Road Dammaged in Jajpur: ନଦୀବନ୍ଧରେ କାଦୁଅ ପାଲଟିଗଲା ପ୍ରଶାସନର କୋଟିକୋଟି ଟଙ୍କା
Advertisement

Road Dammaged in Jajpur: ନଦୀବନ୍ଧରେ କାଦୁଅ ପାଲଟିଗଲା ପ୍ରଶାସନର କୋଟିକୋଟି ଟଙ୍କା

ବିଂଝାରପୁର ବ୍ଲକ କଏଣା ରଘୁନାଥପୁର ପଂଚାୟତ ବାଙ୍କୀପାଳ ଅଂଚଳ ସମେତ ସୟଦପୁର, ମାଂସଡା, ଫତେପୁର, ବାଛଳ ଅଂଚଳେର ନଦୀବନ୍ଧ ସଂପୁର୍ଣ୍ଣ ବିପଦସଙ୍କୁଳ ହୋଇଯାଇଛି। ବର୍ଷାଦିନେ କାଦୁଅ ପଚପଚ ହୋଇଥିବା ଯୋଗୁଁ ଏଠାରେ ଦୈନିକ ଦୁଘର୍ଟଣା ଘଟୁଛି। 

Road Dammaged in Jajpur: ନଦୀବନ୍ଧରେ କାଦୁଅ ପାଲଟିଗଲା ପ୍ରଶାସନର କୋଟିକୋଟି ଟଙ୍କା

Road Dammaged in Jajpur: ଯାଜପୁର: ବନ୍ଧ ଥାଇ ଲୋକଙ୍କ କାମରେ ଆସୁନି। ବର୍ଷ ବର୍ଷ ଧରି ମରାମତି ହୋଇପାରୁନି ନଦୀ ବନ୍ଧ ଓ ରାସ୍ତା । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବନ୍ଧ ଏବେ ଗମନାଗମନ ପାଇଁ ଅନୁପଯୁକ୍ତ ପାଲଟିଛି। ବନ୍ଧଟି ଏବେ କାଦୁଅରେ ପରିଣତ ହୋଇଥିବାରୁ ଦୈନିକ ଏଠାରେ ଦୁଘର୍ଟଣା ଘଟୁଛି। ଆମେ କହୁଛୁ ଯାଜପୁର ଜିଲା ବିଂଝାରପୁର ବ୍ଲକ ଗୁହାଳି ଠାରୁ ବାଛଳ ପର୍ଯ୍ୟନ୍ତ ଯାଇଥିବା ଖରେସ୍ରାତା ନଦୀ ବନ୍ଧ କଥା । ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକ ଅସୁବିଧାରେ ସମ୍ମୁଖିନ ହେଉଥିବା ବେଳେ ସେପେଟ ଏ ନେଇ ପଦେକ୍ଷପ ନିଆଯିବ ବୋଲି ଯାଜପୁର ଜିଲାପାଳ ପ୍ରତିଶୃତି ଦେଇଛନ୍ତି ।

ବିଂଝାରପୁର ବ୍ଲକ କଏଣା ରଘୁନାଥପୁର ପଂଚାୟତ ବାଙ୍କୀପାଳ ଅଂଚଳ ସମେତ ସୟଦପୁର, ମାଂସଡା, ଫତେପୁର, ବାଛଳ ଅଂଚଳେର ନଦୀବନ୍ଧ ସଂପୁର୍ଣ୍ଣ ବିପଦସଙ୍କୁଳ ହୋଇଯାଇଛି। ବର୍ଷାଦିନେ କାଦୁଅ ପଚପଚ ହୋଇଥିବା ଯୋଗୁଁ ଏଠାରେ ଦୈନିକ ଦୁଘର୍ଟଣା ଘଟୁଛି। ଏହି ରାସ୍ତା ଓସାରିଆ ହୋଇ ସବୁଦିନିଆ ରାସ୍ତା ଭାବେ ବ୍ୟବହୃତ ହେବା କଥା। କିନ୍ତୁ ଏବେ ଲୋକଙ୍କ ପାଇଁ ବିପଦ ହୋଇ ଠିଆ ହୋଇଛି। ଠିକାଦାରମାନେ ମରାମତି ଓ ନିର୍ମାଣ ନେଇଁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିବାରୁ ରାସ୍ତାର ଅବସ୍ଥା ଏଭଳି ହୋଇଥିବା ଅଭେିଯାଗ ହୋଇଛି। ଗତ ବର୍ଷ ତଳେ ନଦୀ ବନ୍ଧ ଓ ରାସ୍ତାର ସୁଧୁଳି କରଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ବାଲିମାଟିରେ ମରାମତି ହୋଇଥିବା ଯୋଗୁଁ ଏହାର ସ୍ଥାୟତ୍ୱ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ରାଜ୍ୟ ସରକାରଙ୍କର ନିଷ୍ପତି ମୁତାବକ ବର୍ଷା ଦିନ ଆସିବା ପୂବର୍ରୁ ନଦୀ ବନ୍ଧ ଓ ରାସ୍ତା ଗୁଡିକୁ ମରାମତି କରିବା କଥା କିନ୍ତୁ ଏହି ନିର୍ଦ୍ଦେଶନାମାକୁ ଅଣେଦଖା କରୁଛି ପୂର୍ତ୍ତ ବିଭାଗ ।

ନଦୀ ବନ୍ଧରେ ପ୍ରଶସ୍ଥିକରଣ ପାଇଁ ଠିକାଦାରମାନେ ବନ୍ଧ ଠାରୁ ୫ କିଲୋମିଟର ଦୂରରୁ ମାଟି ଆଣି ନଦୀ ବନ୍ଧରେ ପକେଇବା ପାଇଁ ନିୟମ ଥିବା ବେଳ ଠିକାଦାରମାନେ ନଦୀ ନିକଟରୁ ମାଟି ଆଣି ପକାଇଛନ୍ତି। ଫଳରେ ନଦୀର ସ୍ରୋତ ସିଧା ସଳଖ ନଦୀ ବନ୍ଧରେ ମାଡ କରିବା ଭଳି ପରିସ୍ଥିତି ସୃଷ୍ଟି କରିଛି। ଏହି ରାସ୍ତରେ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଗାଡି ଚଳାଚଳ କରି ବନ୍ଧକୁ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ଏନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକଷର୍ଣ କରାଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏ ସମ୍ପକର୍ରେ ଜିଲାପାଳଙ୍କ ଦୃଷ୍ଟି ଆକଷର୍ଣ କରିବାରୁ କାମ ଜାରି ରହିଛି ବର୍ଷା ସରିବା ପରେ କାମ ଶେଷ ହେବ ବୋଲି କହିଛନ୍ତି ।

ନଦୀ ବନ୍ଧ ମରାମତି ଓ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହା ଉପଯୁକ୍ତ ଭାବେ କାର୍ଯ୍ୟ କରାଯାଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘୋର ଅସେନ୍ତାଷ ଦେଖା ଯାଇଛି । ଉଚ୍ଚ କର୍ତୃପକ୍ଷ ଏଥି ପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ କରିବାକୁ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।