ୍ଦୁଝରରେ ପ୍ରବଳ ବର୍ଷା ପାଇଁ ହଳଦିଆ ଚେତାବନୀ ଜାରି କରାଯାଇଛି । ତେଣୁ ଅଶାନ୍ତରୁ ଅତ୍ୟଧିକ ଅଶାନ୍ତ ସ୍ତିତି ପାଇଁ ଅଗଷ୍ଟ ୧୯ ଓ ୨୦ ରେ ମତ୍ସ୍ୟଜୀବୀମାନଙ୍କୁ ଓଡିଶା ଉପକୂଳର ଆଖପାଖ ଅଞ୍ଚଳର ସମୁଦ୍ର ଯିବାକୁ ବାରଣ କରିଛି ପାଣିପାଗ କେନ୍ଦ୍ର ।