Dakota Plane: ଭୁବନେଶ୍ୱର ନୁହେଁ ପୁରୀରେ ରହିବ ଡାକୋଟା, ଦାବି ଉଠାଇଲା ଜଗନ୍ନାଥ ସେନା
Advertisement
Article Detail0/zeeodisha/odisha1535976

Dakota Plane: ଭୁବନେଶ୍ୱର ନୁହେଁ ପୁରୀରେ ରହିବ ଡାକୋଟା, ଦାବି ଉଠାଇଲା ଜଗନ୍ନାଥ ସେନା

Puri News: ଭୁବନେଶ୍ୱର ବିମାନ ବନ୍ଦରରେ ଡାକୋଟା ବିମାନ ସ୍ଥାପନକୁ କଡା ବିରୋଧ କରିଛି ଜଗନ୍ନାଥ ସେନା। ଡାକୋଟା ବିମାନ ଫେରାଇ ଆଣିବା ଲାଗି ପ୍ରଥମେ ୨୦୧୭ ଡିସେମ୍ବରରେ ବିମାନ ବନ୍ଦର ପ୍ରାଧିକରଣକୁ ଚିଠି ଲେଖିଥିଲା ଜଗନ୍ନାଥ ସେନା। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଏହି ଚିଠିକୁ ଅନୁଶୀଳନ କରିବା ପରେ ଡାକୋଟା ବିମାନ ଫେରାଇ ନେବାରେ ସହଯୋଗ କରିବେ ବୋଲି ଓଡ଼ିଶା ସରକାରଙ୍କୁ ଅବଗତ କରିଥିଲା।

Dakota Plane: ଭୁବନେଶ୍ୱର ନୁହେଁ ପୁରୀରେ ରହିବ ଡାକୋଟା, ଦାବି ଉଠାଇଲା ଜଗନ୍ନାଥ ସେନା

Jagannath Sena Convenor Priyadarshan Patnaik: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବୀରତ୍ୱର ଗାଥା କିଏ ବା ନ ଜାଣେ। ଯେଉଁ ଡାକୋଟା ବିମାନ ସହ ବିଜୁ ବାବୁଙ୍କ ଅନେକ ସ୍ମୃତି ଲୁଚି ରହିଛି ସେହି ବିମାନ ଏବେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି। ହେଲେ ଡାକୋଟା ବିମାନକୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ରଖିବା ବଦଳରେ ନୁହଁ ପୁରୀ ଜଗନ୍ନାଥ ଧାମରେ ରଖିବାକୁ ଦାବି କରିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରୀୟଦର୍ଶନ ପଟ୍ଟନାୟକ। 

ଏନେଇ ଜଗନ୍ନାଥ ସେନା ଆବାହକଙ୍କ କହିବା କଥା ହେଲା କିଛି ବର୍ଷ ପୂର୍ବେ ସ୍ୱର୍ଗଦ୍ୱାରରେ ବିଜୁ ବାବୁଙ୍କ ସମାଧିକୁ ଭାଙ୍ଗି ଦିଆଯାଇଥିଲା। ସେ ତାଙ୍କର ଚିତାଭସ୍ମକୁ ସମ୍ମାନର ସହ ଆଣି ଅର୍ବାନ ହାଟ ପରିସରରେ ରଖିଛନ୍ତି। ଦୀପ ଜାଳୁଛନ୍ତି। ଜନ୍ମ ଜୟନ୍ତୀ ପାଳୁଛନ୍ତି ଆଉ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ହେଲେ ଓଡ଼ିଶା ସରକାର ବିଜୁ ବାବୁଙ୍କ ଯେତିକି ସମ୍ମାନ ଦେବା କଥା ସେତିକି ଦେଉନାହାନ୍ତି। ଯଦି ବିଜୁବାବୁଙ୍କ ପ୍ରତି ସରକାରଙ୍କର ଏତେ ଭକ୍ତି ଭାବ ରହିଛି ତାହେଲେ ପୁରୀରେ ବିଜୁ ବାବୁଙ୍କ ଏକ ସ୍ମୃତିପୀଠ ନିର୍ମାଣ କରାଯାଇ ସେଠାରେ ଚିତ୍ତାଭସ୍ମ ସ୍ଥାପନ କରନ୍ତୁ। ଆଉ ଡାକୋଟା ବିମାନକୁ ଭୁବନେଶ୍ୱର ବିମାନ ବନ୍ଦର ନୁହେଁ ବରଂ ଏହି ସ୍ମୃତିପୀଠରେ ରଖିବାକୁ ଦାବି କରିଛନ୍ତି ପ୍ରୀୟଦର୍ଶନ ପଟ୍ଟନାୟକ। 

ଏହି ସହିତ ଜଗନାଥ ସେନା ଆବାହକ ମଧ୍ୟ ଆଉ ଏକ ପ୍ରସ୍ତାବ ଦେଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ମାର୍ଗ ମଧ୍ୟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଭଳି ବିଜୁ ବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରନ୍ତୁ ବୋଲି ସରକାରଙ୍କ ନିକଟରେ ଦାବି କରିଛନ୍ତି। ପୁରୀରେ ନୂଆ ସ୍ମୃତିପୀଠ ଏବଂ ସଂଗ୍ରହାଳୟ ନିର୍ମାଣ ସହ ଡାକୋଟା ବିମାନ ପୁରୀରେ ରଖାଯାଉ। ଯାହା ଫଳରେ ପୁରୀ ଆସୁଥିବା ଲକ୍ଷଲକ୍ଷ ଭକ୍ତ ଦର୍ଶନାର୍ଥୀ, ପର୍ଯ୍ଯଟକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ବୀରତ୍ୱ ସମ୍ପର୍କରେ ଅବଗତ ହୋଇପାରିବେ।  

ସେପଟେ ଗତକାଲି ସ୍ଥଳପଥରେ ଡାକୋଟା ବିମାନକୁ କୋଲକାତାସ୍ଥିତ ନେତାଜୀ ସୁଭାଷ ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ପର୍ଯ୍ୟନ୍ତ  ଅଣାଯାଇଛି। ମାତ୍ର ଡାକୋଟା ବିମାନକୁ ଓଡିଶା ସୀମାରେ ଯେଭଳି ଭାବେ ସ୍ୱାଗତ କରିବା କଥା ସେଭଳି ସରକାର କରିନାହାଁନ୍ତି। ସରକାରଙ୍କ କୌଣସି ପଦାଧିକାରୀ ସେଠାରେ ନଥିଲେ। ଯାହା ବିଜୁବାବୁଙ୍କ ପ୍ରତି ଅସମ୍ମାନ। ସେପଟେ ସରକାର ବିମାନ ବନ୍ଦରକୁ ଜମି ଯୋଗାଇ ଦେଇଛନ୍ତି। ହେଲେ ସେ ଜମି ଉପଯୁକ୍ତ ନୁହେଁ ବରଂ ପୁରୀରେ ସରକାର ଜମି ଦିଅନ୍ତୁ ଆଉ ସେଠାରେ ସ୍ମୃତିପୀଠ ନିର୍ମାଣ କରାଯାଉ। 

ଭୁବନେଶ୍ୱର ବିମାନ ବନ୍ଦରରେ ଡାକୋଟା ବିମାନ ସ୍ଥାପନକୁ କଡା ବିରୋଧ କରିଛି ଜଗନ୍ନାଥ ସେନା। ଡାକୋଟା ବିମାନ ଫେରାଇ ଆଣିବା ଲାଗି ପ୍ରଥମେ ୨୦୧୭ ଡିସେମ୍ବରରେ ବିମାନ ବନ୍ଦର ପ୍ରାଧିକରଣକୁ ଚିଠି ଲେଖିଥିଲା ଜଗନ୍ନାଥ ସେନା। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଏହି ଚିଠିକୁ ଅନୁଶୀଳନ କରିବା ପରେ ଡାକୋଟା ବିମାନ ଫେରାଇ ନେବାରେ ସହଯୋଗ କରିବେ ବୋଲି ଓଡ଼ିଶା ସରକାରଙ୍କୁ ଅବଗତ କରିଥିଲା। ମାତ୍ର ଯେତେବେଳେ ଡାକୋଟା ବିମାନ ଓଡିଶା ଆସିଲା ସେତେ ସରକାର ଜଣାଇଲେ ନାହିଁ। ଭୁବନେଶ୍ୱର ବିମାନ ବନ୍ଦରରେ ଡାକୋଟା ବିମାନ ରହିଲେ ଅନେକ ସମସ୍ଯା ରହିଛି। ଏଣୁ ଜଗନ୍ନାଥଙ୍କ ମାଟିରେ ଭୂମିପୁତ୍ର ବିଜୁ ପଟ୍ଟନାୟଙ୍କ ସ୍ମୃତିପୀଠ ନିର୍ମାଣ ସହ ଡାକୋଟା ବିମାନ ସ୍ଥାପନ ହେଲେ ବିଜୁବାବୁଙ୍କ ଗୌରବମୟ ଇତିହାସ ସମସ୍ତେ ଜାଣିପାରିବେ ବୋଲି କହିଛନ୍ତି ଜଗନ୍ନାଥ ସେନା ଆବାହକ। ପୁରୀ ନ ଫେରିଲେ ଆନ୍ଦୋଳନ ତେଜିବ ବୋଲି କହିଛନ୍ତି ପ୍ରୀୟଦର୍ଶନ ପଟ୍ଟନାୟକ।