Krishna Janmashtami 2022: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମରେ ଜୋରଦାର ପ୍ରସ୍ତୁତି, ସୁରକ୍ଷା କଡ଼ାକଡ଼ି
Advertisement
Article Detail0/zeeodisha/odisha1307847

Krishna Janmashtami 2022: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମରେ ଜୋରଦାର ପ୍ରସ୍ତୁତି, ସୁରକ୍ଷା କଡ଼ାକଡ଼ି

Krishna Janmashtami 2022: ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧୯ରେ ପବିତ୍ର ଜନ୍ମାଷ୍ଟମୀ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକୀ ମଧ୍ୟ ଏହି ତିଥିରେ ପାଳନ କରାଯିବ । ସେପଟେ ଜଲେଶପଟ୍ଟା ଆଶ୍ରମରେ ଚାଲିଛି ଜୋରଦାର୍ ପ୍ରସ୍ତୁତି। ଏଥିରେ ବହୁ ସନ୍ଥ ଓ ଶତାଧିକ ସ୍ବାମୀଜୀଙ୍କ ଶ୍ରଦ୍ଧାଳୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରତିବର୍

Krishna Janmashtami 2022: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମରେ ଜୋରଦାର ପ୍ରସ୍ତୁତି, ସୁରକ୍ଷା କଡ଼ାକଡ଼ି

କନ୍ଧମାଳ: Krishna Janmashtami 2022: ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧୯ରେ ପବିତ୍ର ଜନ୍ମାଷ୍ଟମୀ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକୀ ମଧ୍ୟ ଏହି ତିଥିରେ ପାଳନ କରାଯିବ । ସେପଟେ ଜଲେଶପଟ୍ଟା ଆଶ୍ରମରେ ଚାଲିଛି ଜୋରଦାର୍ ପ୍ରସ୍ତୁତି। ଏଥିରେ ବହୁ ସନ୍ଥ ଓ ଶତାଧିକ ସ୍ବାମୀଜୀଙ୍କ ଶ୍ରଦ୍ଧାଳୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ ସ୍ୱାମୀଜୀଙ୍କ ଶ୍ରଦ୍ଧାଳୁଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିବାକୁ ଥିବା ସନ୍ଥଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ବେଶ କଡ଼ାକଡ଼ି ରହିଛି। 

ଆଜି ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ସ୍ବାମୀ ଜୀବନ ଯୁକ୍ତାନନ୍ଦ ପୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନ୍ତେବାସୀ ଅତିଥିମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ଉତ୍ସବ ପାଳନ ପାଇଁ ଜଲେଶପଟ୍ଟା ଆଶ୍ରମ ପରିସରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆସନ୍ତାକାଲି ସକାଳୁ କଳସ ଯାତ୍ରା, ନାମ ସଂକିର୍ତ୍ତନ ହେବାସହ ସୂର୍ଯ୍ୟ ପୂଜା, ଗୋ ପୂଜା, ପ୍ରଭୃତି ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ଜନ୍ମାଷ୍ଟମୀ ପାଳନ କରାଯିବ। ସ୍ବାମୀଜୀଙ୍କୁ ସ୍ମରଣକରି ଆମେ ଆଜିବି ତାଙ୍କ ଚଲାପଥରେ ଚାଲିଛୁ ବୋଲି କହିଛନ୍ତି ଆଶ୍ରମ ମୁଖ୍ୟ। 

ଅନ୍ୟପଟେ ଏହି ଶ୍ରାଦ୍ଧ ବାର୍ଷିକୀ ପାଇଁ ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକା କରାଯାଇ ଗାଡ଼ି ମୋଟର ଯାଞ୍ଚ୍ କରୁଛି ଜିଲ୍ଲା ପୋଲିସ। ତୁମୁଡିବନ୍ଧର ଜଲେଶପଟ୍ଟାରେ ଜଣେ ଡିଏସପି, ତିନିଜଣ କମାଣ୍ଡାଣ୍ଟ, ୯ଜଣ ଅଫିସର୍, ୧ ପ୍ଲାଟୁନ୍ ପୋଲିସ୍ ଫୋର୍ସଙ୍କ ସମେତ ସ୍ଥାନୀୟ ପୋଲିସ୍ ମୁତୟନ ଅଛନ୍ତି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲ ସମସ୍ତ ସ୍ଥିତି ଉପରେ କଡ଼ାନଜର ରଖିଥିବା ବେଳେ ବାଲିଗୁଡ଼ା ଅଞ୍ଚଳରେ ମଧ୍ୟ ଏସଡିପିଓ ଜି.ଆର୍.ରେଡ୍ଡୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାସହ ସମସ୍ତ ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି।

ଏଠାରେ କହି ରଖୁଛୁ ଯେ, ଚଳିତ ବର୍ଷ ଭଗବାନ କୃଷ୍ଣଙ୍କର ଏହା ହେଉଛି ୫୨୪୯ ତମ ଜନ୍ମଦିନ । ଶାସ୍ତ୍ର ଅନୁଯାୟୀ,  ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଅଷ୍ଟମୀ ତିଥିରେ ରାତିର ଅଷ୍ଟମୀ ମୁହୂର୍ତ୍ତରେ ହୋଇଥିଲା । ଅଷ୍ଟମୀ ତିଥିର ଉଦୟ ତିଥି ହେଉଛି ୧୯ ତାରିଖ । ତେଣୁ ଅଗଷ୍ଟ ୧୯ରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ବାର୍ଷିକୀ ପାଳନ କରାଯିବ । ଏହି ଜନାଷ୍ଟମୀ ଉପରେ ୮ ପ୍ରକାରର ଶୁଭ ଯୋଗ ମଧ୍ୟ ରହିଛି । ଏହି ୮ ଶୁଭ ଯୋଗ ହେଉଛି-ମହାଲକ୍ଷ୍ମୀ, ବୁଦ୍ଧାଦିତ୍ୟ, ଧ୍ରୁବ, ଛତ୍ର, କୁଲଦୀପକ, ଭାରତୀ, ହର୍ଷ ଏବଂ ସତକୀର୍ତ୍ତି ।

ସୂଚନାଯୋଗ୍ୟ, ଜନ୍ମାଷ୍ଟମୀ ସନ୍ଧ୍ୟାରେ ଦଳେ ଲୋକ ମାରଣାସ୍ତ୍ର ଧରି ଜଲେଶପେଟା ଆଶ୍ରମ ଭିତରେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ଓ ତାଙ୍କର ସହଯୋଗୀଙ୍କୁ ହତ୍ୟା କରିଥିଲେ। ଏହା ଘଟିବ ବୋଲି ସ୍ୱାମୀ ଲକ୍ଷ୍ମଣାନନ୍ଦ ଆଶଙ୍କାକରି ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଜିଲ୍ଲା ପ୍ରଶାସନ ଯେ ସଠିକ ପଦକ୍ଷେପ କଲେ ନାହିଁ ତେବେ ଯେଉଁ ଦଳ ପଶି ଏହିଭଳି ହତ୍ୟା କଲେ, ସେମାନେ ମାଓବାଦୀ ବୋଲି ରାଜ୍ୟ ପୁଲିସ ପ୍ରଶାସନ ତରଫରୁ ତତକ୍ଷଣାତ ସରକାର ଘୋଷଣା କରିଥିଲେ। 

ଏହା ତ ଭିନ୍ନ କଥା ଯେ ସଂଘ ପରିବାର ଏହି ହତ୍ୟାକାଣ୍ଡ ମାଓବାଦୀମାନେ ଘଟାଇ ନାହାନ୍ତି ବୋଲି ଦୃଢ଼ତାର ସହ କହୁଥିବାବେଳେ, ମାଓବାଦୀଙ୍କ ନାମରେ ପରସ୍ପର ବିରୋଧୀ ବିବୃତ୍ତ ଗଣମାଧ୍ୟମରେ ବାହାରିବାରେ ଲାଗିଥିଲା। ଭୂମିଗତ ମାଓବାଦୀ ସଙ୍ଗଠନ ପି.ଏଲ୍.ଜି.ଏ. ନାମରେ ବଣ୍ଟାଯାଉଥିବା ଏକ ପ୍ରଚାରପତ୍ରରେ ଏହି ସଙ୍ଗଠନ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ମୃତ୍ୟୁଦଣ୍ଡ ଦେଇଛି ବୋଲି କହୁଥିବା ବେଳେ  ଏହି ସଙ୍ଗଠନ ନାଁରେ ବନ୍ଧା ହୋଇଥିବା ବ୍ୟାନରରେ ଲେଖାହୋଇଥିଲା ଯେ ‘ପୂଜନୀୟ ଶ୍ରୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପଛରେ ଆମର ହାତ ନାହିଁ’। ପ୍ରକୃତ ହତ୍ୟାକାରୀ ସନ୍ଧାନ ପାଇବା ଅଧିକରୁ ଅଧିକ ଜଟିଳ ହୋଇପଡ଼ିଥିଲା । 

ଏହା ବି ପଢ଼ନ୍ତୁ:-ବାବା ଭେଙ୍ଗା ଭାରତକୁ ନେଇ କରିଛନ୍ତି ଭୟଙ୍କର ଭବିଷ୍ୟବାଣୀ, ୨୦୨୨ରେ ଆସୁଛି ବଡ଼ ସଙ୍କଟ!

ଏହା ବି ପଢ଼ନ୍ତୁ:-ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର! ଏଥର ମହଙ୍ଗା ଭତ୍ତାରେ ୬ ପ୍ରତିଶତ ହେଲା ବୃଦ୍ଧି, ସରକାର କଲେ ଘୋଷଣା

ଏହା ବି ପଢ଼ନ୍ତୁ:-କେତେଥର ଆଧାର କାର୍ଡରେ ପରିବର୍ତ୍ତନ କରିପାରିବେ ଆପଣଙ୍କର ନାମ, ଠିକଣା ଏବଂ ଜନ୍ମ ତାରିଖ? ଜାଣନ୍ତୁ କ'ଣ ରହିଛି ନିୟମ

ସେପଟେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ କନ୍ଧମାଳ ଏସପିଙ୍କୁ ସରକାର ନିଲମ୍ବନ କରିଥିଲେ। ତୁରନ୍ତ ଜିଲ୍ଲା ଏସ.ପି.ଙ୍କର ନିଲମ୍ବନ ହୋଇଥିଲା । ରାଜ୍ୟ ସରକାର ଉଭୟ ଘଟଣାର ତଦନ୍ତ ପାଇଁ ସେହିବର୍ଷ ସେପ୍ଟେମ୍ବର ୩ ତାରିଖରେ ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ନେଇ ଜଣିକିଆ ତଦନ୍ତ କମିଶନ ଗଠନ କରିଥିଲେ । ଜଷ୍ଟିସ ମହାପାତ୍ର ଅକ୍ଟୋବର ୩୦ରେ ତଦନ୍ତ ଆରମ୍ଭ କରିଥିଲେ । କମିଶନ ୨୧୩ଟି ସିଟିଂ କରିଥିଲେ ଓ ୨୦୦୯ ଜୁନ ୩୦ତାରିଖରେ ସରକାରଙ୍କୁ ତାଙ୍କର ମଧ୍ୟବର୍ତ୍ତି କାଳୀନ ରିପୋର୍ଟ ପ୍ରଦାନ କରିଥିଲେ । ଇତିମଧ୍ୟରେ ଏହି କମିଶନଙ୍କ କାର୍ଯ୍ୟକାଳ ୮ଥର ବୃଦ୍ଧି କରାଯାଇଥିଲା ।ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣା ଓ ଏହା ପରବର୍ତ୍ତୀ ହିଂସା କାଣ୍ଡ ତଦନ୍ତ ପାଇଁ ଜଷ୍ଟିସ ଏ.ଏସ ନାଇଡ଼ୁଙ୍କୁ କମିଶନ ଅଧ୍ୟକ୍ଷ ପରେ ସରକାର ଅବସ୍ଥାପିତ କରିଥିଲେ । ଜଷ୍ଟିସ ମହାପାତ୍ରଙ୍କର ଗତ ୨୦୧୨ ମେ ୧୨ତାରିଖରେ ପରଲୋକ ହୋଇଯିବାରୁ ତଦନ୍ତ ପ୍ରକ୍ରିୟା ମଝିରେ ଅଟକି ରହିଥିଲା । ଜଷ୍ଟିସ ମହାପାତ୍ରଙ୍କର କମିଶନଙ୍କୁ ୫୫୭ଟି ସତ୍ୟପାଠ ମିଳିଥିବାବେଳେ ୬୫ଜଣ ସରକାରୀ ସାକ୍ଷୀଙ୍କ ସହ ୧୪୩ ଜଣ ବେସରକାରୀ ସାକ୍ଷୀ ସେମାନଙ୍କର ସାକ୍ଷ ପ୍ରଦାନ କରିଥିଲେ ।