ମାଟି ମାଫିଆ ସହ ମିଶି ଧାମନଗରକୁ ଖୋଳ କରିଦେଲେ ରାଜସ୍ୱ ଅଧିକାରୀ!
Advertisement
Article Detail0/zeeodisha/odisha1192935

ମାଟି ମାଫିଆ ସହ ମିଶି ଧାମନଗରକୁ ଖୋଳ କରିଦେଲେ ରାଜସ୍ୱ ଅଧିକାରୀ!

ଅଭିଯୋଗ ଅନୁସାରେ ଆନନ୍ଦପୁର ପଞ୍ଚାୟତର ଗୋଲେଇବନ୍ଧ ପଛପଟେ ବାଳିଆପିଟା, ଚମ୍ପାବାଗ ନିକଟ ଗେଙ୍ଗୁଟି କୂଳ, ପାହାଡ଼ପୁର ମାଳିଛନ୍ଦା ଗେଙ୍ଗୁଟି ପଠା, ଖଡ଼ିପଦା ପଞ୍ଚାୟତର କାଞ୍ଜିଆପାଳ ବାଲି ଉପର, କନକେଇ ପାଖ ଜଙ୍ଗଲ, ପଞ୍ଚାୟତ ଅଫିସ ପଛପଟ ଅନାବାଦି ଜମି, ଦୋବଲ ପଞ୍ଚାୟତର ସୋଧ, ନନ୍ଦିପୁର, କୋଳେଇପଦା, ମୁସ୍ତଫାପୁର ବେଲଗଡ଼ିଆ, ରଘୁନାଥପୁର, ସେନାପତିଆ ପୋଖରୀ ଆଡ଼ି, ପଧାନିର ଦଶନ୍ଧିକୂଳ, ସୋହଡ଼ାର କଣ୍ଟାପାରୀ, ଷେଣ୍ଢପୁର ନଦୀକୂଳ ଆଦି ଅଞ୍ଚଳରୁ ମନ ଇଛା ମାଟି ଚାଲାଣ ହେଉଅଛି। 

ଡିଜାଇନ୍ ଫଟୋ

ଭଦ୍ରକ: ଧାମନଗର ତହସିଲ ଏବେ ମାଟି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି। ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ ରାଜସ୍ବ ନିରୀକ୍ଷକଙ୍କ ଭିତିରିଆ ସହମତି ଏହି ବେପାରକୁ ବହୁ ପରିମାଣର ବଢ଼ାଇ ଦେଇଛି। ଯେଉଁ ଅଞ୍ଚଳକୁ ଦେଖିବ, ସେ ଅଞ୍ଚଳରୁ ଅବାଧରେ ମାଟି ଚାଲାଣ ହେଉଅଛି। ବିଶେଷ କରି ନଦୀକୂଳ ଅଞ୍ଚଳ, ଅନାବାଦି ଢିପ ଜମି, ଜଙ୍ଗଲ ଜମି ଓ ଗୋଚର ଜମିରୁ ଶହ ଶହ ଟ୍ରିପ ମାଟି ଚୋରାରେ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ବୈତରଣୀ, ଗେଙ୍ଗୁଟି, ରେବ, କପାଳି, ଯଅ, କୋଚିଳା, ବ୍ରାହ୍ମଣୀ ଜୋର, କାଳିନ୍ଦୀ ହ୍ରଦ କୂଳରୁ ବେଧଡ଼କ ଭାବେ ମାଟି ଉଠାଯାଉଛି। 

ଅଭିଯୋଗ ଅନୁସାରେ ଆନନ୍ଦପୁର ପଞ୍ଚାୟତର ଗୋଲେଇବନ୍ଧ ପଛପଟେ ବାଳିଆପିଟା, ଚମ୍ପାବାଗ ନିକଟ ଗେଙ୍ଗୁଟି କୂଳ, ପାହାଡ଼ପୁର ମାଳିଛନ୍ଦା ଗେଙ୍ଗୁଟି ପଠା, ଖଡ଼ିପଦା ପଞ୍ଚାୟତର କାଞ୍ଜିଆପାଳ ବାଲି ଉପର, କନକେଇ ପାଖ ଜଙ୍ଗଲ, ପଞ୍ଚାୟତ ଅଫିସ ପଛପଟ ଅନାବାଦି ଜମି, ଦୋବଲ ପଞ୍ଚାୟତର ସୋଧ, ନନ୍ଦିପୁର, କୋଳେଇପଦା, ମୁସ୍ତଫାପୁର ବେଲଗଡ଼ିଆ, ରଘୁନାଥପୁର, ସେନାପତିଆ ପୋଖରୀ ଆଡ଼ି, ପଧାନିର ଦଶନ୍ଧିକୂଳ, ସୋହଡ଼ାର କଣ୍ଟାପାରୀ, ଷେଣ୍ଢପୁର ନଦୀକୂଳ ଆଦି ଅଞ୍ଚଳରୁ ମନ ଇଛା ମାଟି ଚାଲାଣ ହେଉଅଛି। ଦିନରେ କେଉଁଠି କେଉଁଠି ବିରୋଧ ହେଉଥିବାରୁ ରାତି ୧୦ଟାରୁ ଭୋର୍ ୪ଟା ଯାଏ ମାଟି ଉଠା ଚାଲିଛି। ଜେସିବି, ଡୋଜର ସାହାଯ୍ୟରେ ମାଟି ଉଠାଯାଉଛି। ଦୈନିକ ୧୦ରୁ ୧୫ ଟ୍ରାକ୍ଟରରେ ମାଟି ଚାଲାଣ ହେଉଛି। 

Also Read: ପ୍ରଧାନ ଶିକ୍ଷକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ୬ ଆଦିବାସୀ ହଷ୍ଟେଲ ଛାତ୍ରୀ

ପଞ୍ଚାୟତ ନିର୍ବାଚନ ପରେ ପରେ ନବନିର୍ବାଚିତ ସରପଞ୍ଚମାନେ ଏବେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ ବିଭିନ୍ନ ପ୍ରକଳ୍ପର କାମ କରୁଛନ୍ତି। ବିଶେଷ କରି ଲ୍ୟାଣ୍ଡ ଡେଭେଲପମେଣ୍ଟ ବା ଭୂ-ବିକାଶ ପ୍ରକଳ୍ପର ଅଂଶ ସ୍ବରୂପ ଗ୍ରାମୀଣ ଉଦ୍ୟାନ, ଖେଳ ପଡ଼ିଆ, ଗୋଷ୍ଠୀ କେନ୍ଦ୍ର ପାଖରେ ମାଟି ପକା, ପୋଖରୀ ଆଡ଼ି ସୌନ୍ଦର୍ଯ୍ୟକରଣ କାମ ହେଉଅଛି। ତା ସହିତ ରାସ୍ତା କାମ କରାଯାଉଛି। ଏହି ସବୁ କାମ ପାଇଁ ଯେଉଁ ମାଟି ଆବଶ୍ୟକ ହେଉଛି, ସେସବୁ ଏମିତି ରାତିରେ ଉଠାଯାଉଛି। ଶ୍ରମିକଙ୍କ ବଦଳରେ ମେସିନରେ କରାଯାଉଛି। ହେଲେ ଶ୍ରମିକଙ୍କ ଜବକାର୍ଡରେ ଟଙ୍କା ପଡୁଛି। ହାଲିରେ ଜୋରସୋର କାମ ଚାଲିଥିବାରୁ ମାଟି ଚାଲାଣ ବଢ଼ିଯାଇଛି ବୋଲି ଆନନ୍ଦପୁର ପଞ୍ଚାୟତବାସୀ ଅଭିଯୋଗ କରିଛନନ୍ତି। 

fallback

ଏହା ବ୍ୟତୀତ ପଞ୍ଚାୟତ ନିର୍ବାଚନ ପରେ ବାକି ରହିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆବଣ୍ଟନ ଆରମ୍ଭ ହୋଇଛି। ଏହି ଘର ନିର୍ମାଣ ଲାଗି ଆବଶ୍ୟକ ହେଉଥିବା ଇଟା ତିଆରି ପାଇଁ ମଧ୍ୟ ମାଟି ନିଆଯାଉଛି। ଚାରିଆଡ଼େ ଇଟା ମାଫିଆ ଲକ୍ଷ ଲକ୍ଷ ଇଟା ପକାଉଛନ୍ତି। ସେହି ଇଟା ପାଇଁ ମଧ୍ୟ ମାଟି ଚୋରି ହେଉଛି। ଯେଉଁ ସବୁ ଅଞ୍ଚଳରୁ ମାଟି ଚୋରି ହେଉଛି, ସେହି ଅଞ୍ଚଳର ଲୋକ ଧାମନଗର ତହସିଲଦାର କ୍ଷୀରୋଦ ପଣ୍ଡାଙ୍କ ପାଖରେ ବାରମ୍ବାର ଅଭିଯୋଗ କରିଛନ୍ତି। ହେଲେ ମାଟି ନ ନେଲେ ମନରେଗା କାମ କେମିତି ହେବ? ଆପଣମାନେ ବିକାଶ କାର୍ଯ୍ୟ ଚାହୁଁନାହାନ୍ତି ବୋଲି ଓଲଟି ପ୍ରଶ୍ନ କରିଥିବା ଲୋକେ କହିଛନ୍ତି। ଏନେଇ ଆମେ ତହସିଲଦାରଙ୍କ ସହ ଯୋଗାଯୋଗ କରିଥିଲୁ। ତହସିଲଦାର କହିଲେ, 'ମାଟି ଚୋରି ଖବର ମିଳିବା କ୍ଷଣି ଚଢ଼ଉ କରାଯାଉଛି। ହେଲେ ମାଫିଆମାନେ ରାତିରେ ଚୋରି କରୁଥିବାରୁ ସେମାନଙ୍କୁ ଧରିବାରେ ସମସ୍ୟା ହେଉଛି।'