Gajapati News: ଗଞ୍ଜେଇ ଚୋରାଚାଲାଣରେ ଜବତ ହୋଇଥିଲା ଅଟୋ, ମୁକୁଳେଇ ଦେବାକୁ କହି ନିଜେ ମହିଳା SI ନେଇଥିଲେ ଲାଞ୍ଚ
Advertisement
Article Detail0/zeeodisha/odisha1672208

Gajapati News: ଗଞ୍ଜେଇ ଚୋରାଚାଲାଣରେ ଜବତ ହୋଇଥିଲା ଅଟୋ, ମୁକୁଳେଇ ଦେବାକୁ କହି ନିଜେ ମହିଳା SI ନେଇଥିଲେ ଲାଞ୍ଚ

Gajapati News News In Odia : ସଭ୍ୟ ସମାଜରେ ଅସଭ୍ୟ ଆଚରଣ ! ବେଳେ ବେଳେ ସାମାନ୍ୟ କିଛି ସ୍ୱାର୍ଥ ହାସଲ ପାଇଁ ରକ୍ଷକ ବି ଭକ୍ଷକ ପାଲଟିଯାଇଥାନ୍ତି। ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଯେଉଁ ପୋଲିସ ଉପରେ ଜନସାଧାରଣ ଭରସା ରହିଛି, ସେହି ପୋଲିସ ଆଜି ସାଜିଛି ଲାଞ୍ଚୁଆ । ଏ-ଭଳି କିଛି ଅଭିଯୋଗ ଆସିଛି ଗଜପତି (Gajapati )ଜିଲ୍ଲା ମୋହନା ଥାନାରୁ ।

Gajapati News:  ଗଞ୍ଜେଇ ଚୋରାଚାଲାଣରେ ଜବତ ହୋଇଥିଲା ଅଟୋ, ମୁକୁଳେଇ ଦେବାକୁ କହି ନିଜେ ମହିଳା SI ନେଇଥିଲେ ଲାଞ୍ଚ

Gajapati News News In Odia (ପ୍ରେମାନନ୍ଦ ପୂଜାରୀ,ଗଜପତି): ସଭ୍ୟ ସମାଜରେ ଅସଭ୍ୟ ଆଚରଣ ! ବେଳେ ବେଳେ ସାମାନ୍ୟ କିଛି ସ୍ୱାର୍ଥ ହାସଲ ପାଇଁ ରକ୍ଷକ ବି ଭକ୍ଷକ ପାଲଟିଯାଇଥାନ୍ତି। ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଯେଉଁ ପୋଲିସ ଉପରେ ଜନସାଧାରଣ ଭରସା ରହିଛି, ସେହି ପୋଲିସ ଆଜି ସାଜିଛି ଲାଞ୍ଚୁଆ । ଏ-ଭଳି କିଛି ଅଭିଯୋଗ ଆସିଛି ଗଜପତି (Gajapati )ଜିଲ୍ଲା ମୋହନା ଥାନାରୁ । ଅଭିଯୋଗ ହୋଇଛି ଜଣେ ମହିଳା ପୋଲିସ ଅଧିକାରୀ ଙ୍କ ବିରୋଧରେ (women police ASI )। 

ସୂଚନା ପ୍ରକାରେ ମୋହନା ଥାନାରେ କାର୍ଯ୍ୟରତ ମହିଳା ଏସଆଇ ଜ୍ୟୋତ୍ସ୍ନା ରାୟ ଥାନା ଅଞ୍ଚଳର ନୁଣ୍ଡୁୁଜ୍‌ ଗାଁର ପ୍ରେରିତ ମାଝୀ ନାମକ ଜଣେ ବୃଦ୍ଧଙ୍କ ସମ୍ପର୍କୀୟ ଙ୍କ ଗଞ୍ଜେଇ ମାମଲାରେ ଜବତ ଏକ ଅଟୋକୁ (Auto Rickshaw)ମୁକୁଳେଇବା ପାଇଁ ସମ୍ପୃକ୍ତ ବୃଦ୍ଧ ଙ୍କ ଠାରୁ ନିଜ ସହଯୋଗୀ ପିଣ୍ଡିକି ଗାଁର ପ୍ରଜ୍ଞା ନାୟକଙ୍କ ସହଯୋଗରେ ବିଭିନ୍ନ ପର୍ଯ୍ୟାୟରେ ୨୦ ହଜାର ଟଙ୍କା, ୪ ଟି କୁକୁଡ଼ା, ୫କେଜି ମାଛ ନେଇଥିଲେ । କିନ୍ତୁ ତାଙ୍କ ଜବତ ଅଟୋଟି ମୁକ୍ତ କରିନଥିଲେ । ପରେ ଦେଇଥିବା ଟଙ୍କା ସେ  ଏସଆଇଙ୍କୁ ମାଗିବାରୁ ତାଙ୍କୁ ବିଭିନ୍ନ ଧମକ ଚମକ ଦେଇ ତାଙ୍କ ପାଟି ବନ୍ଦ ରଖିଥିଲେ । ନିରୀହ ଆଦିବାସୀ ବୃଦ୍ଧ ପୋଲିସ ଭୟରେ ଘଟଣା ସମ୍ପର୍କରେ କାହାକୁ ଜଣାଇନଥିଲେ ।

Also Read: Student Death: ଏକା ସାଙ୍ଗରେ ଜୀବନ ହାରିଲେ ୯ ଛାତ୍ରଛାତ୍ରୀ , କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Also Read: Puri News: ଲଜ୍ଜା, ପିଲାଙ୍କ ପାଇଁ ଆସିଥିବା ପଢା ବହିକୁ ବିକ୍ରି କରୁଥିବା ବେଳେ ଧରାପଡ଼ିଲେ ସ୍କୁଲ ଶିକ୍ଷକ

ଧାର କରଜ କରି ଟଙ୍କା ଦେଇଥିବା ପ୍ରେରିତ ଶେଷରେ ବାଧ୍ୟ ହୋଇ ଗତ  ୨୫ .୩ .୨୦୨୩ ରେ ମହିଳା ଏସଆଇ ଜ୍ୟୋତ୍ସ୍ନା ଏବଂ ତାଙ୍କ ସହଯୋଗୀ ପ୍ରଜ୍ଞା ଙ୍କ ବିରୋଧରେ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ କିନ୍ତୁ କୌଣସି ନ୍ୟାୟ ନପାଇବାରୁ  ମୋହନା ସାମ୍ବାଦିକ ସଂଘକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ୨୭.୩.୨୦୨୩ରେ ମୋହନା ସାମ୍ବାଦିକ କିଛି ସାମ୍ବାଦିକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ପୋଲିସ ବିଭାଗ ବଦନାମ ହେବ କହିବା ସହ ସାମ୍ବାଦିକ ମାନଙ୍କୁ ଖବର ପ୍ରକାଶ ନ କରିବା ପାଇଁ ଅନୁରୋଧ କରିବା ସହ ତତ୍କାଳୀନ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ଘଟଣାର ସମାଧାନ କରିବା ସହ ମହିଳା ଥାନା ଅଧିକାରୀ ଙ୍କୁ ପୀଡିତ ବୃଦ୍ଧ ପ୍ରେରିତଙ୍କୁ ତୁରନ୍ତ 20 ହଜାର ଟଙ୍କା ଫେରସ୍ତ କରିବା ପାଇଁ କହିଥିଲେ ଏବଂ ପ୍ରେରିତଙ୍କ ସହ ସାମ୍ବାଦିକ ମାନଙ୍କୁ ଏସଆଇ ଜ୍ୟୋତ୍ସ୍ନା ଙ୍କ ପକ୍ଷରୁ କୌଣସି ଅସୁବିଧା ତଥା ହଇରାଣ ହରକତ ହେବନାହିଁ ବୋଲି ଏକ ଆପୋସବୁଝାମଣା ଚୁକ୍ତିପତ୍ର ସମ୍ପୃକ୍ତ ଏସଆଇ ଏବଂ ତାଙ୍କ ସହଯୋଗୀ ସ୍ଵାକ୍ଷର ସହ ରଖିଥିଲେ ।

କିନ୍ତୁ ଘଟଣା ପରେ ଏସଆଇ ଜ୍ୟୋତ୍ସ୍ନା ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଡି ଏସପିଙ୍କୁ ହାତ ବାରିଶି କରି ମୋହନା ଥାନା ଅଧିକାରୀ ପ୍ରଶାନ୍ତ ନିଶିକାଙ୍କୁ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ବଦଳି କରାଇ ଦେଇଥିଲେ । ଘଟଣା ସମ୍ପର୍କରେ ଗଜପତି ଏସପି  ସ୍ଵାତି.ଏସ୍ କୁମାର ଅବଗତ ହେବାପରେ ଏସ୍. ଆଇ ଜ୍ୟୋତ୍ସ୍ନା ଙ୍କୁ ତୁରନ୍ତ ଜ଼ିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଇଥିଲେ । କିନ୍ତୁ ବୁଧୁବାର ମୋହନା କୋର୍ଟ କୁ ଏକ ଦୁଷ୍କର୍ମ ମାମଲା ର ସାକ୍ଷୀ ଦେବା ପାଇଁ ଆସିଥିବା ଏସ୍. ଆଇ ଜ୍ୟୋତ୍ସ୍ନା ତାଙ୍କର କିଛି ସହଯୋଗୀ ଙ୍କ ସହାୟତା ରେ ବୃଦ୍ଧ ପ୍ରେରିତଙ୍କୁ ସକାଳ ୮ଟା ୩୦ ସମୟରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରୁ ନାନା ଆଳ ଦେଖାଇ କିରାମା ଗ୍ରାମ ନିକଟକୁ ନେଇଯାଇଥିଲେ । ଏବଂ ଦିନ ତମାମ ରଖିଥିଲେ ଏଭଳିକି ବୃଦ୍ଧଙ୍କ ମୋବାଇଲ ମଧ୍ୟ ବନ୍ଦ କରିଦେଇଥିଲେ । ପରେ କୋର୍ଟ ସାକ୍ଷ ସାରି ଏସ୍. ଆଇ ଜ୍ୟୋତ୍ସ୍ନା ଏବଂ ସହଯୋଗୀ ପ୍ରଜ୍ଞା ଘଟଣା ସ୍ଥଳରେ ପହଞ୍ଚି ପ୍ରେରିତଙ୍କୁ ଦଶ ହଜାର ଟଙ୍କା ଯାଚିବା ସହ ନିଜେ ଦୋଷମୁକ୍ତ ବୋଲି ଲେଖି ଆଣିଥିବା ଏକ ଯାଚିକା ପତ୍ରରେ ବୃଦ୍ଧ ପ୍ରେରିତ ଙ୍କୁ ସ୍ଵାକ୍ଷର କରିବା ପାଇଁ ବାଧ୍ୟ କରିଥିଲେ ।।

ସେ ମନା କରିବାରୁ ନାନା ଧମକ ଚମକ ଦେଇ ବୃଦ୍ଧ ଜଣକ ର ସ୍ଵାକ୍ଷର କରିଥିଲେ। ପରେ ସନ୍ଧ୍ୟା ସମୟରେ ବୃଦ୍ଧଙ୍କୁ ଛାଡିଥିଲେ । ଏ-ନେଇ ବୃଦ୍ଧ ପ୍ରେରିତ ମାଝୀ ଗୁରୁବାର ମୋହନା ଥାନାରେ ଲିଖିତ ଅଭିଯୋଗ କରିବା ପରେ ମହିଳା ଏସ୍. ଆଇ ଙ୍କ ସମସ୍ତ କାରନାମା ର ଗୁମର ଫିଟିଛି । ବର୍ତ୍ତମାନର ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ବୃଦ୍ଧଙ୍କ ଅଭିଯୋଗ ଗ୍ରହଣ କରିବା ସହ ତଦନ୍ତ କରି ବୃଦ୍ଧଙ୍କୁ ନ୍ୟାୟ ଦିଆଯିବା ସହ ଦୋଷୀ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।