Koraput News: ମାଟ୍ରିମୋନିରୁ ମିଳିଲା ଧୋକା! ସ୍ବାମୀଙ୍କ ବିରୋଧରେ ଏତଲା ଦେଲେ OAS ଅଧିକାରିଣୀ, ଜାଣନ୍ତୁ କ'ଣ ରହିଛି ପୂରା ମାମଲା?
Advertisement
Article Detail0/zeeodisha/odisha1695741

Koraput News: ମାଟ୍ରିମୋନିରୁ ମିଳିଲା ଧୋକା! ସ୍ବାମୀଙ୍କ ବିରୋଧରେ ଏତଲା ଦେଲେ OAS ଅଧିକାରିଣୀ, ଜାଣନ୍ତୁ କ'ଣ ରହିଛି ପୂରା ମାମଲା?

Koraput News In Odia: ମାଟ୍ରିମୋନିରୁ (Matrimony.com) ଜୀବନ ସାଥୀ ଖୋଜିବା ପଡିଲା ମହଙ୍ଗା । ମାଟ୍ରିମୋନିରୁ ମିଳିଲା ଧୋକା! ସ୍ବାମୀଙ୍କ ବିରୋଧରେ ଏତଲା ଦେଲେ OAS ଅଧିକାରିଣୀ । ଏନେଇ ନିଜ ସ୍ବାମୀ ଓ ଶାଶୁଘର ବିରୋଧରେ ଏତଲା ଦେଇଛନ୍ତି ଓଏଏସ୍ ଅଧିକାରିଣୀ ରିତୁ ସିଂ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟର ଜୟପୁର ସହରରେ। ଚଳିତ ବର୍ଷ ଫେବୃଆରୀରେ ମଧ୍ୟ ଉଭୟଙ୍କ ବାହାଘର ହୋଇଥିଲା । ବିବାହର ୪ ମାସ ନ ପୁରୁଣୁ ମାମଲା ଯାଇ ଥାନାରେ ପହଞ୍ଚିଲାଣୀ । ପଢନ୍ତୁ ପୁରା ରିପୋର୍ଟ..

Koraput News: ମାଟ୍ରିମୋନିରୁ ମିଳିଲା ଧୋକା! ସ୍ବାମୀଙ୍କ ବିରୋଧରେ ଏତଲା ଦେଲେ OAS ଅଧିକାରିଣୀ, ଜାଣନ୍ତୁ କ'ଣ ରହିଛି ପୂରା ମାମଲା?

Koraput News In Odia (କୋରପୁଟ, ନିରୋଜ ଶତପଥି) : ମାଟ୍ରିମୋନିରୁ (Matrimony.com) ଜୀବନ ସାଥୀ ଖୋଜିବା ଆଜିକାଲିର ଏକ ନୂଆ ଟ୍ରେଣ୍ତ  । ଏକାଧିକ ଯୁବକ ଯୁବତୀ ଏହି ସାଇଟରୁ ନିଜ ଜୀବନ ସାଥୀ ଖୋଜୁଛନ୍ତି । ତେବେ, ଏଭଳି ଭାବରେ ଜଣେ ଓଏଏସ୍ ଅଧିକାରିଣୀ  ରିତୁ ସିଂ ମଧ୍ୟ ନିଜ ଜୀବନ ସାଥୀ ଏହି ସାଇଟରୁ ଖୋଜିଥିଲେ। ଏହି ସାଇଟରୁ ଜଣେ ଯୁବକ ହରିହର ସହ ଚିହ୍ନାଜଣା ହେବା ପରେ ବିବାହ ହୋଇଥିଲା। ଆଉ ଏବେ ବିବାହକୁ ନେଇ ଦେଖାଦେଇଛି ବିବାଦ । ନିଜକୁ  ନାଲକୋର ଡେପୁଟି ମ୍ୟାନେଜର କହି ରିତୁଙ୍କୁ ବିବାହ କରିଥିବା ହରିହରଙ୍କ ମିଛ ଧରାପଡି ଯାଇଛି । ଏନେଇ ନିଜ ସ୍ବାମୀ ଓ ଶାଶୁଘର ବିରୋଧରେ ଏତଲା ଦେଇଛନ୍ତି ଓଏଏସ୍ ଅଧିକାରିଣୀ ରିତୁ ସିଂ ।  ଏପରି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟର ଜୟପୁର ସହରରେ। ଚଳିତ ବର୍ଷ ଫେବୃଆରୀରେ ମଧ୍ୟ ଉଭୟଙ୍କ ବାହାଘର ହୋଇଥିଲା । ବିବାହର ୪ ମାସ ନ ପୁରୁଣୁ ମାମଲା ଯାଇ ଥାନାରେ ପହଞ୍ଚିଲାଣୀ । 

ସୂଚନା ଅନୁଯାୟୀ, ପ୍ରଥମେ ମାଟ୍ରିମୋନିରୁ ସୃଷ୍ଟି ହୋଇଥିବା ପରିଚୟ ଉଭୟଙ୍କ ମଧ୍ୟରେ ଆଣିଥିଲା ଘନିଷ୍ଠତା। ପରେ ଉଭୟେ ପରସ୍ପରକୁ ବିବାହ କରିବାକୁ ନିସ୍ପତି ନେଇଥିଲେ। ଚଳିତ ବର୍ଷ ଗତ ଫେବ୍ରୁୟାରୀ ୯ ତାରିଖରେ ଜୟପୁର ରେ ଉଭୟଙ୍କ ବିବାହ ହୋଇଥିଲା ।  ହରିହରଙ୍କ ସହ ବିବାହ ପରେ ଦିଲ୍ଲୀକୁ ବି ଯାଇଥିଲେ ତାଙ୍କ ପତ୍ନୀ ରିତୁ ସିଂ। ସେଠାରେ ପ୍ରାୟ ଏ-କ ମାସ ରହଣୀ ଭିତରେ ସୃଷ୍ଟି ହୋଇଥିଲା ସନ୍ଦେହ । ପରେ ଜୟପୁରକୁ ଫେରିଆସି ସ୍ବାମୀଙ୍କୁ ନେଇ ଆରମ୍ଭ ହୋଇଥିବା ସନ୍ଦେହର ଅନୁସନ୍ଦାନ ଚଳାଇଥିଲେ । ଏପରିକି ସ୍ବାମୀଙ୍କୁ ବି ବାରମ୍ବାର ଚାକିରି ସମ୍ବନ୍ଧରେ ପଚାରିଛନ୍ତି। କିନ୍ତୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ଶାଶୁ ଘରକୁ ଯାଇ ଚାକିରୀ ସମ୍ବନ୍ଧୀୟ କାଗଜପତ୍ର ମାଗିଥିଲେ। ଚାକିରି ସମ୍ବନ୍ଧୀୟ କାଗଜ ପତ୍ର ନ ମିଳିବାରୁ ଶେଷରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ଓଏଏସ୍ ଅଧିକାରୀ ରିତୁ ସିଂ । 

Also Read: Flight Service: କାଲିଠୁ ଆରମ୍ଭ ହେବ ଭୁବନେଶ୍ୱର-ଦୁବାଇ ବିମାନ ସେବା, ଜାଣନ୍ତୁ କେତେ ରହିଛି ଟିକେଟ୍ ଦାମ?

Also Read: Sambalpur Triple Murder Case: କିଏ ସେହି ଯୁବକ? ଯିଏ ଗୋଟିଏ ଘରେ ମାଆ ସହ ଦୁଇ ଛୁଆଙ୍କୁ କରିଛି ହତ୍ୟା

Also Read: Mla Mukesh Pal Wedding: ହାତକୁ ଦି ହାତ ହେଲେ ବିଧାୟକ ମୁକେଶ ପାଲ ,ଆଜି ରିସେପସନ୍ ପାର୍ଟି, ଜାଣନ୍ତୁ କିଏ ଅଛନ୍ତି ସ୍ପେଶାଲ୍ ଗେଷ୍ଟ?

କେବଳ ଯେ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି ତା ନୁହେଁ, ବରଂ ପରିବାରର ଅନ୍ୟ ୩ ଜଣଙ୍କ ନାଁରେ ମଧ୍ୟ ଅଭିଯୋଗ କରିଛନ୍ତି। ସେମାନେ ମିଳିତ ଭାବେ ଶାରୀରିକ, ମାନସିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ କରିଛନ୍ତି। ଏପରିକି ବାରମ୍ବାର ଅର୍ଥ ଦାବି କରୁଥିବା ନେଇ ମଧ୍ୟ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଜୟପୁର ପୋଲିସ ଏନେଇ ଏକ ମାମଲା ରୁଜୁ କରି ହରିହରଙ୍କ ବାପା, ମା''ଙ୍କୁ ଟାଉନଥାନାକୁ ଡାକି ପଚରାଉଚରା କରିଛି। ଓଏଏସ୍ ଅଫିସର ରିତୁ ସିଂ(OAS Officer Ritu Singh) ଜୟପୁର ବ୍ଲକରେ ପ୍ରୋବେସନରେ ସେ ଏବେ କାର୍ଯ୍ୟରତ। ରିତୁ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ଜୟପୁର ଲିଙ୍ଗରାଜ ନଗରରେ ରହୁଥିବା ହରିହର ରଥ ନିଜକୁ ଦିଲ୍ଲୀରେ ନାଲକୋର ଡେପୁଟି ମ୍ୟାନେଜର (ଫାଇନାନ୍ସ) ଭାବେ କାର୍ଯ୍ୟ କରୁଥିବା କହି ତାଙ୍କୁ ବିବାହ କରିଥିଲେ । କିନ୍ତୁ ସେ ସେମିତି କୌଣସି ପଦବୀରେ ଥିଲା ଭଳି ଲାଗୁନାହିଁ।  ମିଛ କହି ସେ ତାଙ୍କୁ ବିବାହ କରିଛନ୍ତି ବୋଲି ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।

ଜୟପୁର ସହରର ପାରାବେଡ଼ାରେ ରହୁଥିବା ମହିଳା ଜଣକ କେବଳ ଜଣେ OAS ଅଫିସର ନୁହଁନ୍ତି, ସେ ଜଣେ ପ୍ରତିଷ୍ଠିତ କ୍ରିକେଟ ଖେଳାଳୀ ମଧ୍ୟ। ଗୋଟିଏ ସହରରେ ରହୁଥିବା ହରିହରଙ୍କ ସଂପର୍କରେ ଆସିବା ପରେ କିପରି ସେ ହରିହରଙ୍କ ବିଷୟରେ ଜାଣି ପାରିଲେ ନାହିଁ? ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଓଏଏସ ଅଧିକାରୀଙ୍କ ସ୍ଵାମୀ ହରିହର ଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିପାରି ନାହିଁ।