Doctor Subhashree Kar Death: ଆସିଲା ଶୁଭଶ୍ରୀଙ୍କ ମୃତ୍ୟୁର ଭିସେରା ରିପୋର୍ଟ, ଚିନ୍ତାରେ ପରିବାର
Advertisement
Article Detail0/zeeodisha/odisha1538091

Doctor Subhashree Kar Death: ଆସିଲା ଶୁଭଶ୍ରୀଙ୍କ ମୃତ୍ୟୁର ଭିସେରା ରିପୋର୍ଟ, ଚିନ୍ତାରେ ପରିବାର

Subhashree Kar Death News: ନୂଆ ବର୍ଷ ଆରମ୍ଭ ହେବା ଆଗରୁ ମୃତ୍ୟୁ ଡାକିନେଲା ଡାକ୍ତର ଶୁଭଶ୍ରୀ କରଙ୍କୁ । ଏହାକୁ ନେଇ ଏବେବି କଳ୍ପନାଜଳ୍ପନା ଲାଗି ରହିଛି। କାରଣ ଘଟଣାକୁ ୨୦ ଦିନ ବିତିଥିଲେ ବି ଏବେ ସୁଦ୍ଧା ପୋଲିସ କିଛି ସୁରାକ୍ ପାଇପାରୁନି। ସେପଟେ ଡାକ୍ତର ଶୁଭଶ୍ରୀଙ୍କ ଭିସେରା ରିପୋର୍ଟ ଆସିବା ପରେ ପରିବାର ବର୍ଗ ଥାନାର ଦ୍ୱାରସ୍ଥ ହୋଇଛନ୍ତି। 

Doctor Subhashree Kar Death: ଆସିଲା ଶୁଭଶ୍ରୀଙ୍କ ମୃତ୍ୟୁର ଭିସେରା ରିପୋର୍ଟ, ଚିନ୍ତାରେ ପରିବାର

Doctor Subhashree Kar Death: କେନ୍ଦୁଝର ଜିଲ୍ଲା ଯୋଡ଼ାରେ ବହୁ ଚର୍ଚ୍ଚିତ ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ମାମଲାକୁ ଇତି ମଧ୍ୟରେ ୨୦ ଦିନ ବିତିସାରିଛି। ତେବେ ଆଜି ଯୋଡ଼ା ଥାନାରେ ଏତଲା ଦେଲେ ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ କର । ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟ ରଞ୍ଜନ ମାଝୀ ତାଙ୍କର କିଛି ସମ୍ପର୍କୀୟ ଏବଂ ଅନ୍ୟ ୩ ଜଣ ସାଥୀ ଡାକ୍ତରଙ୍କ  ବିରୋଧରେ  ଏହି ଏତଲା ଦେଇଥିବା କହିଛନ୍ତି ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ କର । ସାଥୀ ଡାକ୍ତର, ଡାକ୍ତର ପଣ୍ଡା, ଡାକ୍ତର ଗୁରୁ, ଡାକ୍ତର ହିମାଂଶୁ ଝାଙ୍କ ନାଁ ଏତଲାରେ ଉଲ୍ଲେଖ ରହିଛି । ତେବେ ପୋଷ୍ଟ ମର୍ଟମ୍ ରିପୋର୍ଟରେ ମୃତ୍ୟୁର କାରଣ ବିଷକ୍ରିୟା ଆସିଥିବା ବେଳେ, ଏବେ ଭିସେରା ରିପୋର୍ଟ ଆସିଛି । 

ମଦ୍ୟପାନ ସହିତ ନିଦ ବଟିକା ଖାଇଥିବା ଯୋଗୁଁ ଶୁଭଶ୍ରୀଙ୍କ ମୃତ୍ୟୁ ଘଟିଥିବା ଏଥିରୁ ସ୍ପଷ୍ଟ ହୋଇଛି । ହେଲେ ଏହା ପଛରେ ଷଡ଼ଯନ୍ତ୍ର ହୋଇଥିବା ଶୁଭଶ୍ରୀଙ୍କ ବାପା ଅଭିଯୋଗ କରି ଯୋଡ଼ା ଥାନାରେ ଏତଲା ଦାୟର କରିଛନ୍ତି ।  ଯୋଡ଼ା ପୋଲିସ (Joda Police) ଏତଲା ରେଜିଷ୍ଟ୍ରେସନ କରିଥିବା ଜଣାପଡିଛି । ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କର ଏବଂ ଡାକ୍ତର ଦିବ୍ୟରଂଜନ ବ୍ରହ୍ମପୁରସ୍ଥିତ ମେଡିକାଲ କଲେଜରେ (Berhampur Medical College) ପଢୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। 

ପରବର୍ତ୍ତୀ ସମୟରେ ଉଭୟ ଯୋଡ଼ା ଅଞ୍ଚଳରେ ଚାକିରି କରିବାରୁ ସଂପର୍କ ନିବିଡ଼ ହୋଇଥିଲା। ଶାରିରୀକ ସଂପର୍କ ସ୍ଥାପନ ପରେ ଡାକ୍ତର ଦିବ୍ୟରଞ୍ଜନ ପ୍ରତାରଣା କରିଥିବା ନେଇ ଡାକ୍ତର ଶୁଭଶ୍ରୀ ଯୋଡ଼ା ଥାନାରେ ଗତ ଡିସେମ୍ବର ୨୦ ତାରିଖରେ ଅଭିଯୋଗ କରିଥିଲେ । ତେବେ, ଡିସେମ୍ବର ୩୧ ତାରିଖରେ ଶୁଭଶ୍ରୀ ନିଜର ସହକର୍ମୀଙ୍କ ସହିତ‘ଜିରୋ ନାଇଟ୍‌’ ସେଲିବ୍ରେସନ (Zero Night Celebration)  କରିବାପରେ ଜାନୁଆରୀ ୧ ତାରିଖରେ ସେ ରହୁଥିବା ଭଡ଼ା ଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । 

ଏନେଇ ଡାକ୍ତର ଦିବ୍ୟରଞ୍ଜନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ଅନ୍ୟପଟେ ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ । ଶୁଭଶ୍ରୀଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା ରଦ୍ଦ ପାଇଁ ଡାକ୍ତର ଦିବ୍ୟରଞ୍ଜନ ହାଇକୋର୍ଟରେ(High Court) ଦ୍ବାରସ୍ଥ ହୋଇଛନ୍ତି।  

Also Read: Sambalpur: ସରିଲା ସମ୍ବଲପୁରୀ ଲୋକ ମହୋତ୍ସବ, ସ୍ମୃତି ସାଉଣ୍ଟିଲେ ବିଦେଶୀ କଳାକାର

Also Read: Crime News: ବନ୍ଧ୍ୟା ଦୋଷ ଦୂର କରିବା ପାଇଁ ବୋହୂ ସହ ଶାଶୁ କରୁଥିଲେ କିଛି ଏପରି କାମ, ଶୁଣିଲେ ଉଡିଯିବ ହୋସ୍

Also Read: Romance On Road: ଖୁଲମଖୁଲା ରୋମାନ୍ସ ,ରାସ୍ତା ଉପରେ କିସ୍ କରି ଫସିଲେ,ବାନ୍ଧିଲା ପୋଲିସ