କଳାହାଣ୍ଡି କନ୍ଧମାଳ ଜିଲ୍ଲା ସୀମାନ୍ତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
Advertisement

କଳାହାଣ୍ଡି କନ୍ଧମାଳ ଜିଲ୍ଲା ସୀମାନ୍ତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ଜିଲ୍ଲାର ସୀମାବର୍ତ୍ତି ଅଞ୍ଚଳରେ ପୋଲିସ ଚେକିଂ ବ୍ୟବସ୍ତା ଢିଲା କାରଣରୁ ବେଫିକର ଚୋରା ଗଞ୍ଜେଇ ଚାଲାଣ ହେଉଥିବାର ଦେଖିବାକୁ ମିଳୁଛି।

କଳାହାଣ୍ଡି କନ୍ଧମାଳ ଜିଲ୍ଲା ସୀମାନ୍ତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

କଳାହାଣ୍ଡି: କେତେ ବେଳେ ଜଙ୍ଗଲୀ ରାସ୍ତା ଆଉ କେତେବେଳେ ଜାତୀୟ ରାଜପଥରେ ବିଭିନ୍ନ ଆଳରେ ମାଫିଆ କରୁଛନ୍ତି ସୁରକ୍ଷିତ ଗଞ୍ଜେଇ ଚୋରା ଚାଲାଣ। ଅନେକ ସମୟରେ ହଜାର ହଜାର କ୍ୱିଣ୍ଟାଲ ଗଞ୍ଜେଇ ଜବତ ମଧ୍ୟ ହେଉଛି ହେଲେ ନୂଆଁ ନୂଆଁ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ। ଜିଲ୍ଲାର ସୀମାବର୍ତ୍ତି ଅଞ୍ଚଳରେ ପୋଲିସ ଚେକିଂ ବ୍ୟବସ୍ତା ଢିଲା କାରଣରୁ ବେଫିକର ଚୋରା ଗଞ୍ଜେଇ ଚାଲାଣ ହେଉଥିବାର ଦେଖିବାକୁ ମିଳୁଛି। ଏମିତି ଏକ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। 

କଳାହାଣ୍ଡି କନ୍ଧମାଳ ଜିଲ୍ଲା ସୀମାନ୍ତ ମଦନପୁର ରାମପୁର ଥାନା ଅନ୍ତର୍ଗତ ସିର୍କିହେଜୁ ଗାଁ ଦେଇ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଥିଲେ କଳାହାଣ୍ଡି ଏସପି ଅଭିଳାଷ.ଜି। ଏସପି ଙ୍କ ନିର୍ଦ୍ଦେଶ ଅନୁଯାୟୀ ପୋଲିସ ଏକ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରି  ସିର୍କିହେଜୁ ଗାଁ ଦେଇ ବାଇକ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଚଢ଼ାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ କରିବା ସହ  ୩ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରି ସେମାନଙ୍କ ଠାରୁ ଦୁଇଟି ବାଇକ ଜବତ କରିଥିଲା। 

ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ସେପଟେ ଗିରଫ ଅଭିଯୁକ୍ତ ହେଲେ ଛତିଶଗଡ଼ର ଭୂବନ ସାହୁ ଏବଂ କିରାଟ ଭୋଇ। ଅନ୍ୟ ଜଣେ ହେଉଛି ନୂଆପଡ଼ା ଜିଲ୍ଲାର ଭକ୍ତ ବନ୍ଧୁ ତାଣ୍ଡି ବୋଲି ଜଣାପଡିଛି। ଜିଲ୍ଲାରେ ପ୍ରତ୍ୟେକ ଦିନ ଚୋରା ଗଞ୍ଜେଇ ଜବତ ହେଉଥିବା ବେଳେ ଏହାର ମୁଖ୍ୟ କାର୍ପଟଦାରକୁ ଧରିବାରେ ବିଫଳ ହେଉଛି ପୋଲିସ।