Child abduction: ସାବଧାନ!! ଆପଣଙ୍କ ଅଞ୍ଚଳରେ ମାତିଛନ୍ତି ଅଣଓଡ଼ିଆ ପିଲାଚୋର
Advertisement
Article Detail0/zeeodisha/odisha1383859

Child abduction: ସାବଧାନ!! ଆପଣଙ୍କ ଅଞ୍ଚଳରେ ମାତିଛନ୍ତି ଅଣଓଡ଼ିଆ ପିଲାଚୋର

Balasore Child abduction: ବର୍ତ୍ତମାନ ପାର୍ବଣ ଋତୁ ଚାଲୁଥିବାରୁ ଏହାର ସୁଯୋଗ ନେଇ କିଛି ଅଣଓଡ଼ିଆ ପୁରୁଷ ଓ ସ୍ତ୍ରୀ ଲୋକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଅଞ୍ଚଳରେ ପିଲାଚୋରୀର ଆତଙ୍କ ସୃଷ୍ଟି କରିଛନ୍ତି। ଗତ ସପ୍ତାହରେ ବ୍ଲକର ଜଗାଇ ପଞ୍ଚାୟତର ବଡାଶ ଗାଁରେ ଦିନ ଦ୍ୱିପହରରେ ପିଲାଚୋରିକରି ଦୁର୍ବୃତ୍ତ ଧରା ପଡିଥିଲା ବେଳେ ବୁଧବାର ନୂଆଗାଁ ପଞ୍ଚାୟତର ନୂଆଗାଁ ମାର୍କେଟରୁ ସନ୍ଧ୍ୟା ସମୟରେ ଜଣେ ଦୁର୍ବୃତ୍ତ ଛୋଟ ପିଲାଙ୍କୁ ଚକଲେଟ ଦେଉଥିବାର ଦେଖି ଲୋକମାନେ ତାଙ୍କୁ କାବୁକରିଥିଲେ।

Child abduction: ସାବଧାନ!! ଆପଣଙ୍କ ଅଞ୍ଚଳରେ ମାତିଛନ୍ତି ଅଣଓଡ଼ିଆ ପିଲାଚୋର

Child abduction: ରାଜ୍ୟବାସୀଙ୍କ ପାଇଁ ଏକ ସତର୍କତ ଘଣ୍ଟି ବାଜିଛି। ଗତ କିଛି ମାସ ହେଲା ରାଜ୍ୟରେ ପିଲାଚୋର ଅନେକ ମାମଲା ଦେଖିବାକୁ ମିଳୁଛି। ଏବେ ଏହି ଆତଙ୍କ ବାଲେଶ୍ୱର ଜିଲ୍ଲାକୁ ବ୍ୟପିଛି। ପିଲାଚୋରୀକୁ ନେଇ ଦକ୍ଷିଣ ବାଲିଆପାଳ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷକରି ତିନି ବର୍ଷରୁ ୧୧ ବର୍ଷ ପର୍ଯ୍ୟନ୍ତ ଛୋଟ ଛୋଟ ପିଲାମାନଙ୍କୁ ପିଲାଚୋରମାନେ ଟାର୍ଗେଟ କରୁଛନ୍ତି। 

ବର୍ତ୍ତମାନ ପାର୍ବଣ ଋତୁ ଚାଲୁଥିବାରୁ ଏହାର ସୁଯୋଗ ନେଇ କିଛି ଅଣଓଡ଼ିଆ ପୁରୁଷ ଓ ସ୍ତ୍ରୀ ଲୋକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଅଞ୍ଚଳରେ ପିଲାଚୋରୀର ଆତଙ୍କ ସୃଷ୍ଟି କରିଛନ୍ତି। ଗତ ସପ୍ତାହରେ ବ୍ଲକର ଜଗାଇ ପଞ୍ଚାୟତର ବଡାଶ ଗାଁରେ ଦିନ ଦ୍ୱିପହରରେ ପିଲାଚୋରିକରି ଦୁର୍ବୃତ୍ତ ଧରା ପଡିଥିଲା ବେଳେ ବୁଧବାର ନୂଆଗାଁ ପଞ୍ଚାୟତର ନୂଆଗାଁ ମାର୍କେଟରୁ ସନ୍ଧ୍ୟା ସମୟରେ ଜଣେ ଦୁର୍ବୃତ୍ତ ଛୋଟ ପିଲାଙ୍କୁ ଚକଲେଟ ଦେଉଥିବାର ଦେଖି ଲୋକମାନେ ତାଙ୍କୁ କାବୁକରିଥିଲେ। ତାଙ୍କର ଠିକଣା ପଚାରିବାରୁ ସେ ପ୍ରଥମେ କଟକ ପରେ ମୁମ୍ବାଇ ତାପରେ ହାଇଦ୍ରାବାଦ ଆଦି କହିବାରୁ ସନ୍ଦେହ ଅଧିକ ହୋଇଥିଲା। ପରେ ତାଙ୍କ ବ୍ୟାଗରୁ କିଛି ମାସ୍କ, ସ୍ପ୍ରେ, ବ୍ଲେଡ଼, ଛୁଞ୍ଚି ଆଦି ଜିନିଷ ଦେଖିବାକୁ ପାଇଥିଲେ। ପରେ ପିଲାଚୋର ସନ୍ଦେହରେ ବାଲିଆପାଳ ପୋଲିସରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଜିମା ଦେଇଥିଲେ। 

Also Read: Dussehra 2022: DJ ଗୀତରେ ନାଚିଲେ ବଳଦ, ଦେଖିବାକୁ ଆସିଲେ ଶହ ଶହ ଲୋକ

ଠିକ ସମାନ ଧରଣର ଘଟଣା ଶୁକ୍ରବାର ମଧ୍ୟ ଘଟିଛି। ଜଗତିପୁର ପଞ୍ଚାୟତର ଅଦଭୂତିଆ ମାର୍କେଟରେ ଜଣେ ଅଣଓଡିଶା ସ୍ତ୍ରୀ ଲୋକକୁ ଲୋକେ ଅଟକ ରଖିଛନ୍ତି। ତାଙ୍କୁ ଦେଖିବାପାଇଁ ସେମାନେ ଭିକାରି ଭଳି ଲାଗୁଛନ୍ତି ହେଲେ ବାସ୍ତବରେ ତାଙ୍କର ଏକ ଗ୍ୟାଙ୍ଗ ଏହି ଅଞ୍ଚଳରେ ପିଲାଚୋରି ପାଇଁ ପଶିଆସିଥିବାର ଅନୁମାନ କରାଯାଉଛି। ତେବେ ଏହି ସମୁଦ୍ର କୁଳିଆ ଅଞ୍ଚଳରେ ସମୁଦ୍ର ପଥ ଅସୁରକ୍ଷିତ ଥିବାରୁ ବହୁ ସମୟରେ ବାଂଲାଦେଶୀମାନେ ଓଡ଼ିଶା ଉପକୂଳକୁ ପ୍ରବେଶ କରି ଏପରି କାଣ୍ଡ ଘଟାଉ ଥିବା ନଜିର ରହିଛି। ଘଟଣା ଉପରେ ବାଲିଆପାଳ ପୋଲିସ କି ପନ୍ଥା ଆପଣାଉଛି ତାହା ଏବେ ସମସ୍ତଙ୍କ ନଜର ରହିଛି।

ସୂଚନାଯୋଗ୍ୟ, ଗତ ମାସରେ କଟକ ବଡ ମେଡିକାଲ ପିଲାଚୋରୀ ଘଟଣା ଚର୍ଚ୍ଚାରେ ଥିଲେ। ମାର୍ଚ୍ଚରେ ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ଅଧିନ ଗଣେଶ୍ୱରପୁର ଅଞ୍ଚଳରେ ଜଣେ ଯୁବକଙ୍କୁ ପିଲାଚୋର ସନ୍ଦେହରେ  ଗ୍ରାମବାସୀ ନିସ୍ତୁକ ମାଡ ମାରିଛନ୍ତି। ସେହିପରି ଗୁରୁବାର ସୀମାନ୍ତ ଛତିଶଗଡର ଦୁର୍ଗ ଅଞ୍ଚଳରେ ପିଲାଚୋର ସନ୍ଦେହରେ ତିନି ଜଣ ସାଧୁ ଭିଡହିଂସାର ଶିକାର ହୋଇଛନ୍ତି। ତେବେ ପୋଲିସରେ ଏନେଇ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ଭିଡହିଂସାରେ ସାମିଲ ଗ୍ରାମବାସୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥାନୀୟ ପୋଲିସ ଅଧୀକ୍ଷକ ସୂଚନା ଦେଇଛନ୍ତି। ଗତ ଏପ୍ରିଲରେ ମହାରାଷ୍ଟ୍ରର ପାଲଘରରେ ସାଧୁଙ୍କୁ ଚୋର ସନ୍ଦେହରେ ଗ୍ରାମବାସୀ ନିସ୍ତୁକ ମାଡ ମାରିଥିଲେ। ଫଳରେ ତିନି ସାଧୁଙ୍କ ମୃତ୍ୟୁ ହୋଇଥିଲା।