Mirzanur Returned to Bangladesh: ଦେବଦୂତ ସାଜିଲେ ସମାଜସେବୀ, ୭ ବର୍ଷ ପରେ ବାଂଲାଦେଶ ଫେରିଲେ ମିର୍ଜାନୁର
Advertisement
Article Detail0/zeeodisha/odisha1565567

Mirzanur Returned to Bangladesh: ଦେବଦୂତ ସାଜିଲେ ସମାଜସେବୀ, ୭ ବର୍ଷ ପରେ ବାଂଲାଦେଶ ଫେରିଲେ ମିର୍ଜାନୁର

Mirzanur Returned to Bangladesh: ଦୀର୍ଘ ୭ ବର୍ଷ ପରେ ନିଜ ଦେଶ ବାଂଲାଦେଶକୁ ଫେରିଲେ 'ଏମ୍.ଡି. ମିଜାନୁର ସେଖ୍। ୨୦୧୪ ମସିହାରେ ମିଜାନୁର ସେଖ୍ ବାଂଲାଦେଶରୁ କଲିକତା ଓ ପରେ ଓଡ଼ିଶା ଆସି ପାରାଦ୍ବୀପରେ ରହି କାମ କରୁଥିଲେ। ୨୦୧୬ ମସିହାରେ ନିଜର ଆଧାର କାର୍ଡ଼ ପାଇଁ ସେ ସ୍ଥାନୀୟ ଆଧାର କେନ୍ଦ୍ରକୁ ଯାଇଥିଲେ। ସେ ବାଂଲାଦେଶୀ ବୋଲି ଜଣା ପଡି଼ବାରୁ ଖବରପାଇ ଗୁଇନ୍ଦା ବିଭାଗ ତାଙ୍କୁ ଗିରଫ କରିଥିଲା। 

Mirzanur Returned to Bangladesh: ଦେବଦୂତ ସାଜିଲେ ସମାଜସେବୀ, ୭ ବର୍ଷ ପରେ ବାଂଲାଦେଶ ଫେରିଲେ ମିର୍ଜାନୁର

Mirzanur Returned to Bangladesh: ଦୀର୍ଘ ୭ ବର୍ଷ ପରେ ନିଜ ଦେଶ ବାଂଲାଦେଶକୁ( Bangladesh ) ଫେରିଲେ 'ଏମ୍.ଡି. ମିଜାନୁର ସେଖ୍। ୨୦୧୪ ମସିହାରେ ମିଜାନୁର ସେଖ୍ ବାଂଲାଦେଶରୁ କଲିକତା ଓ ପରେ ଓଡ଼ିଶା ଆସି ପାରାଦ୍ବୀପରେ ରହି କାମ କରୁଥିଲେ। ୨୦୧୬ ମସିହାରେ ନିଜର ଆଧାର କାର୍ଡ଼ ପାଇଁ ସେ ସ୍ଥାନୀୟ ଆଧାର କେନ୍ଦ୍ରକୁ ଯାଇଥିଲେ। ସେ ବାଂଲାଦେଶୀ ବୋଲି ଜଣା ପଡି଼ବାରୁ ଖବରପାଇ ଗୁଇନ୍ଦା ବିଭାଗ ତାଙ୍କୁ ଗିରଫ କରିଥିଲା। ସେ ଅନୁପ୍ରବେଶକାରୀ ଭାବରେ କୁଜଙ୍ଗ ଜେଲରେ ୩ ବର୍ଷ ଜେଲ କାଟିବା ପରେ ୨୦୧୯ ମସିହାରେ ତତ୍କାଳୀନ ଜଗତସିଂହପୁର ଜିଲ୍ଲାପାଳ ଯାମିନୀ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଛକ ସ୍ଥିତ 'ଆଶ୍ରା' ଜରାଶ୍ରମରେ ରଖାଯାଇଥିଲା । ଏଥି ମଧ୍ୟରେ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ମିଜାନୁର୍ ସେଖ୍ ତା ଭିଟାମାଟିକୁ ଫେରି ପାରିନଥିଲେ। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା ।

ଏନେଇ କଲିକତାର ସମାଜସେବୀ ତପନ ଖମାରୁ ବାଂଲାଦେଶ କମିଶନରଙ୍କୁ ମେଲ୍ ଯୋଗେ ଯୋଗାଯୋଗ କରିଥିଲେ। ସେପଟେ କୌଣସି ତତ୍ପରତା ଦେଖା ନଯିବାରୁ ମିଜାନୁର୍ ସେଖଙ୍କ ଜରାଶ୍ରମରେ ମାନସିକସ୍ଥିତି ବିଗିଡି଼ବାରେ ଲାଗିଥିଲା। ଏହା ଜାଣିବା ପରେ ଜଗତସିଂହପୁର ଅଞ୍ଚଳର ସାମାଜିକ କର୍ମୀ ପ୍ରସନ୍ନଜିତ୍ ସାହୁ ଜିଲ୍ଲାପାଳଙ୍କୁ ଯୁଗ୍ମ ଜନ ଶୁଣାଣୀରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜିଲ୍ଲାପାଳ ପାରୁଲ ପଟୱରୀଙ୍କ ଦପ୍ତରରୁ ମିଜାନୁର୍ ସେଖଙ୍କୁ ତାଙ୍କ ଘରକୁ ଫେରାଇ ଦେବା ପାଇଁ ଏକ ପତ୍ର ଆସିଥିଲା । ଗୁରୁବାର ଦିନ ମିଜାନୁରର ନିଜ ଭାଇ ଜରାଶ୍ରମରେ ପହଞ୍ଚିଥିଲେ।

Also Read- Indian Citizenship: ୨୦୧୧ ମସିହାଠାରୁ ୧୬ ଲକ୍ଷରୁ ଉର୍ଦ୍ଧ୍ୱ ଲୋକେ ଛାଡ଼ିଲେଣି ଭାରତୀୟ ନାଗରିକତ୍ୱ

Also Read-Alphabet Inc Share Price: ଆମେରିକୀୟ କମ୍ପାନୀକୁ ବାଣ୍ଟିଦେଲା ଗୋଟିଏ ଭୁଲ ଉତ୍ତର, ଘଣ୍ଟାଏ ମଧ୍ୟରେ ହରାଇଲା ୧୦୦ ବିଲିୟନ ଡଲାର

Also Read-AIMPLB Affidavit: ମସଜିଦରେ ମହିଳାମାନଙ୍କ ନମାଜ ପଢ଼ିବାର ଦାବି, ମୁସଲିମ ପର୍ସନାଲ ଲ ବୋର୍ଡ଼ ସୁପ୍ରିମକୋର୍ଟଙ୍କୁ କହିଲେ ଏହି କଥା

ଦୀର୍ଘ ଦିନ ପରେ ପରିବାର ଲୋକଙ୍କ ପାଖରେ ପାଇ ଭାବ ବିହ୍ବଳ ହୋଇପଡ଼ିଥିଲେ- ମିଜାନୁର୍ ସେଖ୍ । କାଗଜପତ୍ର ଯାଞ୍ଚ ପରେ ଗତକାଲି ଅପରାହ୍ନରେ ଆଶ୍ରାର ସମସ୍ତ କର୍ମକର୍ତ୍ତା ଓ ନାଉଗାଁ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଏମ୍.ଡି.ମିଜାନୁର୍ ସେଖ୍ ସମ୍ପର୍କୀୟଙ୍କ ସହ ବାଂଲାଦେଶ ଅଭିମୁଖେ ଯାତ୍ରା କରିଥିବା ଜଣାପଡି଼ଛି। ତେବେ ମିଜାନୁର୍ ସେଖଙ୍କ ଘର ବାଂଲାଦେଶ ସୁନ୍ଦରତାରା ଅଞ୍ଚଳର ହୋଇଥିବା ବେଳେ ତାଙ୍କର ପତ୍ନୀ ଓ ଗୋଟିଏ ପୁଅ ଓ ଝିଅ ଅଛନ୍ତି। ଏମ୍.ଡି. ମିଜାନୁର୍ ସେଖ୍ ନିଜ ଦେଶକୁ ଫେରୁଥିବାରୁ ସେ ପ୍ରଥମେ ସାମାଜିକ କର୍ମୀଙ୍କୁ ପ୍ରଶଂସା କରିଛନ୍ତି ।