Odisha: ଖେଳିବା ସମୟରେ କୀଟ ନାଶକ ଖାଇ ୪ ଗୁରତର
Advertisement
Article Detail0/zeeodisha/odisha1641942

Odisha: ଖେଳିବା ସମୟରେ କୀଟ ନାଶକ ଖାଇ ୪ ଗୁରତର

Bhadrak District:  ଏକ କ୍ଷେତରେ ଖେଳିବା ସମୟରେ ଅଜାଣତରେ କୀଟନାଶକ ଖାଇ ଦେଇଥିଲେ କିଛି ପିଲା। କୀଟନାଶକ ଖାଇ ଦେବା ପରେ ସେହି ୪ ଜଣ ପିଲାଙ୍କ ଅବସ୍ଥା ଗୁରତର ହୋଇପଡ଼ିଥିଲା।

Odisha: ଖେଳିବା ସମୟରେ କୀଟ ନାଶକ ଖାଇ ୪ ଗୁରତର

Bhadrak News: ଖେଳିବା ସମୟରେ କୀଟ ନାଶକ ଖାଇ ୪ ଜଣ ଗୁରୁତର ହୋଇପଡ଼ିଛନ୍ତି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ଝଙ୍କିରିଆ ଗ୍ରାମରେ ଘଟିଯାଇଛି ଏଭଳି ଘଟଣା। କୀଟ ନାଶକ ଖାଇ ୪ ଜଣ ଗୁରୁତର ହୋଇପଡ଼ିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କୀଟ ନାଶକ ଖାଇ ଗୁରୁତର ହୋଇ ପଡ଼ିଥିବା ଲୋକଙ୍କୁ ତତ୍କାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଭଦ୍ରକ ଜିଲ୍ଲା (Bhadrak District) ତିହିଡ଼ି ବ୍ଲକ (Tihidi Block) ଅନ୍ତର୍ଗତ ଝଙ୍କିରିଆ ଗ୍ରାମରେ (Jhinkiria Village) ଏକ କ୍ଷେତରେ ଖେଳିବା ସମୟରେ ଅଜାଣତରେ କୀଟନାଶକ (Pesticide) ଖାଇ ଦେଇଥିଲେ କିଛି ପିଲା। କୀଟନାଶକ ଖାଇ ଦେବା ପରେ ସେହି ୪ ଜଣ ପିଲାଙ୍କ ଅବସ୍ଥା ଗୁରତର ହୋଇପଡ଼ିଥିଲା। ରିପୋର୍ଟ ଅନୁଯାୟୀ ଦୁଇ ଜଣ ବାଳକଙ୍କ ସମେତ କିଛି ବାଳିକା ବାଳିକା କ୍ଷେତରେ ଖେଳୁଥିଲେ। ଖେଳିବା ସମୟରେ ସେମାନେ ହଠାତ୍ କୀଟନାଶକ ଖାଇ ଦେଇଥିଲେ। ସେମାନଙ୍କ ଠାରେ ଅସୁସ୍ଥତାର ଲକ୍ଷଣ ଦେଖିବା ପରେ ପରିବାର ସଦସ୍ୟ ଭୟଭୀତ ହୋଇ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଆହୁରି ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।