ଖୋର୍ଦ୍ଧାରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ; ୨ ଅଭିଯୁକ୍ତ ଗିରଫ
Advertisement

ଖୋର୍ଦ୍ଧାରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ; ୨ ଅଭିଯୁକ୍ତ ଗିରଫ

ଜିଲ୍ଲାରେ ପ୍ରତି ୨-୩ ଦିନରେ ବ୍ରାଉନ ସୁଗାର ବେପାରୀ ଧରାପଡୁଥିଲେ ମଧ୍ୟ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଖୁଲମଖୁଲା ଜାରି ରହିଛି ବ୍ରାଉନ ସୁଗାର ବେପାର। 

ଖୋର୍ଦ୍ଧାରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ; ୨ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଜିଲ୍ଲାରେ ବ୍ରାଉନ ସୁଗାର କାରବାର ଥମିବାର ନାଁ ଧରୁନି। ପ୍ରତି ୨-୩ ଦିନରେ ବ୍ରାଉନ ସୁଗାର ବେପାରୀ ଧରାପଡୁଥିଲେ ମଧ୍ୟ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଖୁଲମଖୁଲା ଜାରି ରହିଛି ବ୍ରାଉନ ସୁଗାର ବେପାର। ସଦ୍ୟ ଖୋର୍ଦ୍ଧା ଟାଉନ ଥାନା ପୋଲିସ ପୁଣି ବ୍ରାଉନ ସୁଗାର ଜବତ କରିବା ସହ ଜଣେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଖୋର୍ଦ୍ଧା ଫରେଷ୍ଟ କଲୋନୀ ଛକ ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବା ନେଇ ଏସପି ସିଦ୍ଧାର୍ଥ କଟାରିଆ କୌଣସି ସୂତ୍ରରୁ ଖବର ପାଇଥିଲେ। 

ଏହା ପରେ ଟାଉନ ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥଲା। ଚଢ଼ାଉ ସମୟରେ ପୋଲିସ ଘଟଣାସ୍ଥଳରେ ୧୦୦ ଗ୍ରାମ ବ୍ରାଉନ ସୁଗାର ସହ ନଗଦ ୧ ଲକ୍ଷ ୬ ହଜାର ୨ ଶହ ଟଙ୍କା ଜବତ କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ଦ୍ବୟ ହେଲେ ଖୋର୍ଦ୍ଧା ଫରେଷ୍ଟ କଲୋନୀ ଅଞ୍ଚଳର ଦେବବ୍ରତ ମିଶ୍ର ଏବଂ ଗୁରୁଜଙ୍ଗ ଦେୱାନ ସାହିର ଅମରେଶ ବେହେରା। ଜବତ ବ୍ରାଉନ ସୁଗାରର ଆନୁମାନିକ ୧୦ ଲକ୍ଷ ଟଙ୍କା ହେବ। ଗିରଫ ଅଭିଯୁକ୍ତ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଖୋର୍ଦ୍ଧା ଟାଉନ ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକ କହିଛନ୍ତି।