Panchuk Brata: ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଳି, ଫାଟି ପଡ଼ୁଛି ବଡ଼ଦାଣ୍ଡ
Advertisement
Article Detail0/zeeodisha/odisha1426765

Panchuk Brata: ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଳି, ଫାଟି ପଡ଼ୁଛି ବଡ଼ଦାଣ୍ଡ

ପଞ୍ଚୁକର ଦ୍ୱାଦଶୀ ତିଥିରେ ମଧ୍ୟ ଶ୍ରୀକ୍ଷେତ୍ରରେ ଲାଗିଛି ଗହଳିଚହଳି। ହଜାର ହଜାର ଭକ୍ତ ରତ୍ନବେଦୀରେ ଶ୍ରୀଜୀଉଙ୍କ ଚିତ୍ତାକର୍ଷକ ବେଶ ଦର୍ଶନ କରି କୃପାଲାଭ କରିଛନ୍ତି। ସେପଟେ ପଞ୍ଚୁକ ଆରମ୍ଭରୁ ଭକ୍ତଙ୍କ ଗହଳି ଯୋଗୁଁ ଅଣାୟତ ହୋଇପଡିଛି ପୁରୀ ସହର। 

Panchuk Brata: ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଳି, ଫାଟି ପଡ଼ୁଛି ବଡ଼ଦାଣ୍ଡ

Panchuk Brat: ପୁରୀ: ପଞ୍ଚୁକରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଅହେତୁକ ଭିଡ। ଗତକାଲି ଏକାଦଶୀରେ ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ ରାତି ତମାମ ହୋଇଥିବା ବେଳେ ନୀତି ବିଳମ୍ବ ଯୋଗୁଁ ହୋଇ ପାରିନଥିଲା ପହୁଡ ନୀତି। ଆଉ ଆଜି ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ତିଥିରେ ଭକ୍ତମାନେ ମହାପ୍ରଭୁଙ୍କ ବାଙ୍କଚୁଡା ବେଶ ଦର୍ଶନ କରୁଛନ୍ତି। ଆଉ ଗତକାଲି ଭଳି ମଧ୍ୟ ଆଜି ବି ଭକ୍ତଙ୍କ ଭିଡ ରହିଥିବାରୁ ପ୍ରଶାସନ ପକ୍ଷରୁ ଗହଳି ନିୟନ୍ତ୍ରଣ ପାଇଁ ଲଗାଯାଇଛି ଧଡା। 

ଦର୍ଶନ ସମୟରେ ଧଡା ପକାଯାଇ ଦଫାଦଫା କରି ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ। ସେପଟେ ଦର୍ଶନ ବ୍ଯବସ୍ଥା ଶୃଙ୍ଖଳିତ କରିବା ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଏସପି। ସେପଟେ ଭିଡ ଭିତରେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନର ସାନିଧ୍ୟ ଲାଭ କରି ଖୁସିବ୍ଯକ୍ତ କରିଛନ୍ତି ଶ୍ରଦ୍ଧାଳୁ ଓ ବ୍ରତଧାରୀ। ସେପଟେ କାର୍ତ୍ତିକ ମାସରେ ମହାପ୍ରସାଦର ଦର ନିୟନ୍ତ୍ରଣ ଓ ଦଲାଲ ମୁକ୍ତ ପାଇଁ କଡା ପଦକ୍ଷେପ ଗ୍ରହଣ କରିଛି ସୁଆରମହାସୁଆର ନିଯୋଗ।

ପଞ୍ଚୁକର ଦ୍ୱାଦଶୀ ତିଥିରେ ମଧ୍ୟ ଶ୍ରୀକ୍ଷେତ୍ରରେ ଲାଗିଛି ଗହଳିଚହଳି। ହଜାର ହଜାର ଭକ୍ତ ରତ୍ନବେଦୀରେ ଶ୍ରୀଜୀଉଙ୍କ ଚିତ୍ତାକର୍ଷକ ବେଶ ଦର୍ଶନ କରି କୃପାଲାଭ କରିଛନ୍ତି। ସେପଟେ ପଞ୍ଚୁକ ଆରମ୍ଭରୁ ଭକ୍ତଙ୍କ ଗହଳି ଯୋଗୁଁ ଅଣାୟତ ହୋଇପଡିଛି ପୁରୀ ସହର। ବଡଦାଣ୍ଡରେ ଟ୍ରାଫିକ ବ୍ଯବସ୍ଥା ହେଉ ଅବା ଶ୍ରୀମନ୍ଦିର ନିକଟରେ କରାଯାଇଥିବା ବ୍ୟାରିକେଡ ବ୍ଯବସ୍ଥା। ଦର୍ଶନକୁ ଯାଉଥିବା ଭକ୍ତ ଭିଡଯୋଗୁଁ ଘଣ୍ଟା ଘଣ୍ଟା ଧରି ଧାଡିରେ ରହି ଦର୍ଶନ କରିବାକୁ ପଡୁଛି। ଆଉ ଆଜି ଭିଡକୁ ଦୃଷ୍ଟିରେ ରଖି ସିଂହଦ୍ୱାର ସମ୍ମୁଖ ସ୍ଥାୟୀ ବ୍ୟାରିକେଡରେ ଲଗାଯାଇଛି ଧଡା। ଶୃଙ୍ଖଳିତ ଦର୍ଶନ ପାଇଁ ଧଡାପକାଯାଇ ପର୍ଯ୍ଯାୟକ୍ରମେ ଭକ୍ତଙ୍କୁ ଦର୍ଶନ ପାଇଁ ଛଡାଯାଉଛି। 

ଆଉ ଆଜିର ନୀତିକୁ ଶୃଙ୍ଖଳିତ କରିବା ପାଇଁ ଗତକାଲି ପହୁଡ ନୀତି ହୋଇନଥିବା ବେଳେ ଆଜି ବି ନୀତି ବିଳମ୍ବ ରହିଛି। ସେପଟେ ଆଜି ପଞ୍ଚୁକ ବ୍ରତର ଦ୍ୱିତୀୟ ଦିନରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବାଙ୍କଚୁଡା ବେଶ। ଦୀର୍ଘ ଦୁଇବର୍ଷ ପରେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କର ଏହି ଚିତ୍ତାକର୍ଷକ ବେଶ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛନ୍ତି। ଅବକାଶ ନିତି ପରେ ମହାପ୍ରଭୁ ମହଣମହଣ ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହୋଇଥିଲେ। ବାଙ୍କଚୁଡା ବେଶରେ ମହାପ୍ରଭୁ ଶ୍ରୀଭୁଜ, ଶ୍ରୀପୟର, କଦମ୍ବମାଳି, କିରିଟି ଆଦି ଅନେକ ଆଭୁଷଣରେ ସୁସଜ୍ଜିତ ହୋଇଥିଲେ। ମହାପ୍ରଭୁ ଧାରଣ କରିଥିଲେ ଶଙ୍ଖ, ଚକ୍ର ଆଉ ହଳ ମୁଷଳ ଧାରଣ କରିଥିଲେ ଶ୍ରୀବଳଭଦ୍ର। କିରିଟିରେ ମହାପ୍ରଭୁଙ୍କ ଦକ୍ଷିଣ ପାର୍ଶ୍ୱକୁ ବାଙ୍କି ରହିଥିଲା ଚୁଳ। ଏଣୁ ପବିତ୍ର କାର୍ତ୍ତିକ ପଞ୍ଚୁକ ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ଅଶେଷ ପୁଣ୍ଯ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ସେପଟେ କାର୍ତ୍ତୀକ ମାସରେ ଅମୁଲ ଦର ହୋଇଛି ମହାପ୍ରସାଦ। ତେବେ ଆନନ୍ଦ ବଜାରରେ ମହାପ୍ରସାଦର ଦରବୃଦ୍ଧି ହୋଇନଥିବା ବେଳେ କିଛି ଦଲାଲ ଭକ୍ତଙ୍କୁ ଚଢାଦରରେ ମହାପ୍ରସାଦ ବିକ୍ରି କରୁଛନ୍ତି। ତେଣୁ ଏନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯିବ। କାର୍ତ୍ତୀକ ମାସ ପରେ ଦଶଜଣିଆ ସ୍କ୍ୱାର୍ଡ଼ ଗଠନ କରାଯିବ। ଆବଶ୍ୟକ ପଡିଲେ ଥାନାରେ ମାମଲା ରୁଜ୍ଜୁ ହେବ। ତେବେ ଭକ୍ତଙ୍କ ଲାଗି ଉତ୍ତରଦ୍ୱାର ଖୋଲାଯାଉ।

ଫଳରେ ଭକ୍ତମାନେ ସିଧାସଳଖ ଆନନ୍ଦ ବଜାରରୁ ସୁଲଭ ଦରରେ ମହାପ୍ରସାଦ ପାଇପାରିବେ। ଆଉ ଦଲାଲଙ୍କ କବଜାରୁ ମୁକୁଳି ପାରିବେ ବୋଲି କହିଛନ୍ତି ସୁଆରମହାସୁଆର ନିଯୋଗ ସଭାପତି। ସେପଟେ ଗତକାଲି ଭଳି ମଧ୍ୟ ଆଜି ବି ଭକ୍ତଙ୍କ ଭିଡ ରହିଥିବାରୁ ପ୍ରଶାସନ ପକ୍ଷରୁ ଗହଳି ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଥିବା ବେଳେ ଦର୍ଶନ ବ୍ଯବସ୍ଥା ଶୃଙ୍ଖଳିତ କରିବା ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଉଭୟ ଜିଲ୍ଲାପାଳ ଓ ଏସପି।

ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ତ୍ରୀବିକ୍ରମ ବେଶ,ଚତୁର୍ଦ୍ଦଶୀ ତିଥିରେ ଡାଳିକିଆ ବେଶ ଓ ତାପରେ ପଞ୍ଚୁକ ପୂର୍ଣ୍ଣିମାରେ ରାଜାଧିରାଜ ଅର୍ଥାତ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ। ପଞ୍ଚୁକବ୍ରତର ମହାପ୍ରଭୁଙ୍କ ପାଞ୍ଚୋଟି ଚିତାକର୍ଷକ ବେଶ ଯିଏ ଦର୍ଶନ କରିଥାନ୍ତି ତାଙ୍କୁ ଅପାର ଆନନ୍ଦ ସହିତ ଦିବ୍ୟ ଗତୀ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।