Gajapati News: ଚୋରା ଚାଲାଣ ବେଳେ ମ୍ୟାକ୍ସ ପିକ୍ଅପ୍ ସହ ୬୩ କେଜି ଗଞ୍ଜେଇ ଜବତ, ୨ ଗିରଫ
Advertisement
Article Detail0/zeeodisha/odisha1602661

Gajapati News: ଚୋରା ଚାଲାଣ ବେଳେ ମ୍ୟାକ୍ସ ପିକ୍ଅପ୍ ସହ ୬୩ କେଜି ଗଞ୍ଜେଇ ଜବତ, ୨ ଗିରଫ

Cannabis Smuggling In Gajapati: ଗଞ୍ଜେଇ ଚୋର ଚାଲାଣ ହେଉଥିବା ବେଳେ ପିକଅପ୍ ଭ୍ୟାନ ସହ ୨ ଜଣଙ୍କୁ ଗିରଫ କରିଛି ଗଜପତି ଜିଲ୍ଲା ମୋହନା ପୋଲିସ।

Gajapati News: ଚୋରା ଚାଲାଣ ବେଳେ ମ୍ୟାକ୍ସ ପିକ୍ଅପ୍ ସହ ୬୩ କେଜି ଗଞ୍ଜେଇ ଜବତ, ୨ ଗିରଫ

Gajapati Cannabis Smuggling: ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ହାତରେ ଧରାପଡିଲେ ୨ ଅଭିଯୁକ୍ତ। ଏହା ସହିତ ଚୋରାଚାଲାଣ କରାଯାଉଥିବା ମ୍ୟାକ୍ସ ପିକ ଆପ ଭ୍ୟାନ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଚୋରାଚାଲାଣ ଘଟଣାରେ  ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ଥାନା କଇଠପଦା ଗ୍ରାମର ମଜେସ ଗମାଙ୍ଗ (୩୨)  ଏବଂ ଗାଡି ଚଳାଉଥିବା ଗାଡି ମାଲିକ ଅଡବା ଥାନା ଅଞ୍ଚଳର ପାଲକୁଆ ଗ୍ରାମର ସୁନିଲ ମଲ୍ଲିକ (୨୮)। 

ଦୀର୍ଘ କିଛି ମାସର ବ୍ୟବଧାନରେ ପରେ ମୋହନା ପୋଲିସ ପାଇଛି ସଫଳତା। ଗୁରୁବାର ସକାଳେ ମୋହନା ଥାନା ଏସ୍ଆଇ କୃଷ୍ଣ ଚନ୍ଦ୍ର ମଲ୍ଲିକ୍ ଏବଂ ତାଙ୍କ ଟିମ୍ ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ, ମାଣିକପୁର, ଆକିଲି ନିକଟରେ ପାଟ୍ରୋଲିଂ କରୁଥିଲେ। ପାଟ୍ରୋଲିଂ କରିବା ବେଳେ ଆର ଉଦୟଗିରି ପଟୁ ବ୍ରହ୍ମପୁର ଅଭିମୁଖେ ଏକ ଧଳା ରଙ୍ଗର ମ୍ୟାକ୍ସ ପିକ ଆପ ଭ୍ୟାନ (OD-02-AP-4427) ଦ୍ରୁତ ଗତିରେ ଆସୁଥିବା ଦେଖି ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ପୋଲିସକୁ ଚକମା ଦେଖାଇ ଅଭିଯୁକ୍ତ ଗାଡି ନେଇ ଚାଲିଯାଇଥିଲେ। ହେଲେ ପୋଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ କପୁରୀପଟା ଠାରେ ଅଟକାଇଥିଲା। 

ଗାଡିକୁ ଯାଞ୍ଚ କରାଯିବା ବେଳେ ଦୁଇଟି ବସ୍ତାରେ ପ୍ରାୟ ୬୩ କେଜି ଗଞ୍ଜେଇ ଥିବା ଜଣାପଡିଥିଲା। ଏହି ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିବା ସହିତ ଗାଡି ସହ ଗଞ୍ଜେଇକୁ ଜବତ କରିଥିଲା ପୋଲିସ। ଗିରଫ ଅଭିଯୁକ୍ତ ଆର.ଉଦୟଗିରି କିରାମା ଅଞ୍ଚଳରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଯାଉଥିଲେ ବୋଲି ପୋଲିସ ପକ୍ଷରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ କହିଛି।