Ex MLA Birendra Pandey Passes Away: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବିଧାୟକ ବୀରେନ୍ଦ୍ର ପାଣ୍ତେଙ୍କ ବିୟୋଗ
Advertisement
Article Detail0/zeeodisha/odisha1616809

Ex MLA Birendra Pandey Passes Away: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବିଧାୟକ ବୀରେନ୍ଦ୍ର ପାଣ୍ତେଙ୍କ ବିୟୋଗ

Ex MLA Virendra Pandey Passes Away at 75: ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ତଳୀର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ତେଙ୍କ ପରଲୋକ। ଗତ ୧୬ ତାରିଖ ଦିନ ସ୍ବସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ପ୍ରଥମେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଏହି ବରିଷ୍ଠ ନେତା ।  

ସୌ(ସୋସିଆଲ ମିଡିଆ)

Ex MLA Birendra Pandey Passes Away: ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ତଳୀର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ତେଙ୍କ(Birendra Pandey Passes Away) ପରଲୋକ। ରବିବାର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସୂଚନା ଅନୁଯାୟୀ, ସେ କିଡ଼ନୀ ରୋଗରେ ପିଡ଼ୀତ ଥିଲେ । ଗତ ୧୬ ତାରିଖ ଦିନ ସ୍ବସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ପ୍ରଥମେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଏହି ବରିଷ୍ଠ ନେତା ।  

ସୂଚନା ଥାଉ କି, ୧୯୪୮ ମସିହାରେ ଝାରସୁଗୁଡ଼ା ପୁରୁଣା ବସ୍ତିରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ପାଣ୍ତେ କଂଗ୍ରେସ ଟିକଟରୁ ୩ ଥର ନିର୍ବାଚିତ ହୋଇଥିଲେ । ୧୯୮୦, ୧୯୮୫, ୧୯୯୫ ମସିହାରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ଝାରସୁଗୁଡ଼ା ପୌରପାଳିକାର ଅଧ୍ୟକ୍ଷ ସହ କଂଗ୍ରେସର ଜିଲ୍ଲା କଂଗ୍ରେସ ସଭାପତି ମଧ୍ଯ ଥିଲେ । ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତାଙ୍କ ବିୟୋଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(Odisha Pradesh Congress Committee President) ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଦଳର ବହୁ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏହାମଧ୍ଯ ପଢନ୍ତୁ- DJ Azex Death: ଲୋକପ୍ରିୟ ଓଡ଼ିଆ DJ Azexଙ୍କ ନିଧନ, ରହସ୍ୟ ଘେରରେ ମୃତ୍ୟୁ

ଏହାମଧ୍ଯ ପଢନ୍ତୁ- Weather Update: ପଶ୍ଚିମା ଝଡ଼ର ପ୍ରଭାବରେ ଉଡ଼ିଲା ଆଜବେଷ୍ଟସ ୨ ଆହତ, ଆଜି ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା

ଏହାମଧ୍ଯ ପଢନ୍ତୁ- Amritpal singh: ପୋଲିସକୁ ଚକମା ଦେଇ ଖସିଗଲା ଅମୃତପାଲ ସିଂ, ପଞ୍ଜାବରେ ହାଇ ଆଲର୍ଟ