Electric shock : ବିଦ୍ୟୁତ ଖୁଣ୍ଟରେ ଜଗିଥିଲା ଯମ, ଆଖି ପିଛୁଳାକେ ଚାଲିଗଲା ଜୀବନ
Advertisement

Electric shock : ବିଦ୍ୟୁତ ଖୁଣ୍ଟରେ ଜଗିଥିଲା ଯମ, ଆଖି ପିଛୁଳାକେ ଚାଲିଗଲା ଜୀବନ

Man die in electric shock: ମୃତ୍ୟୁ କେତେବେଳେ କେମିତି ଆସେ । ତାହା କେହି ଜାଣି ନ ଥାନ୍ତି। ଆଉ ଏବେ ହସୁଥିବା ମଣିଷ କ୍ଷଣିକ ମଧ୍ୟରେ ଆଖି ବୁଜିଦିଏ । ଆଉ ପୁରା ପରିବାରକୁ ପରକରି ଚାଲିଯାଏ ଆରପାରିକୁ । ମୟୂରଭଞ୍ଜ ଜିଲ୍ଲା ଉଦଳା(Udala )ର ରାଇକାଳୀ ଗାଁରେ ଆଜି ଏପରି ଏକ ଘଟଣା ଘଟିଛି।

Electric shock : ବିଦ୍ୟୁତ ଖୁଣ୍ଟରେ ଜଗିଥିଲା ଯମ, ଆଖି ପିଛୁଳାକେ ଚାଲିଗଲା ଜୀବନ

Man die in electric shock: ମୃତ୍ୟୁ କେତେବେଳେ କେମିତି ଆସେ । ତାହା କେହି ଜାଣି ନ ଥାନ୍ତି। ଆଉ ଏବେ ହସୁଥିବା ମଣିଷ କ୍ଷଣିକ ମଧ୍ୟରେ ଆଖି ବୁଜିଦିଏ । ଆଉ ପୁରା ପରିବାରକୁ ପରକରି ଚାଲିଯାଏ ଆରପାରିକୁ । ମୟୂରଭଞ୍ଜ ଜିଲ୍ଲା ଉଦଳା(Udala )ର ରାଇକାଳୀ ଗାଁରେ ଆଜି ଏପରି ଏକ ଘଟଣା ଘଟିଛି। ଯାହା ସମସ୍ତଙ୍କୁ ଚକିତ କରି ଦେଇଛି। ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ମୃତ୍ୟୁକୁ ନେଇ ଗାଁରେ ଖେଳି ଯାଇଛି ଶୋକର ଛାୟା । 

ସୂଚନା ଅନୁସାରେ, ମୟୂରଭଞ୍ଜ (Mayurbhanj) ଜିଲ୍ଲା ଉଦଳା (Udala )ର ରାଇକାଳୀ ଗାଁର ବାସିନ୍ଦା ଆମାସ ଟୁଡୁ।  ଆମାସ ଘରକୁ ଆଜି ଆସିଥିବା ବିଦ୍ୟୁତ ସଂଯୋଗରେ ତ୍ରୃଟି ଦେଖିଥିଲେ। ପରେ ଘରେ କରେଣ୍ଟ କଟିଥିବା ଜାଣିବାକୁ ପାଇଥିଲେ।  ଆଉ ଏଥିରେ ଅବହେଳା ନ କରି ବିଦ୍ୟୁତ ମରାମତିର ଜ୍ଞାନ ନ ଥିଲେ ମଧ୍ୟ ସାହାସ ଦେଖାଇ ଘର ନିକଟରେ ବିଦ୍ୟୁତ ଖୁଣ୍ଟିକୁ ଚଢି ଯାଇଥିଲେ। ଆଉ ବିଦ୍ୟୁତ ମରାମତିରେ କାର୍ଯ୍ୟରେ ଲାଗି ପଡିଥିଲେ।

ସେ ଜାଣି ନ ଥିଲେ ଯେ ସେଠାରେ ତାଙ୍କର ମୃତ୍ୟୁ ଜଗିକି ବସିଛି। ବିଦ୍ୟୁତ ମରାମତି ସମୟରେ ହଠାତ୍ ଖୁଣ୍ଟିରେ କରେଣ୍ଟ ଆସି ଯାଇଥିଲା। ଆଉ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ ଆମାସ । ପରେ କରେଣ୍ଟ ଲାଗି ତଳେ ପଡି ଯାଇଥିଲେ । ତଳେ ପଡି ଛଟପଟ ହେଉଥିବା ଦେଖି ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଆମାସ ଟୁଡୁଙ୍କର ମୃତ୍ୟୁ ହେଲା ସେନେଇ ଅଧିତ ତଦନ୍ତ ଆରମ୍ଭ କରାଯାଇଛି । ଏନେଇ ଏକ ମାମଲା ରୁଜୁ କରାଯାଇଛି । 

ସେପଟେ ବ୍ୟବଚ୍ଛେଦ ପରେ ଗାଁରେ ପହଞ୍ଚିଥିଲା ମୃତଦେହ । ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ଦେଖିବାକୁ ମଳିଥିଲା । କାନ୍ଦ ବୋବାଳିରେ ଫାଟି ପଡିଥିଲା ପୁରା ଗାଁ । କିଛି ସମୟ ପାଇଁ ପୁରା ନସ୍ତବ୍ଧ ହୋଇ ପଡିଥିଲା ରାଇକାଳୀ ଗାଁ । ଗାଁର ଯୁବକଙ୍କ ଅକାଳ ମୃତ୍ୟୁକୁ ନେଇ କାହା ପାଟିରୁ କିଛି ଶଦ୍ଧ ମଧ୍ୟ ବାହାରୁ ନ ଥିଲା। ତେବେ, ଏ ଅଘଟଣ କେଉଁ ପରିସ୍ଥିତରେ ଘଟିଲା।  ଆଉ ସେହି ସମୟରେ ଘଟଣାସ୍ଥଳରେ କେଉଁମାନେ ଉପସ୍ଥିତ ଥିଲେ ।  ସେନେଇ ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି। ପ୍ରିୟ ମଣିଷକୁ ହରାଇ ମାଟିରେ ଲୋଟି ପଡୁଛନ୍ତି ଆମାସଙ୍କ ପୁରା ପରିବାର ଲୋକେ। କେବଳ ପରିବାର ଲୋକେ କାହିଁକି ଗାଁ ଲୋକେ(villager) ମଧ୍ୟ ତାଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି।