Heat Waves: କଲବଲ କଲାଣି ତାତି, ଆଗକୁ ଅସମ୍ଭାଳ ହୋଇପାରେ ପରିସ୍ଥିତି!
Advertisement
Article Detail0/zeeodisha/odisha1597027

Heat Waves: କଲବଲ କଲାଣି ତାତି, ଆଗକୁ ଅସମ୍ଭାଳ ହୋଇପାରେ ପରିସ୍ଥିତି!

Heat waves: ମାର୍ଚ୍ଚ ମାସ ଆରମ୍ଭରୁ ଅସମ୍ଭାଳ କଲାଣି ତାତି । ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଲାଣି । ଟାଇଁ ଟାଇଁ ଖରା ସାଙ୍ଗକୁ ଅସମ୍ଭାଳ ଗରମରେ କଲବଲ ହେଲେଣି ଲୋକେ । ଆଗକୁ ତାପମାତ୍ରାରେ ଆହୁରୀ ବୃଦ୍ଧି ହେବା ନେଇ ଆଶଙ୍କା କରାଯାଉଥିବା 

ସୌ(ସୋସିଆଲ ମିଡିଆ)

Heat waves: ମାର୍ଚ୍ଚ ମାସ ଆରମ୍ଭରୁ ଅସମ୍ଭାଳ କଲାଣି ତାତି । ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଲାଣି । ଟାଇଁ ଟାଇଁ ଖରା ସାଙ୍ଗକୁ ଅସମ୍ଭାଳ ଗରମରେ କଲବଲ ହେଲେଣି ଲୋକେ । ଆଗକୁ ତାପମାତ୍ରାରେ ଆହୁରୀ ବୃଦ୍ଧି ହେବା ନେଇ ଆଶଙ୍କା କରାଯାଉଥିବା ବେଳେ ଆଜି ୮ଟି ଜିଲ୍ଲାରେ ତାପମାତ୍ରା ୩୮ ଡିଗ୍ରୀରୁ ଉପରେ ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଏବେଠୁ ଅସମ୍ଭାଳ ହେଲାଣି ତାତି । ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି । ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀରୁ ଉପରେ ରହିଥିବା ବେଳେ ୧୩ଟି ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀରୁ ଅଧିକ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତାଳଚେର ଓ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୩୮.୬ ଡିଗ୍ରୀ ରେର୍କଡ଼ କରାଯାଇଛି । ସେହିପରି ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ, ବାରିପଦାରେ ୩୮ ଡିଗ୍ରୀ, ସୋନପୁରରେ ୩୮.୪ ଡିଗ୍ରୀ, ବୌଦ୍ଧରେ ୩୮ ଡିଗ୍ରୀ,  ଝାରସୁଗୁଡ଼ାରେ ୩୮.୪ ଡିଗ୍ରୀ, ଖୋର୍ଦ୍ଧାରେ ୩୮ ଡିଗ୍ରୀ ସେଲସିୟସ ରେର୍କଡ଼ କରାଯାଇଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ଅନୁଯାୟୀ, ଗତକାଲି କଟକ, ଚାନ୍ଦବାଲି, ଅନୁଗୁଳ, ବଲାଙ୍ଗୀର, ମାଲକାନଗିରି, ବାଲେଶ୍ବର, ଢେଙ୍କାନାଳ, ଜଗତସିଂହପୁର, ନୟାଗଡ଼, ହୀରାକୁଦ ଓ ସୁନ୍ଦରଗଡ଼ରେ ସର୍ବାଧିକ ୩୭ ଡ଼ିଗ୍ରୀ ତାପମାତ୍ରା ବା ତାଠାରୁ ଅଧିକ ଥିଲା । ତେବେ ଆଗମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ ।

Also Read-Dakota Biju Patnaik: ଜନ୍ମ ଦିନରେ ଲୋକାର୍ପିତ ହେଲା ବରପୁତ୍ର ବିଜୁ ବାବୁଙ୍କ ପ୍ରିୟର ‘ଡ଼ାକୋଟା’, ରାଜ୍ୟବାସୀଙ୍କ ଉଦ୍ଦ୍ୟେଶରେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ

Also Read-Biju Patnaik Birth Anniversary: ମନେପଡ଼ନ୍ତି ‘ଝଡ଼ର ଇଗଲ’ ବିଜୁ ବାବୁ, ଜନ୍ମ ଦିନରେ ଜାଣନ୍ତୁ କିଛି ଅଜଣା କଥା

ମାର୍ଚ୍ଚ ମାସ ୭ ତାରିଖ ମଧ୍ଯରେ ସୁନ୍ଦରଗଡ଼ର ଗୋଟିଏ ଦୁଇଟି ସ୍ଥାନ ସହ ସମ୍ବଲପୁର, ବରଗଡ଼, ମୟୁରଭଞ୍ଜ, ଦେବଗଡ଼, ବଲାଙ୍ଗୀର, ନୂଆପଡ଼ା, ବଲାଙ୍ଗୀର ଓ କେନ୍ଦୁଝରରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବା ନେଇ ଆଇଏମଡ଼ି ପକ୍ଷରୁ ପୂର୍ବାନୁମାନ କୁହାଯାଇଛି ।