Boat Tragedy at Kolab: କୋଲାବ ଜଳଭଣ୍ଡାର ଭିତରେ ଓଲଟିଲା ଡଙ୍ଗା, ମିଳୁନି ନିଖୋଜଙ୍କ ପତା
Advertisement
Article Detail0/zeeodisha/odisha1651801

Boat Tragedy at Kolab: କୋଲାବ ଜଳଭଣ୍ଡାର ଭିତରେ ଓଲଟିଲା ଡଙ୍ଗା, ମିଳୁନି ନିଖୋଜଙ୍କ ପତା

କୋରାପୁଟ (ନିରୋଜ ଶତପଥି): କୋଲାବ ଜଳ ଭଣ୍ଡାରରେ ( kolab water reservoir)  ଅଘଟଣ। ଦେଶି ଡ଼ଙ୍ଗାବୁଡି ଜଣକର ମୃତ୍ୟୁ ଘଟିଛି ୩ଜଣ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ବହୁ ଖୋଜା ଖୋଜି ପରେ ଜଣକର ମୃତଦେହକୁ ଉଧାର କରାଜାଇଛି। କୋଲାବ ଜଲଭଣ୍ଡାର ଉମ୍ବେଲ ତେନ୍ତୁଳିପଡା ଘାଟ ମଧ୍ୟରେ ଦେଶି ଡଙ୍ଗା ବୁଡିଯାଇଥିଲା। ମୁଖି ବିଡା

Boat Tragedy at Kolab: କୋଲାବ ଜଳଭଣ୍ଡାର ଭିତରେ ଓଲଟିଲା ଡଙ୍ଗା, ମିଳୁନି ନିଖୋଜଙ୍କ ପତା

Boat Tragedy at Kolab: କୋରାପୁଟ (ନିରୋଜ ଶତପଥି): କୋଲାବ ଜଳ ଭଣ୍ଡାରରେ ( kolab water reservoir)  ଅଘଟଣ। ଦେଶି ଡ଼ଙ୍ଗାବୁଡି ଜଣକର ମୃତ୍ୟୁ ଘଟିଛି ୩ଜଣ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ବହୁ ଖୋଜା ଖୋଜି ପରେ ଜଣକର ମୃତଦେହକୁ ଉଧାର କରାଜାଇଛି। କୋଲାବ ଜଲଭଣ୍ଡାର ଉମ୍ବେଲ ତେନ୍ତୁଳିପଡା ଘାଟ ମଧ୍ୟରେ ଦେଶି ଡଙ୍ଗା ବୁଡିଯାଇଥିଲା। ମୁଖି ବିଡାଇ ଓ ଉମ୍ବେଲ୍ ଗ୍ରାମର ୮ ଜଣ ପୁଅ ଓ ଝିଅ ଚଇତି ପରବ ଅବସରରେ ନାଟ ଦେଖି ଫେରୁଥିବା ସମୟରେ ଘଟିଛି ଅଘଟଣ। 

ଉମ୍ୱେଲ ଗ୍ରାମରେ ଯାତ୍ରା ଦେଖି ମୁଖିବିଡ଼ାଇ ଗ୍ରାମକୁ ଦେଶି ଡଙ୍ଗା ଯୋଗେ ଫେରୁଥିବା ବେଳେ ହଠାତ କୋଲାବ ଜଳଭଣ୍ଡାର ମଧ୍ୟରେ ଡ଼ଙ୍ଗାବୁଡି ଯାଇଥିଲା। ଡଙ୍ଗାରେ ୮ ଜଣ ଥିଲେ। ୪ ଜଣଙ୍କୁ ନିକଟସ୍ଥ ଗାଆଁ ପୋଡ଼ାଗଡ ଅଞ୍ଚଳର ଲୋକେ ଉଦ୍ଧାର କରିଥିବାବେଳେ ଅନ୍ୟ ଚାରି ଜଣ ପାଣିରେ ବୁଡି ନିଖୋଜ ହୋଇ ଯାଇଥିଲେ। ଉଧାର ହୋଇଥିବା ସମସ୍ତଙ୍କୁ ହସପିଟାଲରେ ଚିକିତ୍ସା କରାଯାଇଛି। ସମସ୍ତେ କ୍ରମଶ ସୁସ୍ଥ ହେଉଛନ୍ତି। ୪ ଜଣ ନିଖୋଜଙ୍କ ମଧ୍ୟରୁ ଜଣକର ମୃତଦେହ ଉଦ୍ଧାର କରାଯାଇଛି। ସୁନାବେଡା ଓ ସେମିଳିଗୁଡା ପଲିସ ,ସେମିଳିଗୁଡା , ନନ୍ଦ ପୁର ଅଗ୍ନି ସମବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଖୋଜଙ୍କ ସନ୍ଧାନ ଚଲାଇଛନ୍ତି ।

ତେବେ ନିଖୋଜଙ୍କ ମଧ୍ୟରୁ ବବିତା ଦେଉଳପାଡ଼ିଆର ମୃତଦେହ ଉଧାର କରାଯାଇଛି। ଅନ୍ୟ ତିନି ନିଖୋଜମାନେ ହେଲେ ମୁଖି ବିଡାଇ ଗ୍ରାମର ସାବିତ୍ରୀ କିର୍ସାନୀ, ରାମ କିର୍ସାନୀ ଓ ଉମ୍ବେଲ ଗ୍ରାମର କମୁ ବାଲଡି। ବର୍ତ୍ତମାନ ସୁଧା ୩ ଜଣ ନିଖୋଜଙ୍କୁ ଠାବ କରାଯାଇ ପାରିନାହିଁ। ଗତକାଲି ଅନ୍ଧାର ହୋଇଯାଇଥିବାରୁ ସନ୍ଧାନ କାର୍ଯ୍ୟ ବନ୍ଦ ରହିଥିଲା। ଆଜି ପୁଣି ସନ୍ଧାନ କାର୍ଯ୍ୟ କରାଯିବ। ଘଟଣା ସ୍ଥଳରେ ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ, କୋରାପୁଟ ବିଧାୟକ ରଘୁ ରାମ ପାଡାଲ, ଉପଜିଲ୍ଲା ପାଳ ବେଣୁଧର ଶବର, ସେମିଳିଗୁଡା ତହସିଲ ଦାର ଜ୍ୟୋତି ରାଣୀ ରଥ, ବ୍ଲକ ଅଦ୍ୟକ୍ଷା ଲିଲି ଅଣ୍ଟାବିରିୟା ଉପସ୍ଥିତ ଥିଲେ। ଏଭଳି ଅଘଟଣ କୁ ନେଇ ଅଞ୍ଚଳରେ ଶକାକୁଳ ପରିବେଶ ସୃଷ୍ଟି ହୋଇଛି।

କୋରାପୁଟ ଜିଲ୍ଲାରେ ଡଙ୍ଗା ବୁଡି ଘଟଣା ନୂଆ ନୁହେଁ। ପୂର୍ବରୁ ବହୁବାର କୋଲାବ ଜଳଭଣ୍ଡାର, ପାତାଳୀ ନଦୀ, ଜଲାପୁଟ ଜଳଭଣ୍ଡାର ରେ ଡଙ୍ଗା ବୁଡି ଅନେକଙ୍କ ଜୀବନ ଯାଇଛି। ପ୍ରଶାସନ ପକ୍ଷରୁ ଦେଶୀ ଡଙ୍ଗା ଚାଲାକ୍ ମାନଙ୍କୁ ତାଲିମ ବି ଦିଆ ଯାଇଥିଲା। ଏପରିକି ଜୀବନ ରକ୍ଷା ପାଇଁ ଟ୍ୟୁବ୍ ବି ପ୍ରଦାନ କରା ଯାଇଥିଲା। ବହୁ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଏପରି ବଡ଼ ଧରଣର ଡଙ୍ଗା ବୁଡି ଘଟଣା ଘଟିଛି। ତେବେ ଏଥର କୌଣସି ଡଙ୍ଗା ଚାଳକ ନା ଥିଲେ। କେବଳ ଡଙ୍ଗାରେ ବସିଥିବା ଯୁବକ, ଯୁବତୀ ମାନେ ହିଁ ଥିଲେ। ଜିଲ୍ଲାରେ ଅଧିକାଂଶ ଦେଶୀ ଡଙ୍ଗା ଗୁଡିକ ବିପଦ ସଙ୍କୁଳ ରହିଥିବା ସତ୍ତ୍ବେ ଜୀବନ କୁ ବାଜି ଲଗାଇ ଏହି ଡଙ୍ଗା ଗୁଡିକରେ ଲୋକେ ଜଳପଥରେ ଯାତାୟାତ କରି ଥାଆନ୍ତି। ଏ ଦିଗରେ ପ୍ରଶାସନ ପୁଣି ଥରେ ଚିନ୍ତା କରିବାର ସମୟ ଆସିଛି। ତଦ୍ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ହୋଇ ପଡ଼ିଛି।

Also Read: Odia New Year: ଆଜି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ, ଜାଣନ୍ତୁ କ’ଣ ରହିଛି ଆଜିର ଦିନର ବିଶେଷତ୍ୱ

Also Read: Meru Jatra: ଉତତ୍ପ ବାଲି ଓ କଣ୍ଟାରେ ଗଡ଼ିଲେ ମାନସିକଧାରୀ ଦଣ୍ଡ ପାଟୁଆ

Also Read: Horoscope Today: ଆଜି ଏହି ୪ ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?