Ganjam Development Work: ଗଂଜାମର ବିଭିନ୍ନ ସ୍ଥାନରେ ଅଧପନ୍ତରିଆ ବ୍ରିଜ କାମ, ବଢୁଛି ଅସନ୍ତୋଷ
Advertisement
Article Detail0/zeeodisha/odisha1348640

Ganjam Development Work: ଗଂଜାମର ବିଭିନ୍ନ ସ୍ଥାନରେ ଅଧପନ୍ତରିଆ ବ୍ରିଜ କାମ, ବଢୁଛି ଅସନ୍ତୋଷ

ଅଞ୍ଚଳବାସୀଙ୍କ ସୁବିଧା ପାଇ ଓ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ଗଞ୍ଜାମର ଅନେକ ସ୍ଥାନରେ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ସେହି ସବୁ ସେତୁ ଏବେ ଅଧପନ୍ଥରିଆ ଭାବେ ପଡି ରହିଛି।

ପ୍ରତିକାତ୍ମକ ଫଟୋ

ଗଞ୍ଜାମ (ମନୋଜ ଗୌଡ଼): ନାଲି ଫିତା ତଳେ ବ୍ରିଜ କାମ। ମନ୍ଥର ଗତିରେ ସେତୁ ନିର୍ମାଣ। ଅବଧି ପରେ ବି ସରୁନି କାମ। ସରକାର ଓ ଠିକା ସଂସ୍ଥାର ମନମାନୀ ଅଭିଯୋଗ। ଧାର୍ଯ୍ୟ ସମୟ ସାରିଲାଣି। ତଥାପି ଶେଷ ହେଉନାହିଁ ସେତୁ ନିର୍ମାଣ। ଗମନାଗମନରେ ବାଧକ। ବର୍ଷ ପରେ ବର୍ଷ ବିତି ଚାଲିଛି ହେଲେ ବ୍ରିଜ କାମ ଆଗକୁ ଯାଉନି। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। 

ଅଞ୍ଚଳବାସୀଙ୍କ ସୁବିଧା ପାଇ ଓ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ଗଞ୍ଜାମର ଅନେକ ସ୍ଥାନରେ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ସେହି ସବୁ ସେତୁ ଏବେ ଅଧପନ୍ଥରିଆ ଭାବେ ପଡି ରହିଛି। କେଉଁଠି ସେତୁ ନିର୍ମାଣ ର ଧାଯ୍ୟ ସମୟ ଠାରୁ ୩ ବର୍ଷ ବିତିଲାଣିର ପୁଣି କେଉଁଠି ୨ ବର୍ଷ ତଥାପି ଶେଷ ହୋଇ ପାରୁନି ନିର୍ମାଣ କାଯ୍ୟ। ଯାହାକୁ ନେଇ ଏବେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସେତୁ ନିର୍ମାଣ କୁ ନେଇ ଉଠାଇଛନ୍ତି ପ୍ରଶ୍ନ।

ସୋରଡା ବ୍ଳକ ସୁରମଣିଠାରେ ବିଜୁସେତୁ ଯୋଜନା ରେ ୨୦୧୮-୧୯ରୁ ସେତୁ ନିର୍ମାଣ କାଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏଯାବତ ସେତୁଟିର ୫୦ ପ୍ରତିଶତ ମଧ୍ୟ ନିର୍ମାଣ ହୋଇ ନଥିବା ବେଳେ ନିର୍ମାଣ କାମ ବନ୍ଦ ଅଛି। ଫଳରେ ଏବେ ବର୍ଷା ଦିନରେ କେଶରା ସମେତ ପାଖାପାଖି ୭ଟି ଗାଁର ଲୋକେ ଓ ସ୍କୁଲ ପଢ଼ୁଥିବା ଛାତ୍ରଛାତ୍ରୀମାନେ ବିପଦସଂକୁଳ ଅବସ୍ଥାରେ ଋଷିକୂଲ୍ୟା ନଦୀର ଭରା ଜଳରେ ନିଜ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି।

ସେହିପରି ଆସିକା ବ୍ଳକର ଚେରମାରିଆ ଓ ମହାରାଜପୁର ଠାରେ ବଡ଼ ନଦୀ ଉପରେ ନିର୍ମାଣ ହେଉଥିବା ଦୁଇଟି ସେତୁ ମଧ୍ୟ ଅଧ ନିର୍ମିତ ଅବସ୍ଥାରେ ପଡି ରହିଛି। ଚେରମାରିଆ ଓ କେନ୍ଦୁପଦରକୁ ଯୋଗ କରୁଥିବା ସେତୁଟିର ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହୋଇ ଯାଇଥିଲେ ବି ଶେଷ ହୋଇ ପାରିନାହିଁ। ଫଳରେ ଅଞ୍ଚଳବାସୀ ବହୁ ଅସୁବିଧା ଭୋଗ କରୁଛନ୍ତି। ସେତୁତିର ୯୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଉ ୧୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇ ପାରୁନାହିଁ। ଆଉ ଏହି ସମସ୍ୟା ବିଷୟରେ ଲୋକେ ବାରମ୍ବାର ଅଭିଯୋଗ ପରେ ବି ପୂର୍ତ୍ତ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପାଖରେ କୌଣସି ଉତ୍ତର ନାହିଁ। କେବଳ ସମୟ ପରେ ସମୟ ବିତି ଚାଲିଛି।

ବେଲଗୁଣ୍ଠା ବ୍ଳକର ବେଲଗୁଣ୍ଠାଠାରେ ନିର୍ମାଣ ହେଉଥିବା ସେତୁଟି ମଧ୍ୟ ଅଧ ପନ୍ତରିଆ ହୋଇଥିବା ବେଳେ ସେରଗଡ଼ ବ୍ଳକର କ୍ରିତିପୁରଠାରେ ନନ୍ଦିନୀ ନଦୀ ଉପରେ ନିର୍ମାଣ ହେଉଥିବା ସେତୁଟି ଆଜକୁ ୫ ବର୍ଷ ବିତି ଯାଇଥିଲେ ବି ନିର୍ମାଣ କାଯ୍ୟ ଶେଷ ହୋଇନି। ଜମି ଅଧିଗ୍ରହଣରେ ସମସ୍ୟା ଦର୍ଶାଇ ଏବେ ସେଠାରେ କାମ ବନ୍ଦ ଥିବା ବେଳେ କିର୍ତ୍ତିପୁରକୁ ଯିବା ଆସିବାରେ ସମସ୍ୟା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଏବେ ଗଂଜାମର ବିଭିନ୍ନ ବ୍ଳକର ୫ଟି ସ୍ଥାନରେ ଏହି ପରି ସେତୁ ନିର୍ମାଣ ଅଧପନ୍ତରିଆ ଭାବେ ଥିବା ବେଳେ ସମସ୍ୟା କଣ ରହିଛି ତାହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଧରିଛି।