'ମୁଁ ଆଉ ଏକୁଟିଆ ଲଢିପାରୁନି, ମୋତେ ବଞ୍ଚାନ୍ତୁ', ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅସହାୟ ଛାତ୍ରୀ
Advertisement
Article Detail0/zeeodisha/odisha1311243

'ମୁଁ ଆଉ ଏକୁଟିଆ ଲଢିପାରୁନି, ମୋତେ ବଞ୍ଚାନ୍ତୁ', ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅସହାୟ ଛାତ୍ରୀ

ଶୁଭଦ୍ରା ଦ୍ବିତୀୟ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଛି। ଶୁଭଦ୍ରାଙ୍କ ମାଆ ଦୀର୍ଘ ୮ ବର୍ଷ ଧରି ରୋଗରେ ପୀଡିତ ହୋଇ ଜୀବନ ବିତାଉଛନ୍ତି। ଏହିପରି ସ୍ଥିତିରେ ରହିବା ପାଇଁ ଶୁଭଦ୍ରାଙ୍କ ମୁଣ୍ଡ ଉପରେ ଘର ଖଣ୍ଡେ ନାହିଁ। କୋରୋନା ସମୟରେ ଶୁଭଦ୍ରାଙ୍କ ପାଠପଢା ଏକପ୍ରକାର ବନ୍ଦ ହୋଇଯାଇଥିଲା। 

'ମୁଁ ଆଉ ଏକୁଟିଆ ଲଢିପାରୁନି, ମୋତେ ବଞ୍ଚାନ୍ତୁ', ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅସହାୟ ଛାତ୍ରୀ

ବାଲେଶ୍ଵର: 'ମୁଁ ପାଠ ପଢି ନିଜ ଗୋଡରେ ଛିଡା ହେବାକୁ ଚାହେଁ। ମୁଁ ମୋ ମାଆଙ୍କ ଚିକିତ୍ସା କରିବାକୁ ଚାହେଁ। ମୋ ଟ୍ୟୁସନ୍ ସାର୍ ମୋତେ ସାହସ ଦିଅନ୍ତି। ଶେଷ ଆଶା ଭରସାରେ ଆପଣଙ୍କୁ ଏହି ଚିଠି ମାଧ୍ୟମରେ ମୋ ଦୁଃଖ ଜଣାଉଛି।  ମୋ ରୋଗିଣା ମାଆଙ୍କୁ ନେଇ ଏକୁଟିଆ ମୁଁ ଆଉ ଲଢିପାରୁନି। ମୋତେ ବଞ୍ଚାନ୍ତୁ। ମୁଁ ବଞ୍ଚିବାକୁ ଚାହେଁ।' ଏହି ଭଳି ଏକ ହାତଲେଖା ଚିଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ଶୁଭଦ୍ରା ପଣ୍ଡା ନାମକ ଜଣେ ଦଶମ ଶ୍ରେଣୀର ଛାତ୍ରୀ।

ରେମୁଣା ବ୍ଲକ ଅନ୍ତର୍ଗତ କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟସ୍ଥ ପାଟଣାରାଇପୁର ଗ୍ରାମର ଶୁଭଦ୍ରା ପଣ୍ଡା। ସେ ସ୍ବର୍ଗତ ଶ୍ରୀନିବାସ ପଣ୍ଡା ଏବଂ ଅନ୍ନପୂର୍ଣ୍ଣା ପଣ୍ଡାଙ୍କ ଝିଅ। ବର୍ତ୍ତମାନ ଶୁଭଦ୍ରା ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି। ସେ ନିଜ ଘରର ସମସ୍ୟା ଭିତରେ  ପାଠପଢା, ଭବିଷ୍ୟତ, ରୋଗାଗ୍ରସ୍ତ ମାଆଙ୍କ ଚିକିତ୍ସା ଏବଂ ମୁଣ୍ଡ ଉପରେ ଘରଟେ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ନିଜେ ହାତରେ ଚିଠି ଲେଖିଛନ୍ତି। ଯେଉଁ ଚିଠିରେ ଶୁଭଦ୍ରା ନିଜ ସମସ୍ୟା ଓ ଅସହାୟତା ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ଆଶା ଓ ଭରଷା ରଖି ଶୁଭଦ୍ରା ସହାୟତା ପାଇଁ ଅପେକ୍ଷା କରିଥିବା ଚିଠିରେ ଉଲ୍ଲେଖ ମଧ୍ୟ କରିଛନ୍ତି। 

Also Read: Odisha Flood Updates: ମତ୍ସ୍ୟଜୀବୀଙ୍କୁ ଆଉ ଦୁଇ ଦିନ ସମୁଦ୍ର ମନା, ସତର୍କ କଲା ପ୍ରଶାସନ

ଶୁଭଦ୍ରା ଦ୍ବିତୀୟ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଛି। ଶୁଭଦ୍ରାଙ୍କ ମାଆ ଦୀର୍ଘ ୮ ବର୍ଷ ଧରି ରୋଗରେ ପୀଡିତ ହୋଇ ଜୀବନ ବିତାଉଛନ୍ତି। ଏହିପରି ସ୍ଥିତିରେ ରହିବା ପାଇଁ ଶୁଭଦ୍ରାଙ୍କ ମୁଣ୍ଡ ଉପରେ ଘର ଖଣ୍ଡେ ନାହିଁ। କୋରୋନା ସମୟରେ ଶୁଭଦ୍ରାଙ୍କ ପାଠପଢା ଏକପ୍ରକାର ବନ୍ଦ ହୋଇଯାଇଥିଲା। ସରକାରଙ୍କ ତରଫରୁ ଦିଆଯାଉଥିବା ଚାଉଳ ଏବଂ ଭତ୍ତା ଟଙ୍କାରେ ଶୁଭଦ୍ରା ଓ ତାଙ୍କ ମାଆ ଚଳନ୍ତି। ମାଆଙ୍କୁ ସୁସ୍ଥତା ପାଇଁ ଔଷଧ କିଣିବାକୁ ବି ଶୁଭଦ୍ରା ସାମର୍ଥ୍ୟ ନୁହନ୍ତି। ଏକ ଭଙ୍ଗା ଆଜବେଷ୍ଟସ୍ ଘରେ ମାଆ ଝିଅଙ୍କ ଜୀବନ କଷ୍ଟରେ ବିତୁଛି। 

ପ୍ରତିଶ୍ରୁତି ନାମକ ଏକ ଅନୁଷ୍ଠାନ ଶୁଭଦ୍ରାଙ୍କୁ ବିନା ମୂଲ୍ୟରେ ଟ୍ୟୁସନ୍ ପଢାଉଛନ୍ତି। ତେବେ ନବ କୁମାର ଦାସ ତାଙ୍କ ଏକମାତ୍ର ସାହା ଭରସା ବୋଲି ଶୁଭଦ୍ରା ଚିଠିରେ ଲେଖିଛନ୍ତି। 'ମୁଁ ପାଠ ପଢି ନିଜ ଗୋଡରେ ଛିଡା ହେବାକୁ ଚାହେଁ। ମୁଁ ମୋ ମାଆଙ୍କ ଚିକିତ୍ସା କରିବାକୁ ଚାହେଁ। ମୋ ଟ୍ୟୁସନ୍ ସାର୍ ମୋତେ ସାହସ ଦିଅନ୍ତି। ଶେଷ ଆଶା ଭରସାରେ ଆପଣଙ୍କୁ ଏହି ଚିଠି ମାଧ୍ୟମରେ ମୋ ଦୁଃଖ ଜଣାଉଛି।  ମୋ ରୋଗିଣା ମାଆଙ୍କୁ ନେଇ ଏକୁଟିଆ ମୁଁ ଆଉ ଲଢିପାରୁନି। ମୋତେ ବଞ୍ଚାନ୍ତୁ। ମୁଁ ବଞ୍ଚିବାକୁ ଚାହେଁ' ବୋଲି ଶୁଭଦ୍ରା ଚିଠିରେ ଲେଖିଛନ୍ତି। 

Also Read: Malkangiri News: ଛାତ୍ରାବାସରେ ବାପା ମା ଛେଉଣ୍ଡ ଛାତ୍ରର ମୃତ୍ୟୁ, କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ

ଏ ସମ୍ପର୍କରେ ନବ କୁମାର ଦାସ କହିଛନ୍ତି, 'ଶୁଭଦ୍ରା ନବମ ଶ୍ରେଣୀରେ ପଢୁଥିବା ବେଳେ ମୋ ପାଖକୁ ଆସିଥିଲା। ଟ୍ୟୁସନ୍ ବାବଦକୁ ଟଙ୍କା ଦେଇପାରିବନି ବୋଲି କହିଥିଲା। ସେବେଠୁ ଶୁଭଦ୍ରାର ଦୁଃଖ ଦେଖୁଛି। ରହିବା ପାଇଁ ଶୁଭଦ୍ରାକୁ ଘର ଖଣ୍ଡେ ଦରକାର। ଯେମିତି ଖାଇକି ଭଲରେ ବଞ୍ଚିପାରିବ।' ତେବେ ଏନେଇ ଶୁଭଦ୍ରାଙ୍କୁ ବିଭିନ୍ନ ସଂଗଠନ ଅନୁଷ୍ଠାନ ସାହାଯ୍ୟ ର ହାତ ବଢାଇଛନ୍ତି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଯଦି ତାଙ୍କୁ ଯଦି ରହିବା ପାଇଁ ଭଲ ଘର ସହିତ ପାଠପଢା ପାଇଁ ବ୍ୟବସ୍ଥା କରିବେ ସେ ଆହୁରି ଆଗକୁ ଭଲ ପଢିବା ସହିତ ନିଜ ଗୋଡରେ ନିଜେ ଛିଡା ହୋଇପାରିବେ।