ରଜରେ ନିଆରା ଦୋଳି ଉଦ୍ଭାବନ କରି ଚର୍ଚ୍ଚାରେ ଆଦିବାସୀ ଯୁବକ ବଶିଷ୍ଠ ମାଝୀ
Advertisement
Article Detail0/zeeodisha/odisha1221215

ରଜରେ ନିଆରା ଦୋଳି ଉଦ୍ଭାବନ କରି ଚର୍ଚ୍ଚାରେ ଆଦିବାସୀ ଯୁବକ ବଶିଷ୍ଠ ମାଝୀ

ରଜ ପର୍ବ ଉପଲକ୍ଷେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଟିଟ୍ରାପଙ୍ଗା ପଞ୍ଚାୟତର ଧରଣୀପଖାଳ ଗ୍ରାମର ଆଦିବାସୀ ଯୁବକ ଅଭିନବ ଉପାୟରେ କାଠକୁ ବ୍ୟବହାର କରି ଏକ ସ୍ୱତନ୍ତ୍ର ଦୋଳି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି।

ରଜରେ ନିଆରା ଦୋଳି ଉଦ୍ଭାବନ କରି  ଚର୍ଚ୍ଚାରେ ଆଦିବାସୀ ଯୁବକ ବଶିଷ୍ଠ ମାଝୀ

ଫୁଲବାଣୀ: ରଜରେ ଦୋଳି ଖେଳିବାର ମଜା ବେଶ ନିଆରା। ଦଉଡି ଦୋଳି, ପଟା ଦୋଳି, ରାମ ଦୋଳି ଭଳି ବହୁ ଦୋଳି ଆପଣ ରଜ ବେଳେ ଦେଖିଥିବେ। ହେଲେ କାଠରେ ତିଆରି ରାମ ଦୋଳି ଆପଣ କେବେ ଦେଖିନଥିବେ। ରଜ ଅବସରରେ ଏପରି ଏକ ଦୋଳି ତିଆରି ହୋଇଛି ଯାହାକୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। କିଛି କାଠ ଖଣ୍ଡକୁ ନେଇ ତିଆରି ହୋଇଛି ରାମ ଦୋଳି। ରଜ ପର୍ବ ଉପଲକ୍ଷେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଟିଟ୍ରାପଙ୍ଗା ପଞ୍ଚାୟତର ଧରଣୀପଖାଳ ଗ୍ରାମର ଆଦିବାସୀ ଯୁବକ ବଶିଷ୍ଠ ମାଝୀ ନିଜର ଅଭିନବ ଉପାୟରେ କାଠକୁ ବ୍ୟବହାର କରି ରାମ ଦୋଳି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି।

ଏହି ରାମ ଦୋଳିକୁ ଉଦଘାଟନ କରିବା ପାଇଁ ମୁଖ୍ୟ ଅତିଥି ଭାବରେ ଟିଟ୍ରାପଙ୍ଗା ପଞ୍ଚାୟତର ଯୁବ ସରପଞ୍ଚ ଶ୍ରୀ ସଞ୍ଜୀବ ଲୋଚନ ପ୍ରଧାନଙ୍କୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ରକ୍ଷା କରି ଯୁବ ସରପଞ୍ଚ ଧରଣୀପଖାଳ ଗ୍ରାମରେ ପହଁଞ୍ଚି କାଠରେ ତିଆରି ରାମ ଦୋଳିକୁ ରିବନ କାଟି ଉଦଘାଟନ କରିଥିଲେ। ଏଭଳି ଢଙ୍ଗରେ ରଜପର୍ବ ମଉଜରେ ସମସ୍ତଙ୍କୁ ଏହି କାଠ ଦୋଳି ମାଧ୍ୟମରେ ଆକର୍ଷିତ କରିଥିଲେ ବଶିଷ୍ଠ ମାଝୀ। ଏହି ଖବର ପାଇ କୁଇ ସମାଜ ଯୁବ ପରିଷଦ କନ୍ଧମାଳ ପକ୍ଷରୁ ଅଚ୍ୟୁତ ଯାନୀ, ଭାବିନ୍ଦ୍ର କହଁର, ଅଗସ୍ତି ମଲିକ, ଧରଣୀ ପଖାଳ ଗ୍ରାମରେ ପହଞ୍ଚି ବଶିଷ୍ଠଙ୍କୁ କିଛି ଅର୍ଥ ସହିତ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ଗୋକୁଳ ମାଝୀ, ଦୁର୍ଯ୍ୟୋଧନ ମାଝୀ, ଭୀମସେନ ମାଝୀ, ହାରାନନ୍ଦ ମାଝୀ, ବିଦୂଙ୍ଗି ମାଝୀ, ଗୋପାଳ ମାଝୀ, କସ୍ତୁରୀ ମାଝୀ, ବବିତା ମାଝୀ, ଝିଲ୍ଲୀ ମାଝୀ, ସହଦେବ ମାଝୀ, ଶୁଶୀଳ ମାଝୀ, ସରୋଜ ମଲିକଙ୍କ ସମେତ ଧରଣୀ ପଖାଳ ଗ୍ରାମର ଏବଂ ଦୋଳି ଖେଳିବା ପାଇଁ ବିଭିନ୍ନ ଗ୍ରାମରୁ ଭାଇ ଭଉଣୀ ଅଂଶ ଗ୍ରହଣ କରିଥିଲେ।