Odisha Flood: ବନ୍ୟା ବଢାଇଲା ଥଇଥାନ ଚିନ୍ତା
Advertisement
Article Detail0/zeeodisha/odisha1315733

Odisha Flood: ବନ୍ୟା ବଢାଇଲା ଥଇଥାନ ଚିନ୍ତା

ଯାଜପୁର: ଲଗାତାର ଦ୍ୱିତୀୟ ଥର ବନ୍ୟା (Flood) ଛାଡିବା ପରେ ଏବେ ବିପନ୍ନଙ୍କୁ ଥଇଥାନ ଚିନ୍ତା ଘାରିଛି। ଜିଲାର ଯାଜପୁର (Jajpur) ଓ ଦଶରଥପୁର (Dasarathpur) ବ୍ଲକ ର ବ୍ୟାପକ ଅଞ୍ଚଳ ପ୍ରଭାବିତ ହୋଇଛି। ବୈତରଣୀ ନଦୀ (Baitarani) ର ଶାଖା କାଣୀ ନଦୀରେ ସୃଷ୍ଟି ହୋଇଥିବା ଘାଇ ନିକଟରେ ହୋଇଥିବା ଅସ୍ଥାୟୀ ବନ୍ଧରେ ପୁଣୀଥରେ ଘାଇ ସୃଷ୍ଟି ହୋଇଥିବାର

Odisha Flood: ବନ୍ୟା ବଢାଇଲା ଥଇଥାନ ଚିନ୍ତା

Odisha Flood: ଯାଜପୁର: ଲଗାତାର ଦ୍ୱିତୀୟ ଥର ବନ୍ୟା (Flood) ଛାଡିବା ପରେ ଏବେ ବିପନ୍ନଙ୍କୁ ଥଇଥାନ ଚିନ୍ତା ଘାରିଛି। ଜିଲାର ଯାଜପୁର (Jajpur) ଓ ଦଶରଥପୁର (Dasarathpur) ବ୍ଲକ ର ବ୍ୟାପକ ଅଞ୍ଚଳ ପ୍ରଭାବିତ ହୋଇଛି। ବୈତରଣୀ ନଦୀ (Baitarani) ର ଶାଖା କାଣୀ ନଦୀରେ ସୃଷ୍ଟି ହୋଇଥିବା ଘାଇ ନିକଟରେ ହୋଇଥିବା ଅସ୍ଥାୟୀ ବନ୍ଧରେ ପୁଣୀଥରେ ଘାଇ ସୃଷ୍ଟି ହୋଇଥିବାରୁ ଦଶରଥପୁର ବ୍ଲକ କସପା (Kasapa), ମଲ୍ଲିକାପୁର (Mallikapur) ଓ ଦୁଦୁରାଅନ୍ତା (Duduranta) ସମେତ ୧୦ଟି ପଂଚାୟତର ୧୦୦ ରୁ ଉର୍ଦ୍ଧ୍ବ ଗାଁ ରେ ବନ୍ୟା ଜଳ ପ୍ରବେଶ କରିଛି। ପ୍ରଥମ ବନ୍ୟାର ଦୁଃଖ ନଯାଉଣୁ ଦ୍ୱିତୀୟ ଥର ପାଇଁ ବନ୍ୟାର ସାମ୍ନା କରିଛନ୍ତି ଘାଇ ଅଞ୍ଚଳବାସୀ । ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଲଗାତାର ଦୁଇ ଦୁଇ ଥର ବନ୍ୟା ଦ୍ୱାରା ଲୋକେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଅଦ୍ୟାବଧି କ୍ଷୟକ୍ଷତି ର ଆକଳନ ସାରିନଥିବା ରୁ ବିପନ୍ନ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେପଟେ ବନ୍ୟା ସମ୍ପୂର୍ଣ୍ଣ ଛାଡିବା ପରେ କ୍ଷୟକ୍ଷତିର ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ପ୍ରଥମେ ଲଗାଣ ବର୍ଷା ଓ ପରେ ଲଗାଣ ବନ୍ୟା। ଥରେ ନୁହେଁ ଦୁଇ ଦୁଇ ଥର ଲଗାଣ ବନ୍ୟା ରେ ଭାଙ୍ଗିଯାଇଛି ବିପନ୍ନ ଙ୍କ ମେରୁଦଣ୍ଡ। ବୈତରଣୀ ନଦୀ ର ଶାଖା କାଣୀ ନଦୀରେ ସୃଷ୍ଟି ହୋଇଥିବା ଘାଇ ନିକଟରେ ହୋଇଥିବା ଅସ୍ଥାୟୀ ବନ୍ଧରେ ପୁଣୀଥରେ ଘାଇ ସୃଷ୍ଟି ହୋଇଥିବାରୁ ଦଶରଥପୁର ବ୍ଲକ କସପା, ମଲ୍ଲିକାପୁର ଓ ଦୁଦୁରାଅନ୍ତା ସମେତ ୧୦ଟି ପଂଚାୟତର ୧୦୦ ରୁ ଉର୍ଦ୍ଧ୍ବ ଗାଁ ରେ ବନ୍ୟା ଜଳ ପ୍ରବେଶ କରିଛି। ଏବେ ବି ଗାଁ ରେ ପାଣି ଛାଡିନି। ଭାଙ୍ଗି ଯାଇଥିବା ଘର କୁ ସଜାଡ଼ିବାକୁ ଚେଷ୍ଟା କରୁଛି ବିପନ୍ନ। ସେପଟେ ବର୍ଷା ଓ ବାତ୍ୟା ଯୋଗୁଁ ଚାଷ ଜମି ଉଜୁଡି ଯାଇଛି। ଯାହାକୁ ନେଇ ଚିନ୍ତାରେ ବନ୍ୟା ବିପନ୍ନ। ଏଭଳି ସ୍ଥିତିରେ ବର୍ଷକ ଯାକ ପରିବାର କେମିତି ଚଳିବ ତାକୁ ନେଇ ଚିନ୍ତାରେ ବନ୍ୟା ବିପନ୍ନ ।

ବନ୍ୟା ଯୋଗୁଁ ଦଶରଥପୁର ଓ ଯାଜପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରଶାସନ ପକ୍ଷରୁ କେବଳ ଚୁଡା, ଚାଉଳ ଓ ରନ୍ଧା ଖାଦ୍ୟ ଯୋଗାଇ ଦେଇ କାମ ସାରି ଦେଇଛି। ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ବି ଅଦ୍ୟାବଧି କ୍ଷୟକ୍ଷତି ର ଆକଳନ ହୋଇନି। କେବେ ଆକଳନ ହେବ ଆଉ ବିପନ୍ନ ମାନଙ୍କୁ କ୍ଷତିପୂରଣ ମିଳିବ ତାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ସେପଟେ ବନ୍ୟା ସମ୍ପୂର୍ଣ୍ଣ ଛାଡି ଯିବା ପରେ କ୍ଷୟକ୍ଷତି ର ଆକଳନ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରତିବର୍ଷ ବୈତରଣୀ ନଦୀର ବନ୍ୟା ଯୋଗୁଁ ପ୍ରଭାବିତ ହେଉଛି ହଜାର ହଜାର ଲୋକେ। ତୁରନ୍ତ ଏହି ବିପନ୍ନ ଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହେଉଛି ।

ଅଧିକ ପଢନ୍ତୁ: ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା, ସରକାର ଭାଙ୍ଗିବାକୁ ଅଣ୍ଟା ଭିଡ଼ିଲାଣି ବିଜେପି