Jharsuguda Bypoll : ରାତି ପାହିଲେ ଭୋଟ, ଅନ୍ଧାରୀ ବିଜେକୁ ନେଇ ସବୁ ଛାନିଆ
Advertisement

Jharsuguda Bypoll : ରାତି ପାହିଲେ ଭୋଟ, ଅନ୍ଧାରୀ ବିଜେକୁ ନେଇ ସବୁ ଛାନିଆ

ଭୁବନେଶ୍ୱର: ରାତି ପାହିଲେ ଝାରସୁଗୁଡ଼ା ଉପନିର୍ବାଚନ। ମତଦାନର ୪୮ ଘଣ୍ଟା ପୂର୍ବରୁ ସୋମବାର ନିର୍ବାଚନ ପ୍ରଚାର ଶେଷ ହୋଇଛି। ସେପଟେ ପ୍ରଚାରର ଶେଷ ଦିନରେ ତିନି ଦଳର ହେବିଓ୍ୱେଟ ପ୍ରଚାର କରିଛନ୍ତି। ଏପରିକି ମତଦାନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସବିଶେଷ ସୂଚନା ମଧ୍ୟ ପ୍ରଦାନ କରିଛନ୍

Jharsuguda Bypoll : ରାତି ପାହିଲେ ଭୋଟ, ଅନ୍ଧାରୀ ବିଜେକୁ ନେଇ ସବୁ ଛାନିଆ

Jharsuguda bypoll : ଭୁବନେଶ୍ୱର: ରାତି ପାହିଲେ ଝାରସୁଗୁଡ଼ା ଉପନିର୍ବାଚନ। ମତଦାନର ୪୮ ଘଣ୍ଟା ପୂର୍ବରୁ ସୋମବାର ନିର୍ବାଚନ ପ୍ରଚାର ଶେଷ ହୋଇଛି। ସେପଟେ ପ୍ରଚାରର ଶେଷ ଦିନରେ ତିନି ଦଳର ହେବିଓ୍ୱେଟ ପ୍ରଚାର କରିଛନ୍ତି। ଏପରିକି ମତଦାନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସବିଶେଷ ସୂଚନା ମଧ୍ୟ ପ୍ରଦାନ କରିଛନ୍ତି। ବୁଥ୍ ମୁହାଁ ପୋଲିଂ ପାର୍ଟି। ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିଂ ପାର୍ଟିକୁ ବୁଥକୁ ଛଡାଯାଉଛି। ଆଜି ପିଙ୍କ ବୁଥକୁ ଯିବେ ପୋଲିଂ ପାର୍ଟି। କଡ଼ା ସୁରକ୍ଷା ବଳୟରେ ମତଦାନ ହେବ। ସବୁ ବୁଥରେ ହେବ ଓ୍ବେବ କାଷ୍ଟିଂ।

ସେପଟେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି। ଓଡ଼ିଶା ପାଲିସ ସମେତ ପାରା ମିଲିଟାରି ଫୋଷ୍ଟ ନିୟୋଜିତ ହୋଇଛନ୍ତି । ଏଥିସହ ଅବଜରଭର ଓ ମାଇକ୍ରୋ ଅବଜରଭରଙ୍କୁ ଦାୟିତ୍ବ ଦିଆଯାଇଛି । ଉପନିର୍ବାଚନ ନେଇ ଝାରସୁଗୁଡ଼ାରେ ଜାରି ରହିଛି ପ୍ରସ୍ତୁତି ।ପ୍ରଚାରର ଶେଷ ଦିନରେ ସବୁ ରାଜନୈତିକ ଦଳ ପକ୍ଷରୁ ଜନସମର୍ଥନ ହାତେଇବା ପାଇଁ ଜୋରଦାର କସରତ କରାଯାଉଛି। ସେହିପରି ପ୍ରଶାସନ ପକ୍ଷରୁ ମତଦାନ ପାଇଁ ମୋଟ ୨୫୩ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଠଛି। ସେଥିରୁ ନିର୍ବାଚନମଣ୍ଡଳୀର ସହରାଞ୍ଚଳରେ ୭୨ଟି ମତଦାନ କେନ୍ଦ୍ର ଥିବା ବେଳେ ଗ୍ରାମାଞ୍ଚଳରେ ୧୮୧ଟି ରହିଛି। ମୋଟ ବୁଥ ମଧ୍ୟରୁ ସାଧାରଣ ବୁଥ ଭାବେ ୧୪୭ଟି ରହିଛି। ସେହିପରି ୧୧୬ଟି ବୁଥକୁ ସମ୍ବେଦନଶୀଳବୁଥ ଭାବେ ଚିହ୍ନଟ କରାଯାଇଛି। 

ସେପଟେ ଏହି ନିର୍ବାଚନର ଫଳାଫଳକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି ଫଳାଫଳକୁ ନେଇ ଆଦିବାସୀଙ୍କ ଭୋଟ ଏକ ପ୍ରମୁଖ ଭୂମିକା ତୁଲାଇବ। ଆଦିବାସୀଙ୍କ ସଂଖ୍ୟାକୁ ଯଦି ଦେଖାଯାଏ ତେବେ ଝାରସୁଗୁଡ଼ାରେ ଭୋଟରଙ୍କ ସିଂହଭାଗ ହେଉଛନ୍ତି ଆଦିବାସୀ ଓ ଅଘରିଆ ସମାଜ । ତେଣୁ ଏହି ଭୋଟ ଉପରେ ଏବେ ସବୁ ଦଳର ନଜର । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଥିବା ଆଦିବାସୀ ମତଦାତାଙ୍କ ସଂଖ୍ୟା ୪୮ ପ୍ରତିଶତ ଥିବାବେଳେ ଅଘରିଆ ଜାତିର ମତଦାତାଙ୍କ ସଂଖ୍ୟା ୨୩ ପ୍ରତିଶତ ରହିଛି । ଏହି ଦୁଇଟି ଜାତିର ୭୧ ପ୍ରତିଶତ ଭୋଟରୁ ଯେଉଁ ଦଳକୁ ଅଧିକ ସମର୍ଥନ ମିଳିବ ସେହି ଦଳ ନିର୍ବାଚନରେ ବିଜୟ ଟିକା ପିନ୍ଧିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ରଖିଛନ୍ତି । ଯଦିଓ ବିଗତ ଦିନରେ ଝାରସୁଗୁଡ଼ା ରାଜନୀତିରେ ଜାତିଗତ ସମୀକରଣକୁ ଏତେଟା ସଫଳତା ମିଳିନି, ତଥାପି ଉପନିର୍ବାଚନ ପରିପ୍ରେକ୍ଷୀରେ ୩ ପ୍ରମୁଖ ରାଜନୈତିକ ଦଳ ଏହା ଉପରେ ବିଶେଷ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଛି । 

ଝାରସୁଗୁଡ଼ା ମ୍ୟୁନିସିପାଲିଟିରେ ୭୧,୧୧୩ ଭୋଟର ଥିବା ବେଳେ ଝାରସୁଗୁଡ଼ା ସଦର ବ୍ଳକରେ ୩୮, ୫୪୬, କିର୍ମିରା ବ୍ଲକରେ ୩୩, ୯୦୧, କୋଲାବିରା ବ୍ଳକରେ ୩୭, ୮୧୦ ଓ ଲଇକେରା ବ୍ଲକରେ ୩୯,୭୦୯ ଭୋଟର ରହିଛନ୍ତି । ଆଦିବାସୀ ଭୋଟରଙ୍କ ସଂଖ୍ୟା ମୋଟ ଭୋଟରଙ୍କ ପ୍ରାୟ ୪୮ ପ୍ରତିଶତ । ବିଶେଷକରି ଲଇକେରା, କିରମିରା ଓ କୋଲାବିରା ବ୍ଲକରେ ଏହି ହାର ଯଥେଷ୍ଟ ଅଧିକ । ଝାରସୁଗୁଡ଼ା ସଦର ବ୍ଲକ ଓ ମ୍ୟୁନିସିପାଲିଟି ଅଞ୍ଚଳରେ ୨୮ ପ୍ରତିଶତ ଆଦିବାସୀ ଭୋଟର ଅଛନ୍ତି । ସେହିପରି ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ସର୍ବାଧିକ ଭୋଟର ହେଉଛନ୍ତି ଅଘରିଆ ସମାଜର । କୋଲାବିରା ଓ କିରମିରା ବ୍ଲକରେ ଏହି ଭୋଟରଙ୍କ ସଂଖ୍ୟା ସହର ତୁଳନାରେ ଅଧିକ ରହିଛି । ଯଦି ଉଭୟ ଆଦିବାସୀ ଓ ଅଘରିଆ ସମାଜ ଭୋଟରଙ୍କୁ ହିସାବକୁ ନିଆଯାଏ, ତେବେ ଏହା ମୋଟ ଭୋଟରଙ୍କ ୭୧ ପ୍ରତିଶତ । ଅର୍ଥାତ କୌଣସି ଦଳ ଯଦି ଉଭୟ ସମାଜର ଭୋଟ ହାତେଇବାରେ ସଫଳ ହୁଏ, ତେବେ ତାର ଏକତରଫା ବିଜୟ ସୁନିଶ୍ଚିତ।

Also Read: Cyclone Mocha Update: ସଂନ୍ଧ୍ୟା ସୁଦ୍ଧା ଘନିଭୂତ, କାଲି ବାତ୍ୟାର ରୂପ ନେବ, ଜାଣନ୍ତୁ ଓଡି଼ଶା ଉପରେ କିଭଳି ରହିବ ଏହାର ପ୍ରଭାବ?

Also Read: Road Accident: ଟାଟା ମେଜିକ୍ ଉପରେ ଚଢିଗଲା ଟ୍ରକ୍ ,୧୦ ମୃତ ଏକାଧିକ ଗୁରୁତର