Odisha Flood Live Update: ରାଜ୍ୟର ବନ୍ୟା ସ୍ଥିତି ସଙ୍ଗୀନ, ହିରାକୁଦରେ ବିପଦ ସଂକେତ ଉପରେ ପାଣି
Advertisement
Article Detail0/zeeodisha/odisha1305471

Odisha Flood Live Update: ରାଜ୍ୟର ବନ୍ୟା ସ୍ଥିତି ସଙ୍ଗୀନ, ହିରାକୁଦରେ ବିପଦ ସଂକେତ ଉପରେ ପାଣି

ଉପର ମୁଣ୍ଡରେ ଲଗାଣ ବର୍ଷା ଓ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ନଦୀ କୂଳିଆବାସୀମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ମହାନଦୀ ଫୁଲୁ ଥିବା ବେଳେ ଏହାର ଜଳ ଗାଁରେ ପିଶିଲାଣି। ମହାନଦୀ ବ୍ୟତୀତ ରାଜ୍ୟର ଅନ୍ୟ ନଦୀ ଗୁଡିକରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ବନ୍ୟା ଯୋଗୁଁ ହାଜାର ହଜାର ଲୋକ ଜଳ ବନ୍ଦୀରେ ଅଛନ୍ତି। ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଉଦ୍ଧାର ପାଇଁ ଓଡ୍ରାଫ ଓ NDRF ପ୍ରସ୍ତୁତ ଅଛନ୍ତି।

 Odisha Flood Live Update: ରାଜ୍ୟର ବନ୍ୟା ସ୍ଥିତି ସଙ୍ଗୀନ, ହିରାକୁଦରେ ବିପଦ ସଂକେତ ଉପରେ ପାଣି
LIVE Blog

ହିରାକୁଦ ଜଳ ଭଣ୍ଡାରରେ ଘଣ୍ଟାପ୍ରତି 775858 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 439250 କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ଜଳ ଭଣ୍ଡାରରେ ଜଳସ୍ତର 626 ମିଟର ରିହିଛି।

ମୋଟ ୩୬ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ।

କୋରାପୁଟ: ବଙ୍ଗଳାଗୁଡ଼ା ନିକଟରେ ଭାଙ୍ଗିଲା ବ୍ରିଜ୍।

୬୦ ଫୁଟ ଲମ୍ବର ବ୍ରିଜ୍ ଭାଙ୍ଗି ୨୦ ଫୁଟ ତଳକୁ ଦବିଲା।

ରାୟଗଡ଼ା ଓ କୋରାପୁଟ ମଧ୍ୟରେ ଗମନାଗମନ ପ୍ରଭାବିତ।