Cattle Smuggling: ସୀମାରେ ସୁରକ୍ଷା ଢି଼ଲା, ବଙ୍ଗରେ 'ବଉଳା'କୁ ହତ୍ୟା
Advertisement

Cattle Smuggling: ସୀମାରେ ସୁରକ୍ଷା ଢି଼ଲା, ବଙ୍ଗରେ 'ବଉଳା'କୁ ହତ୍ୟା

Odisha Cattle Smuggling: ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ ବେଳେ ଶୀତତାପ ନିୟନ୍ତ୍ରୀତ ପିକପ କଣ୍ଟେନର ଜବତ ହୋଇଛି। ବାଲେଶ୍ଵର ଜିଲ୍ଳା ଜଳେଶ୍ଵର ରାଜଘାଟ ନାକା ପଏଣ୍ଟ ଅତିକ୍ରମ କଲା ପରେ ଏନଏଚ-୬୦ ନମ୍ବର ମଧୁବନ ହୋଟେଲ ନିକଟରେ ଗାଡିକୁ ଠାବ କରାଯାଇଥିଲା। 

Cattle Smuggling: ସୀମାରେ ସୁରକ୍ଷା ଢି଼ଲା, ବଙ୍ଗରେ 'ବଉଳା'କୁ ହତ୍ୟା

Odisha Cattle Smuggling, ବାଲେଶ୍ୱର: ରାଜ୍ୟରେ ଗୋଚାଲଣ ଥମିବାର ନାଁ ନେଉନାହିଁ। ବାଲେଶ୍ୱର ଦେଇ ଯାଇଥିବା ଜାତୀୟ ରାଜପଥ ଏହାର ମୁଖ୍ୟ କରିଡର ପାଲଟିଛି। ଶନିବାର ଜଳେଶ୍ୱର ପୋଲିସ ଏକ ଶୀତତାପ ନିୟନ୍ତ୍ରୀତ ପିକପ କଣ୍ଟେନରରୁ ୧୪ଟି ଗୋରୁ ଉଦ୍ଧାର କରାଯାଇଛି। ପୋଲିସକୁ ଦେଖି ପିକପ କଣ୍ଟେନର ଛାଡି ଡ୍ରାଇଭର ଚମ୍ପଟ ମାରିଛି। ତେବେ ଗୋରୁ ଗୁଡିକୁ ପଞ୍ଚିମବଙ୍ଗକୁ ନିଆଯାଉଥିବା ସନ୍ଦେହ କରାଯାଉଛି। ବାରମ୍ବାର ଜଳେଶ୍ୱରରେ ଗୋରୁ ଜବତ ହେଉଥିବାରୁ ପଶ୍ଚିମବଙ୍ଗ ସୀମା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। 

ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ ବେଳେ ଶୀତତାପ ନିୟନ୍ତ୍ରୀତ ପିକପ କଣ୍ଟେନର ଜବତ ହୋଇଛି। ବାଲେଶ୍ଵର ଜିଲ୍ଳା ଜଳେଶ୍ଵର ରାଜଘାଟ ନାକା ପଏଣ୍ଟ ଅତିକ୍ରମ କଲା ପରେ ଏନଏଚ-୬୦ ନମ୍ବର ମଧୁବନ ହୋଟେଲ ନିକଟରେ ଗାଡିକୁ ଠାବ କରାଯାଇଥିଲା। ଶନିବାର ସକାଳ ୭ ଘଟିକା ସମୟରେ ଓଡ଼ି-୦୧ଡି-୪୬୩୦ ନମ୍ବର ବିଶିଷ୍ଟ ଏକ ପିକପ କଣ୍ଟେନାରଟି ଖରାପ ହୋଇ ଯାଇଥିଲା। ଡ୍ରାଇଭର ଏବଂ ହେଲ୍ପର ପିକପ କଣ୍ଟେନାରଟିକୁ ମରାମତି କରୁଥିବା ସମୟରେ ପୋଲିସ ଗାଡି ଦେଖି ଡ୍ରାଇଭର ଏବଂ ହେଲ୍ପର ଚମ୍ପଟ ମାରିଥିଲେ। 

Also Read: Dharmendra Sahu Death Case: 'ହାତୀ ମାରି କୁଲା ଘୋଡାଇବାକୁ ଚେଷ୍ଟା କରୁଛି ସରକାର'

 

ତେବେ ଜଳେଶ୍ୱର ଆଇଆଇସି ରୋଜାଲୀନ ବେହେରା ସନ୍ଦେହ କରି ଭ୍ୟାନ ପାଖରେ ପହଂଚି ପିକପ କଣ୍ଟେନରର ତାଲା ଭାଙ୍ଗି ଦେଖିଲା ବେଳକୁ ୧୪ଟି ଜୀବନ୍ତ ଗୋରୁ ରହିଛି। ଗୋରୁମାନେ ତାହା ଭିତରେ ଅଣନିଶ୍ୱାସୀ ହୋଇ ଥିଲେ। ଏହିଭଳି ଅମାନୁଷିକ ଭାବେ ଗୋରୁ ଗୁଡିକୁ ନେବା ଅତି ହୃଦୟ ବିଦାରକ ଏବଂ ଏହା ପଶୁ ପକ୍ଷୀ ସୁରକ୍ଷା ଆଇନର ଉଲଂଘନ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ଓଡିଶାରୁ ପଶ୍ଚିମବଙ୍ଗକୁ ବେଧଡକ ଗୋରୁ ସହ ଅନ୍ୟାନ୍ୟ ସାମଗ୍ରୀର ଚୋରା ଚାଲାଣ ହେଉଛି। ଏହାକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ରାଜଘାଟସ୍ଥିତ ସୁବର୍ଣ୍ଣରେଖା ସେତୁ ନିକଟରେ ନାକା ପୋଷ୍ଟ କରାଯାଇଛି। ଏହି ନାକା ପଏଣ୍ଟରେ ୨୪ ଘଣ୍ଟିଆ ପୋଲିସ ପହରା ବ୍ୟବସ୍ଥା ରହିଛି। ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଥିବା ଓ ଓଡିଶାରୁ ପଶ୍ଚିମବଙ୍ଗକୁ ଯାଉଥିବା ସମସ୍ତ ମାଲବାହୀ ଗାଡ଼ିକୁ ଏଠାରେ ତନ ତନ କରି ଯାଞ୍ଚ କରାଯିବାକୁ ସରକାରୀ ନିର୍ଦ୍ଦେଶାନାମା ରହିଛି। 

Also Read: ଓଲିଉଡରେ ଆଲୋଡ଼ନ: ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଲେ ଅଭିନେତ୍ରୀ

ତେବେ ସେହି ନାକା ପଏଣ୍ଟରେ ନିୟୋଜିତ ଥିବା ପୋଲିସକୁ ଚକମା ଦେଇ ଅଥବା ଜାଣତରେ ବାରମ୍ବାର ବହୁ ଗୋରୁ ଗାଡି ତଥା ଅନ୍ୟାନ୍ୟ ବେଆଇନ ଗାଡି କିପରି ପାର ହୋଇ ଯାଉଛି ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରୁଛି। ତେବେ ଶନିବାର ଜବକ ସମସ୍ତ ଗୋରୁଙ୍କୁ ଗୋଶାଳାରେ ଛଡା ଯାଇଥିବା ସୂଚନା ମିଳିଛି। ନିକଟରେ ଏହି ରାସ୍ତାରୁ ଅନେକ ଥର ଗୋଚାଲାଣ ଗାଡି ଜବତ ହୋଇଛି। ସେଥିରୁ ପ୍ରାୟ ପାଞ୍ଚ ଶହ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ତେବେ କେବେ ଏହି ବେଆଇନ ଗୋରୁ ଚାଲାଣ ଉପରେ ରୋକ ଲାଗିବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।