Khorda News : ଚିନାବାଦାମ ଚାଷୀଙ୍କ ମୁଣ୍ଡ ଉପରେ ଚଡ଼କ, ଦାଦନ ଖଟିବାକୁ ବାହାରିଲେଣି ଚାଷୀ
Advertisement

Khorda News : ଚିନାବାଦାମ ଚାଷୀଙ୍କ ମୁଣ୍ଡ ଉପରେ ଚଡ଼କ, ଦାଦନ ଖଟିବାକୁ ବାହାରିଲେଣି ଚାଷୀ

ଜିଳ୍ଲାରେ (Khorda District) ଏବେ ଚିନାବାଦାମ (Cinnamon) ଚାଷୀଙ୍କ ମୁଣ୍ଡ ଉପରେ ଚଡ଼କ। ଗତ ଧାନ ଫସଲରେ (Paddy Farming) ଚାଷୀ ବ୍ୟପାକ କ୍ଷତି ସହିଥିବା ଏବେ ବାଦାମ ଫସଲରେ ଦେଖାଦେଇଛି ଜଉପୋକ, ନେଳିପୋକ ଓ ପତ୍ରଷଢା ରୋଗ। ଏହା ସାଂଗକୁ ନିମ୍ନମାନର ସରକାରୀ ବିହନ ଯୋଗୁ ହତାସ ବାଦାମଚାଷୀ। ଫଳରେ ଜଟଣୀ ବ୍ଲକର ପାଣ୍ଡିଆବିଲି (Pandiabi

Khorda News : ଚିନାବାଦାମ ଚାଷୀଙ୍କ ମୁଣ୍ଡ ଉପରେ ଚଡ଼କ, ଦାଦନ ଖଟିବାକୁ ବାହାରିଲେଣି ଚାଷୀ

Khorda News ଖୋର୍ଦ୍ଧା: ଜିଳ୍ଲାରେ (Khorda District) ଏବେ ଚିନାବାଦାମ (Cinnamon) ଚାଷୀଙ୍କ ମୁଣ୍ଡ ଉପରେ ଚଡ଼କ। ଗତ ଧାନ ଫସଲରେ (Paddy Farming) ଚାଷୀ ବ୍ୟପାକ କ୍ଷତି ସହିଥିବା ଏବେ ବାଦାମ ଫସଲରେ ଦେଖାଦେଇଛି ଜଉପୋକ, ନେଳିପୋକ ଓ ପତ୍ରଷଢା ରୋଗ। ଏହା ସାଂଗକୁ ନିମ୍ନମାନର ସରକାରୀ ବିହନ ଯୋଗୁ ହତାସ ବାଦାମଚାଷୀ। ଫଳରେ ଜଟଣୀ ବ୍ଲକର ପାଣ୍ଡିଆବିଲି (Pandiabili), ତିରିମଲ (Tirimal) ଆଦି ଅଚଂଳରେ ଶହଶହ ଏକର ଚିନାବାଦାମ (Cinnamon Farming) ଚାଷ କରିଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଚାଷ ହୋଇଛି ଶହଶହ ଏକର ଚିନାବାଦାମ । କିନ୍ତୁ ଚଳିତବର୍ଷ ନିମ୍ନମାନର ସରକାରୀ ବିହନ ଯୋଗୁ ଚାଷୀ ଏବେ ଚିନ୍ତାରେ । ସେଥିପାଇଁ ଅନେକ ଚାଷୀ ବାଧ୍ୟହୋଇ ବାହାର ବେପାରୀଙ୍କ ଠାରୁ ବିହନ କିଣି ଚାଷ କରିଛନ୍ତି । ସେପଟେ ଚିନାବାଦମ ଗଛରେ ଦେଖାଦେଲାଣି ବିଭିନ୍ନ ପ୍ରକାରର ରୋଗ । ଫଳରେ ଛନଛନ ହୋଇ ବଢିଥିବା ଗଛଗୁଡ଼ିକ ମରିଯାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଆଶା ଆଶଙ୍କାରେ ରହିଛନ୍ତି ଚାଷୀମାନେ । ଜଳସେଚନର ସୁବିଧା ନଥିବା ଓ କୃଷି ବିଭାଗର ଅବହେଳା ଯୋଗୁ ପ୍ରତିବର୍ଷ ଏଭଳି ସମସ୍ୟା ଭୋଗିବାକୁ ପଡ଼ୁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଏଥିସହ ବାଦାମ ଚାଷ ଛାଡ଼ିଦେବା ପାଇଁ ଅନେକ ଚାଷୀ କହିଛନ୍ତି ।  

ଗୋଟିଏ ପଟେ ଜଳ ସଂକଟ, ଅନପଟେ କୃଷି ବିଭାଗର ଦାୟିତ୍ୱହିନାତା ଯୋଗୁ ଶହଶହ ଏକର ଚିନାବାଦାମ ଚାଷ ଏବେ ଉଜୁଡ଼ିବାକୁ ବସିଲାଣି । କୃଷି ବିଭାଗ ପକ୍ଷରୁ ଚିନାବାଦାମ ଚାଷ ଓ ତାର ସୁରକ୍ଷା ଦିଗରେ ପରାମର୍ଶ କିମ୍ବା ସହେଯୋଗ ମିଳୁନଥିବା ଅଭିଯୋଗ କରିଛନ୍ତି ଚାଷୀମାନେ । ସେପଟେ ଧାରକରଜ ଓ ସୋସାଇଟ୍‌ରୁ ଋଣ କରି ଚାଷ କରିଥିବା ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇବସିଛନ୍ତି । ଆଗକୁ ବାଧ୍ୟ ହୋଇ ଚାଷ ଛାଡ଼ି ଦାଦନ ଖଟିବାକୁ ଯିବେ ବୋଲି ଅନେକ ନିଷ୍ପତି ନେଲେଣି । ଅନ୍ୟପଟେ କୃଷି ବିଭାଗ କହୁଛି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ସହ ନିମ୍ନମାନର ବିହନ ଯୋଗାଣ ହୋଇଥିଲେ ତଦନ୍ତ କରାଯିବ। କୃଷି କୃଷକର ଉନ୍ନତୀ ପାଇଁ ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା । ହେଲେ କୃଷି ବିଭାଗର ଅବହେଳା ଯୋଗୁ ଖୋର୍ଦ୍ଧା ଜିଲ୍ଲାରେ ଏବେ ଉଜୁଡ଼ିବାକୁ ବସିଲାଣି ଚିନାବାଦାମ ଚାଷ । ଯାହାକୁ ନେଇ ଚାଷୀମାନେ ଆତ୍ମହତ୍ୟା ରାସ୍ତାକୁ ଆପଣେଇବେ ଧମକ୍ ଦେଇଛନ୍ତି ।

Also Read: Grah Gochar 2023: ୨୦ ବର୍ଷ ପରେ ସୃଷ୍ଟି ହୋଇଛି ଶୁଭ ରାଜ ଯୋଗ, ଏସବୁ ରାଶି ଉପରେ ସୂର୍ଯ୍ୟ-ଗୁରୁ ମିଶି କରିବେ ଟଙ୍କା ବର୍ଷା!

Also Read: BCCI Annual Contract: ଟିମ୍ ଇଣ୍ଡିଆର କେଉଁ ଖେଳାଳିଙ୍କୁ ମିଳିବ କେତେ ଟଙ୍କା? BCCI କହିଲା

Also Read: BCCI Annual Contract: ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କୁ BCCI ଦେଲା ସବୁଠାରୁ ବଡ଼ ପ୍ରମୋସନ୍, ମିଳିବ କୋଟି କୋଟି ଟଙ୍କାର ଲାଭ!